Posted inଖେଳ

ଆଇ- ଲିଗ୍‌ ଫୁଟ୍‌ବଲ: ଗୋକୁଳମ କେରଳକୁ ପ୍ରଥମ ଟାଇଟଲ

କୋଲକାତା,୨୮।୩(ପି.ଟି.): ଭାରତର ଅନ୍ୟତମ ଫୁଟ୍‌ବଲ ଲିଗ୍‌ ଆଇ- ଲିଗ୍‌ ଉଦ୍‌ଯାପିତ ହୋଇଛି। ଏଥର କେରଳ ଗୋକୁଳମ ଏଫ୍‌ସି ପ୍ରଥମଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ସ୍ଥାନୀୟ କିଶୋର ଭାରତୀ କ୍ରୀଡ଼ାଙ୍ଗନରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଗୋକୁଳମ ୪-୧ ଗୋଲରେ ଟିଡିମ ରୋଡ ଆଥଲେଟିକ ୟୁନିୟନ (ଟିଆରଏୟୁ) ଏଫସିକୁ ହରାଇ ଟାଇଟଲ ହାସଲ କରିଛି।
ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ କେରଳ ସମ୍ପୂର୍ଣ୍ଣ ଭାବେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ତେବେ ଟିଆରଏୟୁ ତରଫରୁ ପ୍ରଥମ ଗୋଲ ସ୍କୋର କରାଯାଇଥିଲା। ୨୪ତମ ମିନିଟ୍‌ରେ ବିଦ୍ୟାସାଗର ସିଂ ଗୋଲ ଦେଇ ଟିଆରଏୟୁକୁ ଅଗ୍ରଣୀ କରାଇଥିଲେ। ତେବେ ଏହାପରେ ଗୋକୁଳମ ପ୍ରତ୍ୟାବର୍ତ୍ତନ କରି ଗୋଟିଏ ପରେ ଗୋଟିଏ ଗୋଲ ଦେଇଥିଲା। ଦଳ ତରଫରୁ ଶରିଫ ମହମ୍ମଦ ୬୯, ଏମିଲ ବେନି ୭୪, ଡେନିସ ଆଣ୍ଟିଓ୍ବି ୭୭ ଓ ମହମ୍ମଦ ରସିଦ ଇଞ୍ଜୁରି ଟାଇମର ଷଷ୍ଠ ମିନିଟ୍‌ରେ ଗୋଲ ଦେଇ ଗୋକୁଳମକୁ ଜିତାଇଥିଲେ। ଏଥିସହିତ ଗୋକୁଳମ ଏଏଫସି କପ୍‌ର ଆଗାମୀ ସେସନରେ ଗ୍ରୁପ୍‌ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ସେହିପରି ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ଚର୍ଚ୍ଚିଲ ବ୍ରଦର୍ସ ୩-୨ ଗୋଲରେ ପଞ୍ଜାବ ଏଫ୍‌ସିକୁ ପରାସ୍ତ କରିଥିଲା। ୧୫ଟି ଲେଖାଏ ମ୍ୟାଚ୍‌ ଖେଳି ଗୋକୁଳମ ଓ ଚର୍ଚ୍ଚିଲ ବ୍ରଦର୍ସ ୨୯ ଲେଖାଏ ପଏଣ୍ଟ ପାଇଥିଲେ। ତେବେ ଗୋକୁଳମ ଗୋଲ ବ୍ୟବଧାନରେ ଆଗରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri