ଦୂର ହେଉନି ଉଠା ଦୋକାନୀଙ୍କ ଦୁଃଖ

ଆଠମଲ୍ଲିକ,୧୭ା୩(ଡି.ଏନ.ଏ.) – ବଜାର ରାସ୍ତା ପ୍ରଶସ୍ତୀକରଣ ବେଳେ ପ୍ରଶାସନ ଦେଇଥିଲା ନିର୍ଭର ପ୍ରତିଶ୍ରୁତି। ନୂତନ ଦୋକାନ ଘର ଯୋଗାଇ ଦିଆଯିବ କହି ରାସ୍ତା ପାର୍ଶ୍ୱରୁ ହଟାଇ ଦେଇଥିଲା ୧୬୬ ଜଣ ଉଠା ଦୋକାନୀଙ୍କୁ। ହେଲେ ୭ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହିଁ। ଫଳରେ ସ୍ଥାୟୀ ଦୋକାନ ଘରଟିଏ ପାଇଁ ଅପେକ୍ଷା କରିଥିବା ଅନୁଗୋଳ ଜିଲା ଆଠମଲ୍ଲିକ ସହରର ଉଠାଦୋକାନୀଙ୍କ ଦୁଃଖ ଦୂର ହୋଇପାରୁ ନାହିଁ।
ଶିଳ୍ପ ଜିଲା ଅନୁଗୋଳର ଏକ ଉପଖଣ୍ଡ ହୋଇଥିଲେ ମଧ୍ୟ ଆଠମଲ୍ଲିକରେ କଳକାରଖାନା ନାହିଁ। ତେଣୁ ଏଠାରେ ବଡ଼ ବ୍ୟବସାୟୀ ନାହାନ୍ତି କି ବଜାରର ଆକାର ମଧ୍ୟ ସେପରି ବିରାଟ ନୁହେଁ। ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଶତାଧିକ ଉଠା ଦୋକାନୀଙ୍କ ସହ ଅଳ୍ପ କେତେଜଣ ବ୍ୟବସାୟୀ ଯାହା ଯେମିତି ବ୍ୟବସାୟ କରନ୍ତି। ହେଲେ ରାସ୍ତା ପ୍ରଶସ୍ତୀକରଣ ନିମନ୍ତେ ୨୪ ଫେବୃୟାରୀ ୨୦୧୩ରେ ଗାନ୍ଧୀ ଛକ, ଦୁର୍ଗା ବଜାର, ଗଣେଶ ବଜାର, ହନୁମାନ ବଜାରରୁ ୧୬୬ ଜଣ ଉଠାଦୋକାନୀଙ୍କୁ ପ୍ରଶାସନ ଉଚ୍ଛେଦ କରିଥିଲା। ଏହାକୁ ନେଇ ସେତେବେଳେ ଦୋକାନୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ପ୍ରତିବାଦରେ ଆଠମଲ୍ଲିକ ବନ୍ଦ ଡାକରା ଦିଆଯିବା ସହ ଥଇଥାନ ପାଇଁ ଦାବି ରଖାଯାଇଥିଲା। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ଉଠାଦୋକାନୀଙ୍କ ସହିତ ଆଲୋଚନା ହୋଇଛି। ମାତ୍ର କୌଣସି ସୁଫଳ ଏଯାଏ ମିଳିପାରିନାହିଁ। ଫଳରେ କେତେଜଣ ଦୋକାନୀ ସ୍ଥାନୀୟ କିଶୋର କ୍ଲବ ପରିସର, ସରକାରୀ ବସ୍‌ଷ୍ଟାଣ୍ଡ ପାର୍ଶ୍ୱ, ପୁରୁଣା ଲିପ୍ତିଙ୍ଗା ସ୍କୁଲ ସମ୍ମୁଖରେ ଦୋକାନ ଦେଇ ଗୁଜୁରାଣ ମେଣ୍ଟାଉଛନ୍ତି। ପରବର୍ତ୍ତୀ ସମୟରେ ଏନ୍‌ଏସି ପକ୍ଷରୁ ସମସ୍ତ ଉଠାଦୋକାନୀଙ୍କ ନାମ ପଞ୍ଜୀକରଣ କରାଯାଇ ପରିଚୟପତ୍ର ପ୍ରଦାନ କରାଯାଇଛି। ହେଲେ ନୂତନ ଦୋକାନ ଘର ନିର୍ମାଣ ଶେଷ ହେଉ ନ ଥିବାରୁ ୭ ବର୍ଷ ହେଲା ଅପେକ୍ଷା କରିଥିବା ଉଠାଦୋକାନୀମାନେ ଘର ପାଇବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି।
ବାରମ୍ବାର ଉଚ୍ଛେଦ ଅତିଷ୍ଠ କଲାଣି
ଦୋକାନ ଉଠାଇ ଦେବା ପରେ ପ୍ରଶାସନ ଉଠା ଦୋକାନୀମାନଙ୍କ କଥା ଭୁଲିଯାଇଛି। ବହୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ଦୋକାନ ଘର ଖଣ୍ଡେ ଦେଇନାହାନ୍ତି। ବାରମ୍ବାର ଉଚ୍ଛେଦ ଯୋଗୁ ଦୋକାନୀ ଭାଇମାନେ ଅତିଷ୍ଠ ହୋଇପଡ଼ିଲେଣି। ଥଇଥାନ ଦିଗରେ ଏନ୍‌ଏସି ଶୀଘ୍ର ପଦକ୍ଷେପ ନେଉ।
-ଅଶୋକ କୁମାର ନନ୍ଦ, ସଭାପତି, ଉଠାଦୋକାନୀ ସଂଘ
ଥଇଥାନ ନେଇ କୌଣସି ଖବର ନାହିଁ
ବହୁ ଉନ୍ନତିକର କାର୍ଯ୍ୟ ଏନ୍‌ଏସି ପକ୍ଷରୁ କରାଯାଉଛି। ମାତ୍ର ଉଠାଦୋକାନୀଙ୍କ ଦୁଃଖ ପ୍ରଶାସନ ଆଖିକୁ ଦେଖାଯାଉ ନାହିଁ। ଦୋକାନୀମାନଙ୍କ ଥଇଥାନ ପାଇଁ କର୍ତ୍ତୃପକ୍ଷ କିଛି ଯୋଜନା କରୁଥିବା ଖବର ମଧ୍ୟ ଆମ ପାଖରେ ନାହିଁ। ସ୍ଥାୟୀ ଦୋକାନ ଘର ଖଣ୍ଡିଏ ଲେଖାଏ ଯୋଗାଇ ଦେଲେ ଏନ୍‌ଏସିର ଆୟ ମଧ୍ୟ ବଢ଼ନ୍ତା।
-ଜୟାନନ୍ଦ ଜ୍ୟୋତିଷରାୟ, ପୂର୍ବତନ ସଭାପତି
ଅବସ୍ଥା ଦୟନୀୟ ହୋଇଗଲାଣି
ଆଠମଲ୍ଲିକ ଏନ୍‌ଏନସି ପକ୍ଷରୁ ଉଠାଦୋକାନୀଙ୍କ ଥଇଥାନ ଦିଗରେ ଆଦୌ ଚିନ୍ତା କରାଯାଉଥିବା ଭଳି ମନେ ହେଉନାହିଁ। ବର୍ଷ ବର୍ଷ ଧରି ଉପେକ୍ଷିତ ଏହି ଉଠାଦୋକାନୀମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଲାଣି। ଶୀଘ୍ର ଥଇଥାନ କରାଗଲେ ସେମାନେ ଉପକୃତ ହୋଇପାରନ୍ତେ।
-ତପନ କୁମାର ସାହୁ, ସାଧାରଣ ସମ୍ପାଦକ, ଉଠା ଦୋକାନୀ ସଂଘ
ନିଲାମୀ ବେଳେ ଅଂଶଗ୍ରହଣ କରିପାରିବେ
ଉଠା ଦୋକାନୀଙ୍କ ଥଇଥାନ ପାଇଁ ସେପରି ବ୍ୟବସ୍ଥା ନାହିଁ। ଏନଏସି ନିର୍ମାଣ କରୁଥିବା ଦୋକାନ ଘର ନିଲାମରେ ଉଠାଦୋକାନୀ ଅଂଶଗ୍ରହଣ କରିପାରିବେ। ଅର୍ଥ ଓ ଜମି ବ୍ୟବସ୍ଥା ଅନୁଯାୟୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରି ବ୍ୟବସାୟୀଙ୍କୁ ଯୋଗାଇ ଦିଆଯିବ। ଭେଣ୍ଡିଂ ଜୋନ ଜରିଆରେ ଉଠାଦୋକାନୀଙ୍କୁ ଦୋକାନ ପ୍ରଦାନ କରାଯିବ।
-ଲଳିତମୋହନ ବେହେରା, ଉପଜିଲାପାଳ ତଥା ଏନ୍‌ଏସି ପ୍ରଶାସକ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri