ଦୁର୍ଦ୍ଦିନରେ ୫୦୦ ବୁଣାକାର ପରିବାର

ଖୋର୍ଦ୍ଧା ଅଫିସ,୨୧ା୩: କରୋନା ମହାମାରୀ ଯୋଗୁ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲା ବେଗୁନିଆ ଏବଂ ବୋଲଗଡ଼ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କ ପରିବାର ହାତ ବାନ୍ଧି ବସିଛନ୍ତି। କଞ୍ଚାମାଲ ଅଭାବ, ପ୍ରସ୍ତୁତ ସାମଗ୍ରୀ ବିକ୍ରି ନ ଥିବାରୁ ବୁଣାକାରଙ୍କ ସମସ୍ୟାକୁ ଏହା ଦ୍ୱିଗଣିତ କରିଛି। ବୁଣାକାରଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡିଛି। ସରକାର ସମସ୍ତଙ୍କ ଲାଗି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ବୁଣାକାରଙ୍କ ଲାଗି କୌଣସି ଘୋଷଣା କରି ନ ଥିବା ଏକାଧିକ ବୁଣାକାର କହିଛନ୍ତି।
ବେଗୁନିଆ ବ୍ଲକର ରାଉତପଡ଼ାରେ ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ରହିଛନ୍ତି। ବର୍ଷସାରା ଏମାନେ ତନ୍ତ ସାହାର୍ଯ୍ୟରେ ସୂତା ଲୁଗା, ପାଟବସ୍ତ୍ର, ଗାମୁଛା, ଶାଢ଼ି ପ୍ରସ୍ତୁତ କରି ପରିବାର ଚଳାଇଥାନ୍ତି। ତେବେ କରୋନା ଯୋଗୁ ଏମାନଙ୍କ କାମ ଠପ୍‌ ହୋଇଯାଇଛି। ଏହି ଗ୍ରାମର ବରିଷ୍ଠ ବୁଣାକାର ଗୋପୀନାଥ ଦାସ କୁହନ୍ତି, କରୋନା ସମୟରେ ଲକ୍‌ଡାଉନ, ଶଟ୍‌ଡାଉନ ଯୋଗୁ ବେପାର ଠପ ହୋଇଗଲା। କଞ୍ଚାମାଲ ଆସିପାରିଲା ନାହିଁ। ଫଳରେ ବହୁ ବୁଣାକାର କାମଧନ୍ଦା ହରାଇଲେ। ପୂର୍ବରୁ ଯାହା ବୁଣା ଲୁଗା ଥିଲା, ତାହାର ବିକ୍ରି ହୋଇପାରିଲା ନାହିଁ। ଏବେ କଞ୍ଚାମାଲ ଦର ଉଚ୍ଚା ରହିଛି। ସରକାରୀ ସହାୟତା ନ ମିଳିଲେ, ବୁଣା କାରିଗରି ବନ୍ଦ ହୋଇଯିବ। ସେହିପରି ସାନପଦର, ସିମର, ଡାଳତୋଳା, ବାରବାଟି ଅଠରାଙ୍ଗ, ବୋଲଗଡ ବ୍ଲକ ଧଳାପଥର ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ଜୀବନ ଦୁର୍ବିଷହ ହୋଇପଡିଛି। ବୁଣାକାର ନିମାଇ ଚରଣ କୁଣ୍ଡୁ କୁହନ୍ତି, ଫନୀ ପରେ କରୋନା ବୁଣାକାର ପରିବାରଙ୍କ ଦୁଃଖକୁ ଦ୍ୱିଗଣିତ କରିଛି। ପ୍ରସ୍ତୁତ ଲୁଗା ବିକ୍ରି ହୋଇପାରୁ ନ ଥିବା ବେଳେ ଆର୍ଥିକ ଅଭାବ ଯୋଗୁ କଞ୍ଚାମାଲ କିଣିପାରୁ ନାହିଁ। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଅନ୍ୟପଟେ ଗ୍ରାମରେ ଲବ୍ଧ ପ୍ରତିଷ୍ଠିତ ହସ୍ତ୍ର ତନ୍ତ ବୁଣାକାର ସମିତି ଥିଲେ ମଧ୍ୟ ବୁଣାକାରଙ୍କୁ ଉପଯୁକ୍ତ ମଜୁରି ଦେବାରେ ସକ୍ଷମ ନୁହଁ ବୋଲି କେତେଜଣ ବୁଣାକାର କହିଛନ୍ତି। କୌଳାସ ପାତ୍ର କୁହନ୍ତି, ପୂର୍ବରୁ ବିଭିନ୍ନ ଡିଜାଇନର ଶାଢ଼ି ଅର୍ଡର ମିଳିଥିଲା। କାମ ସରିବା ବେଳେ ଲକ୍‌ଡାଉନ, ଶଟ୍‌ଡାଉନ ହୋଇଗଲା। ଅର୍ଡର ଦେଇଥିବା ବେପାରି ଆସିପାରିଲେ ନାହିଁ। ଦୋକାନ ବଜାର ବନ୍ଦ ହୋଇଗଲା। ବିକ୍ରି ହେଲେ ଟଙ୍କା ମିଳିବ। ପୂର୍ବରୁ ବିକ୍ରିିରୁ ଯାହା ମିଳିଥିଲା, ତାହା ପରିବାର ଚଳିବା କଷ୍ଟକର। ବୁଣାକାର ରବୀନ୍ଦ୍ର ଦାସ କୁହନ୍ତି, ବୁଣାଲୁଗା ବିକ୍ରି ନ ହେଲେ, ପରିବାର କିପରି ଚଳିବ ସେ ନେଇ ଚିନ୍ତା ବଢିଛି। ବର୍ତ୍ତମାନ ହାତରେ କାମଧନ୍ଦା ନାହିଁ। କଞ୍ଚାମାଲ ଆସିପାରୁ ନ ଥିବାରୁ ପୂର୍ବରୁ ଅର୍ଡର ଥିବା ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହୋଇପାରୁନାହିଁ। ବୁଣାକାର ରମେଶ ଦାସ କୁହନ୍ତି, କଞ୍ଚାମାଲ ପୂର୍ବାପେକ୍ଷା ଦର ବୃଦ୍ଧି ଘଟିଛି। ପୂର୍ବରୁ ପ୍ରସ୍ତୁତ କରିଥିବା ସାମ୍ରଗୀ ସମିତିରେ ପଡି ରହିଛି। ମଜୁରି ମିଳିନାହିଁ। ସରକାରୀ ସହାୟତା ନ ମିଳିଲେ, ଆଗକୁ ବଢିବା କଷ୍ଟକର ହୋଇପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri