ଦେଢ଼ଲକ୍ଷ ହେକ୍ଟର ବନୀକରଣ ଲକ୍ଷ୍ୟ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ଚଳିତବର୍ଷ ରାଜ୍ୟରେ ୧ କୋଟି ୭ ଲକ୍ଷ ହେକ୍ଟର ପରିମିତ ଅଞ୍ଚଳରେ ବନୀକରଣ କରାଯାଇଛି। ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ନଗର ଓ ପୌରାଞ୍ଚଳରେ ସ୍ବଚ୍ଛ ସୁନ୍ଦର ସବୁଜିମା ପରିବେଶ ସୃଷ୍ଟି ନିମିତ୍ତ ବ୍ୟାପକ ଚାରା ରୋପଣ କରାଯାଇଛି। ତେବେ ୨୦୨୧-୨୨ରେ ରାଜ୍ୟରେ ୧ ଲକ୍ଷ ୫୦ ହଜାର ୪୮୧ ହେକ୍ଟର ବନୀକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୪୪ ହଜାର ୫୦୦ ହେକ୍ଟର କାମ୍ପା ପାଣ୍ଠି ମାଧ୍ୟମରେ ଓ ୫୦ ହଜାର ହେକ୍ଟର ଏମ୍‌ଜିଏନ୍‌ଆର୍‌ଇଜିଏରେ ବନୀକରଣ ପାଇଁ ସ୍ଥିର ହୋଇଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ରବିବାର ଜୟଦେବ ବାଟିକା ପରିସରରେ ରାଜ୍ୟସ୍ତରୀୟ ବିଶ୍ୱ ବନଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଆରୁଖ କହିଲେ, ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁସାରେ ୨୦୧୭ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୨୭୪ ବର୍ଗ କିମି ଜଙ୍ଗଲ ଅଞ୍ଚଳ ଓ ୬୫୫ ବର୍ଗ କିମି ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି ଘଟିଛି। ଫଳରେ ବର୍ତ୍ତମାନ ଓଡ଼ିଶାର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳର କ୍ଷେତ୍ରଫଳ ୬୧ ହଜାର ୨୦୪ ବର୍ଗ କିମି ରହିଛି, ଯାହା ଦେଶରେ ଚତୁର୍ଥ ସର୍ବାଧିକ। ସେହିଭଳି ରାଜ୍ୟର ଭୌଗୋଳିକ କ୍ଷେତ୍ରର ୩୯.୩୧ ପ୍ରତିଶତ ହେଉଛି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ। ସର୍ବଭାରତୀୟ ହାରାହାରି ଅନୁପାତଠାରୁ ଏହା ଅଧିକ। ଜଙ୍ଗଲ ସଂରକ୍ଷଣ ଓ ଉଜୁଡ଼ା ଜଙ୍ଗଲର ପୁନର୍ଜୀବନ ନିମନ୍ତେ ରାଜ୍ୟ ସରକାରଙ୍କ ସୁଦୃଢ଼ ପଦକ୍ଷେପ ସହିତ ଜନସାଧାରଣ ଓ ବନ ସୁରକ୍ଷା ସମିତିର ସହଯୋଗ ଯୋଗୁ ବିଗତ ଦୁଇଦଶନ୍ଧି ମଧ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି।
ସମ୍ମାନିତ ଅତିଥି ଭାବେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଯୋଗଦେଇ କହିଲେ, ଗତ ଦୁଇବର୍ଷରେ ଦେଶରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ୫୧୮୮ ବର୍ଗ କିମି ବୃଦ୍ଧି ଘଟିଥିବାବେଳେ ଆମ ରାଜ୍ୟରେ ଏହି ବୃଦ୍ଧି ୯୨୯ ବର୍ଗ କିମି ରହିଛି। ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ଯୁଗ୍ମ ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଅନ୍ୟତମ ପ୍ରମୁଖ ରାଜ୍ୟ ବୋଲି କହିଥିଲେ। ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ଏମ୍‌ଇଆଇଭି) ଓମ୍‌ପ୍ରକାଶ ସିଂ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ମନ୍ତ୍ରୀ ପୁସ୍ତକ ଉନ୍ମୋଚନ କରିବା ସହିତ ଦୁଇବର୍ଷ ପାଇଁ ‘ପ୍ରକୃତି ପର୍ଯ୍ୟଟନ’ ମାଧ୍ୟମରେ ‘ଜଙ୍ଗଲ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ ପ୍ରଦାନ କରିଥିଲେ। ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ୨୦୨୦ ନିମନ୍ତେ ସାତକୋଶିଆ ସ୍ୟାଣ୍ଡ୍‌ ରିସର୍ଟ ବଡ଼ମୂଳ ଦ୍ୱାରା ପରିଚାଳିତ ମା’ସାତଭଉଣୀ ପରିବେଶ ଉନ୍ନୟନ କମିଟି ପ୍ରଥମ ପୁରସ୍କାର, କୁମାରୀ ନେଚର କ୍ୟାମ୍ପ ପରିଚାଳିତ କୁମାରୀ ପରିବେଶ ଉନ୍ନୟନ କମିଟି ଦ୍ବିତୀୟ ପୁରସ୍କାର ଏବଂ ଦେବ୍ରିଗଡ଼ ନେଚର କ୍ୟାମ୍ପ ପରିଚାଳିତ ଧୋଡ୍ରୋକୁସୁମ୍‌ ପରିବେଶ ଉନ୍ନୟନ କମିଟି ତୃତୀୟ ପୁରସ୍କାର ପାଇଛି। ୨୦୨୧ ନିମନ୍ତେ ଡାଙ୍ଗମାଳ ନେଚର କ୍ୟାମ୍ପ ପରିଚାଳିତ ଡାଙ୍ଗମାଳ ପରିବେଶ ଉନ୍ନୟନ କମିଟି ପ୍ରଥମ ପୁରସ୍କାର, ମାଣ୍ଡାସରୁ ନେଚର କ୍ୟାମ୍ପ ପରିଚାଳିତ ମାଣ୍ଡାସରୁ ପରିବେଶ ଉନ୍ନୟନ କମିଟି ଦ୍ବିତୀୟ ପୁରସ୍କାର ଏବଂ ଦାରିଙ୍ଗବାଡ଼ି ନେଚର କ୍ୟାମ୍ପ ପରିଚାଳିତ ସାରିନ୍‌ଗିରିପ୍‌ ବନସୁରକ୍ଷା ସମିତି ତୃତୀୟ ପୁରସ୍କାର ପାଇଛି। ସେହିଭଳି ୪ଜଣ ରେଞ୍ଜ ଅଫିସର, ୧୨ ଜଣ ଫରେଷ୍ଟର ଓ ୨୪ ଜଣ ବନରକ୍ଷୀଙ୍କୁ ଜଙ୍ଗଲ ବିଭାଗରେ ଉତ୍ତମ ସେବା ସମ୍ପାଦନ ପାଇଁ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri