Posted inରାଜ୍ୟ

ରାଷ୍ଟ୍ରପତି ଭବନରୁ ଚିଠି ପାଇ ଆଶାବାଦୀ ସୋମ୍ୟାଶ୍ରୀ

ନିଶ୍ଚିନ୍ତକୋଇଲି, ୧୮ା୩ (ସ୍ବ.ପ୍ର.):ଆମ ଗାଁ ସ୍କୁଲରେ ପଢ଼ିବାକୁ ମୋର ଇଚ୍ଛା। କିନ୍ତୁ ଗାଁ ସ୍କୁଲରେ ଆବଶ୍ୟକ ଅଭିଜ୍ଞ ଶିକ୍ଷକ ନ ଥିବା ଓ ଶିକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବାରୁ ମାଆବାପା ମୋତେ ଏକ ପବ୍ଲିକ୍‌ ସ୍କୁଲରେ ପାଠ ପଢ଼ାଇବାକୁ ବାଧ୍ୟ ହେଲେ। ରାଜ୍ୟ, କେନ୍ଦ୍ର ସରକାର ଓ ରାଜନୈତିକ ଦଳଗୁଡିକ ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହି ଖର୍ଚ୍ଚ ଯଦି ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଲଗାନ୍ତେ ତେବେ ସରକାରୀ ସ୍କୁଲର ଶିକ୍ଷାଦାନ ଉଚ୍ଚକୋଟୀର ହୁଅନ୍ତା। ପିଲାମାନେ ଏବଂ ଅଭିଭାବକ ଆଉ ଘରୋଇ ସ୍କୁଲ ପ୍ରତି ମନ ବଳାନ୍ତେନି। ଏ ହେଉଛି ଜଣେ କୁନି ଝିଅ ନିକଟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଏକ ଅଂଶ ବିଶେଷ। ଏହି ଚିଠି ଲେଖିଥିଲେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତ ପଞ୍ଚସରଙ୍ଗ ବଳରାମପୁର ଗଁାର ଆଶିଷ କୁମାର ବସନ୍ତରାୟଙ୍କ ଝିଅ ସୋମ୍ୟାଶ୍ରୀ। ସେ ଘର ପାଖ ଏକ ପବ୍ଲିକ୍‌ ସ୍କୁଲରେ ଷ୍ଟାଣ୍ଡାର୍ଡ ୪ରେ ପଢୁଛନ୍ତି। ସେ ସରକାରୀ ସ୍କୁଲରେ ପାଠ ପଢିବାକୁ ଇଚ୍ଛା କରିଥିଲେ ହେଁ ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବାରୁ ତାଙ୍କ ମାଆବାପା ପବ୍ଲିକ୍‌ ସ୍କୁଲରେ ପାଠ ପଢିବାକୁ ବାଧ୍ୟ କରିଥିଲେ। ଏହି ଚିଠିଟି ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚତ୍ବା ପରେ ରାଷ୍ଟ୍ରପତି ଭବନରୁ ସୋମ୍ୟାଶ୍ରୀଙ୍କ ପାଖକୁ ଏକ ପାଲଟା ଚିଠି ଆସିଛି। ଏଥିରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିବା ମଧ୍ୟ ଜଣାଯାଇଛି। ରାଷ୍ଟ୍ରପତି ଭବନର ପତ୍ର ନଂ. ୧୮/୦୨/ପି-୨ଆଇ/୨୦୨୧/୧୯ା୨ା୨୦୨୧ରେ ଆସିଥିବା ବେଳେ ସୋମ୍ୟାଶ୍ରୀଙ୍କ ପାଖରେ ଶୁକ୍ରବାର ପହଞ୍ଚତ୍ଛି। ସୋମ୍ୟାଶ୍ରୀ ଏହି ଚିଠି ପାଇ ବେଶ୍‌ ଆନନ୍ଦିତ। ଆଗାମୀ ଦିନରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତାଙ୍କ ଗୁହାରିକୁ ଗ୍ରହଣ କରି କାର୍ଯ୍ୟକାରୀ କରାଇବେ ବୋଲି ସେ ଦୃଢ ଆଶାବାଦୀ।
ସୂଚନାଯୋଗ୍ୟ, ସୋମ୍ୟାଶ୍ରୀ ସମଗ୍ର ବ୍ଲକର ତଥ୍ୟ ଅବଗତ ନ ଥାଇ ଘର ପାଖରେ ଥିବା ରଙ୍ଗମୁଣ୍ଡାଇ ପ୍ରାଥମିକ ବିଦ୍ୟାଳୟରେ ୫ ଶ୍ରେଣୀ ପାଇଁ ୩ ଶିକ୍ଷକ ଥିବା ଜାଣି ଏଭଳି ଚିଠି ଲେଖିଥିବା ଜଣାଯାଇଛି। ସରକାର ବ୍ଲକର ଶିକ୍ଷା ବ୍ୟବସ୍ଥା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ଶିକ୍ଷାବିତ୍‌ଙ୍କ ମହଲରେ ଦାବି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କାଙ୍କୁ ପଚାରିବାରେ ଶିକ୍ଷକ ପଦବୀ ଖାଲି ନେଇ ସରକାର ଅବଗତ ଅଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିଲେ ମଧ୍ୟ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri