Posted inଖେଳ

ମାତ୍ର ୪୦ ଦିନରେ ଭାରତକୁ ମିଳିଲା ୫ ବଡ଼ ସୁପରଷ୍ଟାର୍‌

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା କ୍ରିକେଟ ସିରିଜରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ଖେଳାଳି ଏବେ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି। ଏହି ପ୍ରଦର୍ଶନ ସୂଚାଇ ଦେଉଛି ଯେ ଭାରତୀୟ କ୍ରିକେଟର ଭବିଷ୍ୟତ ଭଲ ହେବ। ଏଥିସହ ଟେଷ୍ଟ ଏକଦିବସୀୟ ଏବଂ ଟି୨୦ ସମସ୍ତ ତିନୋଟି ଫର୍ମାଟରେ ଭାରତୀୟ ଦଳର ବେଞ୍ଚ ଶକ୍ତ ହୋଇପାରିଛି। ଏହା ଭବିଷ୍ୟତ ଭାରତୀୟ କ୍ରିକେଟର ସୁବର୍ଣ୍ଣ ଅନୁଭବ ସୃଷ୍ଟି କରୁଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜରେ ତିନିରୁ ଚାରି ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଡେବ୍ୟୁ ମ୍ୟାଚରେ ନୂତନ ରେକର୍ଡ ସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି।

ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବା ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ଇଂଲଣ୍ଡ ବିପକ୍ଷରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଥିଲା। ପଟେଲ ତିନିଟି ଟେଷ୍ଟରେ ୨୭ ଉଇକେଟ ନେଇ ଡେବ୍ୟୁ ସିରିଜରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ପୂର୍ବତନ ବାମହାତୀ ସ୍ପିନର ଦିଲୀପ ଦୋଷୀ ୧୯୭୯ ମସିହାରେ ହୋଇଥିବା ୬ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ମୋଟ ୨୭ ଉଇକେଟ ନେଇଥିଲେ। ଅକ୍ଷାର ପଟେଲ କେବଳ ତିନିଟି ଟେଷ୍ଟ ମ୍ୟାଚରେ ଏହା କରି ଦେଖାଇଥିଲେ। କେବଳ ଏତିକି ନୁହେଁ ଅକ୍ଷର ପଟେଲ ଡେବ୍ୟୁ ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ ନେଇ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସଙ୍କୁ ପଛରେ ପକାଇ ଦେଇଥିଲେ।

ଏହି କ୍ରମରେ ଝାଡଖଣ୍ଡର ଓପନର୍‌ ଇଶାନ କିଶାନ ଟି -୨୦ ଫର୍ମାଟରେ ରେକର୍ଡ ସ୍ଥାପନ କରିଛନ୍ତି। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଇଶାନ କିଶାନ ଇଣ୍ଡିଆ କ୍ୟାପ ପିନ୍ଧିବାର ସୁଯୋଗ ପାଇଥିଲେ। ଡେବ୍ୟୁ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଇଶାନ ଚମତ୍କାର ଅର୍ଦ୍ଧଶତକ ପୂରଣ କରିଥିଲେ। ଏଭଳି ସଫଳତା ହାସଲ କରିବାରେ ସେ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ୨୦୧୧ରେ ମାଞ୍ଚେଷ୍ଟରରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଅଜିଙ୍କେ ରାହାନେ ୬୧ ରନ ସ୍କୋର କରିଥିଲେ। ଏହା ତାଙ୍କ ରାହାନେଙ୍କ ପ୍ରଥମ ମ୍ୟାଚ୍‌ ଥିଲା।

ସୂର୍ଯ୍ୟକୁମାର ଯାଦବ ମଧ୍ୟ ଡେବ୍ୟୁ ମ୍ୟାଚରେ ରେକର୍ଡ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ୫୭ ରନ୍‌ର ବିସ୍ଫୋରକ ଇନିଂଶ ଖେଳିଥିଲେ।

କୁନାଲ ପାଣ୍ଡ୍ୟା ଇତିହାସ ସୃଷ୍ଟି କରିଥିଲେ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୩ରେ ଖେଳାଯାଇଥିଲା। ଭାରତ ଏହି ମ୍ୟାଚକୁ ସହଜରେ ୬୬ ରନରେ ଜିତିଥିଲା। ଏହି ମ୍ୟାଚ୍‌ରେ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୃନାଲ ପାଣ୍ଡ୍ୟା ଭାରତ ପକ୍ଷରୁ ଡେବ୍ୟୁ କରି ଅନେକ ରେକର୍ଡ ଭାଙ୍ଗିଥିଲେ। ତାଙ୍କର ପ୍ରଥମ ଦିନିକିଆ ମ୍ୟାଚରେ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ମାତ୍ର ୨୬ ବଲରେ ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ଡେବ୍ୟୁ ମ୍ୟାଚରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ହୋଇଥିଲେ। ଏହାପୂର୍ବରୁ ଏହି ରେକର୍ଡ ନ୍ୟୁଜିଲାଣ୍ଡର ଜନ ମୋରିସଙ୍କ ନାମରେ ଥିଲା। ୧୯୯୦ରେ ଇଂଲଣ୍ଡ ବିପକ୍ଷ ଡେବ୍ୟୁ ମ୍ୟାଚରେ ମୋରିସ ୩୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।

ସେହିପରି ଡେବ୍ୟୁ ମ୍ୟାଚରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ୫୪ ରନ ଦେଇ ୪ଟି ଉଇକେଟ୍‌ ନେଇ ରେକର୍ଡ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ନୋଏଲ ଡେଭିଡଙ୍କ ନାମରେ ୨୧ ରନ ଦେଇ ୩ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri