ଜୀବନ ବଞ୍ଚାଇବାକୁ ଦୌଡ଼ିଲେ ଗାଁ ଲୋକ

ରସୁଲପୁର/ଧର୍ମଶାଳା, ୨୨ା୩(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତ କୁଣ୍ଡପାଟଣା ଗ୍ରାମରେ ରବିବାର ମଧ୍ୟାହ୍ନରେ ଗ୍ୟାସ ଚୁଲାରୁ ନିଆଁ ବ୍ୟାପୀ ୨୬ବଖରା ଜଳି ପାଉଁଶ ହୋଇଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ ନିଅଁାର ପ୍ରକୋପ ଏତେ ଅଧିକ ଥିଲା ଯେ, ଜୀବନ ବଞ୍ଚାଇବାକୁ ଗଁା ଲୋକେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ।
ମିଳିଥିବା ସୂଚନାନୁଯାୟୀ, କୁଣ୍ଡପାଟଣାର ନରହରି ପୃଷ୍ଟିଙ୍କ ଭୋଜି ପାଇଁ ରୋଷେଇ ହେଉଥିଲା। ସେଥିରେ ବ୍ୟବହୃତ ଚୁଲାରୁ ଗ୍ୟାସ ଲିକ୍‌ ହୋଇ ଆଖି ପିଛୁଳାକେ ନେତ୍ରାନନ୍ଦ ପୃଷ୍ଟିଙ୍କ ଘରେ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ନିଆଁ ଗାଁ ଭିତରକୁ ବ୍ୟାପୀ ଯାଇଥିଲା। ଅଗ୍ନିକାଣ୍ଡରେ ନେତ୍ରାନନ୍ଦ ପୃଷ୍ଟିଙ୍କ ୫ ବଖରା, ନରହରି ପୃଷ୍ଟିଙ୍କ ୨ ବଖରା, ପୂର୍ଣ୍ଣ ପୃଷ୍ଟିଙ୍କ ୨, ଅଭୟ ପୃଷ୍ଟିଙ୍କ ୧, ବିଜୟ ପୃଷ୍ଟିଙ୍କ ୧, ଗୋକୁଳ ପୃଷ୍ଟିଙ୍କ ୨, ବିଷ୍ଣୁ ପୃଷ୍ଟିଙ୍କ ୧, ମୀନାକ୍ଷୀ ପୃଷ୍ଟିଙ୍କ ୧, ନଟବର ପୃଷ୍ଟିଙ୍କ ୧, ଟିକ ପୃଷ୍ଟିଙ୍କ ୨, ଧରଣୀ ପୃଷ୍ଟିଙ୍କ ୨, ଦିନବନ୍ଧୁ ପୃଷ୍ଟିଙ୍କ ୨, ବିନୋଦ ପୃଷ୍ଟିଙ୍କ ୨, ସୁବଳ ପୃଷ୍ଟିଙ୍କ ୧ ଓ ଧବଳ ପୃଷ୍ଟିଙ୍କ ୧ ବଖରାକୁ ମିଶାଇ ୨୬ ବଖରା ପୋଡ଼ିଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଏକାଧିକ ଲୋକଙ୍କ ଘରେ ଥିବା ବାଇକ୍‌, ସାଇକେଲ, ଲୁଗାପଟା, ଧାନ ଚାଉଳ, ବାସନକୁସନ, ସୁନା ଅଳଙ୍କାର ପୋଡ଼ି ଯାଇଛି। ବିପନ୍ନ ପରିବାର କଂସାପିତ୍ତଳ କାରିଗର ହୋଇଥିବାରୁ ସେମାନଙ୍କ ଲକ୍ଷାଧିକ ଟଙ୍କାର ପିତ୍ତଳ କଂସାବାସନ ପୋଡି ମୁଣ୍ଡା ହୋଇଯାଇଛି, ଯାହାର ଆନୁମାଲିକ ମୂଲ୍ୟ ୫୦ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଖବର ପାଇ ଧର୍ମଶାଳା ପୋଲିସ ଓ ପରେ ଧର୍ମଶାଳା ଓ ଚଣ୍ଡିଖୋଲରୁ ଅଗ୍ନିଶମ ବାହିନୀ ପହଞ୍ଚତ୍ଥିଲେ। କିନ୍ତୁ ସେତେବେଳକୁ ସବୁ ଛାରଖାର ହୋଇଯାଇଥିଲା। ରସୁଲପୁର ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ସାମନ୍ତରାପୁର ଆର୍‌ଆଇ ନୃସିଂହ ଚରଣ ବେହେରା, ନରସିଂହପୁର ଆର୍‌ଆଇ ଦୁର୍ଜେୟ ଷଡ଼ଙ୍ଗୀ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରିଥିଲେ। ପ୍ରାଥମିକ ଅବସ୍ଥାରେ ବିପନ୍ନ ପରିବାରକୁ ପଲିଥିନ ପ୍ରଦାନ କରାଯାଇଛି। ୩ଦିନ ରନ୍ଧାଖାଦ୍ୟ ପ୍ରଦାନ କରିବାକୁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବିପନ୍ନ ପରିବାରକୁ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ଦିଆଯିବ ବୋଲି ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri