ଆଜି ବିଶ୍ୱ ପଖାଳ ଦିବସ: ଆସ ଜୀବନ ଧନ ମୋ ପଖାଳ କଂସା…

ଭୁବନେଶ୍ୱର,୨୦।୩ (ବ୍ୟୁରୋ): ଓଡ଼ିଆ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଓଡ଼ିଆ ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ ଅବା ସହର ଯେଉଁଠାରେ ବି ଓଡ଼ିଆ ଲୋକ ରୁହନ୍ତୁ ନା କାହିଁକି ପଖାଳ ପ୍ରତି ଥିବା ଲାଳସା କିନ୍ତୁ କମି ନ ଥାଏ। ତେଣୁ ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବଢ଼ାଇବା ପାଇଁ ମାର୍ଚ୍ଚ ୨୦କୁ ‘ପଖାଳ ଦିବସ’ ରୂପେ ପାଳନ କରାଯାଉଛି। ଏହି ଦିନରେ ଓଡ଼ିଆ ସଂସ୍କୃତିରେ ପଖାଳର ମହତ୍ତ୍ୱକୁ ନେଇ ସ୍ବର୍ଗତ ବାଳକୃଷ୍ଣ ଦାସଙ୍କ ‘ଆସ ଜୀବନ ଧନ ମୋ ପଖାଳ କଂସା’ ଗୀତ ମନେ ପଡ଼ିଯାଉଛି।
ଗାଁ ଝୁମ୍ପୁଡି ଘର ହାଣ୍ଡିଶାଳର ଶୋଭା ବଢାଉଥିବା ପଖାଳ ମୋହରେ କେବଳ ମଣିଷ ପଡିନାହାନ୍ତି, ବରଂ ସ୍ବୟଂ ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ମୋହରେ ମୋହିତ। ସେଥିପାଇଁ ତ ବର୍ଷ ତମାମ ଦାରୁ ଦିଅଁଙ୍କ ପାଖରେ ପଖାଳ ଭୋଗ ହେଉଛି। ଜଗନ୍ନାଥଙ୍କର ଛପନ ଭୋଗ ମଧ୍ୟରେ ପଖାଳର ସ୍ଥାନ ସ୍ବତନ୍ତ୍ର ରହିଛି।
ବର୍ତ୍ତମାନର ଫାଷ୍ଟଫୁଡ୍‌ ଯୁଗରେ ବି ଏହାର ଆଦର କମିନି। ସହରର ଚାକଚକ୍ୟ ସହ ଦେଶୀ, ବିଦେଶୀ ଖାଦ୍ୟ ଭିତରେ ବି ରାଜଧାନୀବାସୀ ପଖାଳ ଖୋଜୁଛନ୍ତି। ସବୁଦିନ ନ ହେଲେ ବି ନିୟମିତ ବ୍ୟବଧାନରେ ଏହାର ମଜା ନେଉଛନ୍ତି। ବିଶେଷକରି ଏବେ ପ୍ରବଳ ଖରା ହେଉଥିବାରୁ ଲୋକଙ୍କର ପଖାଳ ପ୍ରଥମ ପସନ୍ଦ ପାଲଟିଛି। ଫଳରେ ସହରର ଛୋଟଠାରୁ ବଡ଼ ବଡ଼ ତାରକା ହୋଟେଲରେ ରାଜ୍‌ କରୁଛି ପଖାଳ। ବଡ଼ବଡ଼ିଆଙ୍କର ମଧ୍ୟ ଅଧିକ ଡିମାଣ୍ଡ ରହୁଛି। ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଦହି ପଖାଳ, ସଜ ପଖାଳ, ଛୁଙ୍କ ପଖାଳ, ବାସି ବା ଖଟା ପଖାଳ ଏବଂ ପରିବା ପଖାଳ ପରି ଅନେକ କିସମର ପଖାଳ ଉପଲବ୍ଧ ହେଉଛି। ସୋରିଷ, ଶୁଖିଲା ଲଙ୍କା, ଭୃସଙ୍ଗପତ୍ର ସହ ଦହି ଛୁଙ୍କ ଦିଆ ଦହି ପଖାଳର କ୍ରେଜ୍‌ ଅଧିକ ରହିଥିବା ଦେଖାଯାଉଛି। ଦହିପଖାଳ ସଙ୍ଗକୁ ଶାଗ ଭଜା, ଛତୁ ଭଜା, ବାଇଗଣ ଭରତା, ବଡିଚୂରା ଓ ଭଜା ଖାଇବାର ମଜାକୁ ବଢ଼ାଇ ଦେଉଛି। ସେହିପରି ଆମିଷ ଖାଉଥିବା ଲୋକଙ୍କ ପାଇଁ ଚୂନା ଓ ବଡ ମାଛ ଭଜା ରହିଥିବା ମ୍ୟାରିୟନ ହୋଟେଲ ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ପଖାଳ ଦିବସକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲରେ ଅନେକ ବ୍ୟବସ୍ଥା କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା କାରଣରୁ କେତେକ ହୋଟେଲରେ ପଖାଳ ବ୍ୟବସ୍ଥା କରାଯାଇଥିବାବେଳେ ଅଧିକାଂଶ ହୋଟେଲରେ ସ୍ବତନ୍ତ୍ର ଆୟୋଜନ ନ ଥିବା ଜଣାପଡିଛି। ସେହିଭଳି ରାଜଧାନୀରେ ପଖାଳର ହବ୍‌ କୁହାଯାଉଥିବା ଏକାମ୍ର ହାଟରେ ମଧ୍ୟ ଏବର୍ଷ ସେପରି ଆୟୋଜନ ନ ଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇଲା ଭଳି ଦାମ୍‌ ସହ ପୂରା ପରିବାର ଏକାସାଙ୍ଗରେ ପଖାଳର ମଜା ଉଠାଇବାକୁ ଏଠାକୁ ଆସନ୍ତି। ଏଠାରେ ଥିବା କାକା, ପେଟପୂଜା ଭଳି ହୋଟେଲରେ ପ୍ରତିବର୍ଷ ପଖାଳ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ। ମାତ୍ର ନବୀକରଣ ନାମରେ ଦୀର୍ଘଦିନ ହେବ ଏକାମ୍ର ହାଟ ବନ୍ଦ ରହିଥିବାରୁ ଲୋକଙ୍କୁ ନିରାଶ ହେବାକୁ ପଡିଛି।

ତୋରାଣି ମୁନ୍ଦାଏ ପିଇଦେଲେ ଓଃ କି ଶାନ୍ତି
ଯେତେ ଯାହା ଖାଇଲେ ବି ମୁଠାଏ ପଖାଳ ଖାଇ ତୋରାଣିରୁ ମୁନ୍ଦାଏ ପିଇଦେଲେ ଯେତିକି ଆନନ୍ଦ ମିଳେ ତାହା ଆଉ କେଉଁ ଖାଦ୍ୟରେ ମିଳେ ନାହିଁ। ବିଶେଷ କରି ଖରାଦିନେ ପାଖାଳ ଖାଇଦେଲେ ପରେ ଓଃ କି ଶାନ୍ତି। ପଖାଳ ଆମ ଓଡ଼ିଆ ପ୍ରାଣର ଆତ୍ମା କହିଲେ ଭୁଲ୍‌ ହେବ ନାହିଁ। ଏହା ଆମ ଓଡ଼ିଆ ଘରର ପରିଚୟ।
-ରାଜେନ୍ଦ୍ର ସାହୁ, କର୍ମଜୀବୀ

ପଖାଳ ସାଙ୍ଗକୁ ବଡ଼ିଚୂରା, ଚୂନା ମାଛ ପସନ୍ଦ
ବାହାଘର ପରେ ମୋତେ ଓଡ଼ିଶା ଛାଡି କଲିକତା ଯିବାକୁ ପଡିଲା। ହେଲେ ମୁଁ ପଖାଳକୁ କେବେ ବି ଛାଡିପାରି ନାହିଁ। ପଖାଳ ମୋର ଓ ମୋ ସ୍ବାମୀଙ୍କର ପ୍ରିୟ ଖାଦ୍ୟ। ତା’ ସାଙ୍ଗକୁ ବଡିଚୁରା ଆଉ ଚୂନା ମାଛ ଭଜା ମୋର ଭାରି ପସନ୍ଦ। ସବୁଦିନ ନ ହେଲେ ବି ଛୁଟିଦିନରେ ମୁଁ ଘରେ ପଖାଳ କରିଥାଏ।
-ରଶ୍ମିରେଖା ଦାସ, ଗୃହିଣୀ

ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ
ଏହାତ ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ। କେତେ ଲୋକ ଅଛନ୍ତି, ଯେଉଁମାନେ ଆଧୁନିକତା ନାମରେ ପଖାଳକୁ ଖାଇବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ଯେତେ ଆଧୁନିକ ହେଲେ ବି ଆମେ ଆମ ଅସ୍ମିତାକୁ ଭୁଲିଯିବା ଉଚିତ ନୁହେଁ। ପଖାଳ ଖାଇବା ପାଇଁ ଦିବସଟି ପାଳନ କରିବା ନିଶ୍ଚିତ ଭଲ କଥା। ମୁଁ ମଧ୍ୟ ପଖାଳ ଖାଇ ପାଳିବି, ଅନ୍ୟମାନେ ମଧ୍ୟ ପଖାଳ ମଜା ନେବା ଉଚିତ।
-ନଟବର ବେହେରା, କର୍ମଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri