Posted inଜାତୀୟ

ନୀତା ଅମ୍ବାନୀ ବିଏଚ୍‌ୟୁରେ ପ୍ରଫେସର ନିଯୁକ୍ତି ନେଇ ଦେଲେ ସଫେଇ

ନୂଆଦିଲ୍ଲୀ,୧୭।୩: ରିଲାୟନ୍ସ ଇଣ୍ଡଷ୍ଟ୍ରିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା ଅମ୍ବାନୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଗେଷ୍ଟ ପ୍ରଫେସର ନିଯୁକ୍ତି ହେବା ରିପୋର୍ଟକୁ ତାଙ୍କ ମୁଖପାତ୍ର ନକଲି ବୋଲି କହିଛନ୍ତି। ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ମୁଖପାତ୍ର କହିଛନ୍ତି ଯେ, ବିଏଚୟୁ ପକ୍ଷରୁ ଜଣେ ଗେଷ୍ଟ ପ୍ରଫେସର ନିଯୁକ୍ତ ହେବା ନେଇ କୌଣସି ପ୍ରସ୍ତାବ ନାହିଁ। ଏହି ଖବର ନକଲି। ନୀତା ଅମ୍ବାନୀ ବିଶ୍ୱବିଦ୍ୟାଳୟରୁ କୌଣସି ପ୍ରସ୍ତାବ ଗ୍ରହଣ କରିନାହାଁନ୍ତି। ସୂଚନାଯୋଗ୍ୟ, ନିକଟରେ ଖବର ଆସିଥିଲା ଯେ ନୀତା ଅମ୍ବାନୀଙ୍କୁ ଜଣେ ପ୍ରଫେସର ନିଯୁକ୍ତ କରିବା ପାଇଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ଦ୍ୱାରା ଏକ ପ୍ରସ୍ତାବ ପଠାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ବି.କମ କରିଛନ୍ତି ଏବଂ ତାଙ୍କୁ ୨୦୧୪ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ୨୦୧୦ ମସିହାରେ, ସେ ରିଲାଏନ୍ସ ଫାଉଣ୍ଡେସନ ଗଠନ କରିଥିଲେ। ଜଣେ ସଫଳ ମହିଳା ଉଦ୍ୟୋଗୀ ହେବାର ଭାବମୂର୍ତ୍ତି ହେତୁ ଏହି ପ୍ରସ୍ତାବ ଦିଆଯାଇଛି ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ କଂଗ୍ରେସ ବିଦେଶ ମୁଖ୍ୟ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ,୮ା୫: କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି।ଏହି...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ...

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

ଭାରତରେ ୮% ହ୍ରାସ ପାଇଛି ହିନ୍ଦୁମାନଙ୍କ ଜନସଂଖ୍ୟା, ଏଇ ସମ୍ପ୍ରଦାୟର ହୋଇଛି ବୃଦ୍ଧି: ପ୍ରଧାନମନ୍ତ୍ରୀଙ୍କ ପ୍ୟାନେଲ୍ ରିପୋର୍ଟ

ନୂଆଦିଲ୍ଲୀ,୮।୫: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୯୫୦ ରୁ ୨୦୧୫ ମଧ୍ୟରେ ଭାରତରେ (ହିନ୍ଦୁ) ଅଧିକାଂଶ ଧର୍ମର...

କେଜ୍‌ରିଓ୍ବାଲ ଜେଲ୍‌ରେ ରହିବେ ନା ଘରକୁ ଯିବେ ଆସନ୍ତାକାଲି ଆସିବ ବଡ଼ ରାୟ

ନୂଆଦିଲ୍ଲୀ,୮ା୫: ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଉପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର...

ବିଶ୍ୱ ବଜାରରୁ କୋଭିସିଲ୍ଡ ଟିକା ପ୍ରତ୍ୟାହୃତ କରିବ ଆଷ୍ଟ୍ରାଜେନେକା, ପାର୍ଶ୍ୱପ୍ରତିକ୍ରିୟା ନେଇ ଖୁଲାସା ପରେ…

ନୂଆଦିଲ୍ଲୀ,୮।୫: ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱ ବଜାରରୁ ଏହାର କୋଭିଡ-୧୯ ଟିକାର ବିକ୍ରି ଉପରେ ରୋକୋ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ...

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୮ା୫: ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ରେଡ୍‌ କରିଛି। ଗିରଫ ଅଭିଯୁକ୍ତ ସଞ୍ଜୀବ ଲାଲଙ୍କ ସହ ଇଡି ପ୍ରୋଜେକ୍ଟ ଭବନରେ ବୁଧବାର ପହଞ୍ଚିଛି। ଗ୍ରାମ୍ୟ...

ମୋଦିଙ୍କ ଆଦାନୀ-ଅମ୍ବାନୀ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, କଂଗ୍ରେସ କହିଲା…

ନୂଆଦିଲ୍ଲୀ,୮।୫: ଲୋକ ସଭା ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତେଲଙ୍ଗାନା ଗସ୍ତରେ ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri