Posted inଖେଳ

ତେନ୍ଦୁଲକରଙ୍କ ଝିଅ ସାରା ସୋସିଆଲ ମିଡିଆରେ ଲୋକପ୍ରିୟ, ଜଷ୍ଟିନ ବିବରଙ୍କ ବଡ଼ ପ୍ରଶଂସକ

ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ଖେଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସଚିନଙ୍କ ପରି ତାଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ବହୁତ ଲୋକପ୍ରିୟ। ସାରା ସୋସିଆଲ ମିଡିଆରେ ନିଜର ଶକ୍ତ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥାନ୍ତି। ତାଙ୍କ ବିଷୟରେ ଭାଇରାଲ ହୋଇଥିବା କିଛି ଘଟଣା ବିଷୟରେ ଜାଣିବା।
ସାରା ହେଉଛନ୍ତି ସଚିନ ଏବଂ ଅଞ୍ଜଳୀଙ୍କର ବଡ଼ ଝିଅ। ତାଙ୍କର ସାନ ଭାଇ ଅର୍ଜୁନ ତେନ୍ଦୁଲକର, ଯିଏକି ବାପାଙ୍କ ପରି କ୍ରିକେଟ ଜଗତରେ ସାମିଲ ହୋଇସାରିଛନ୍ତି। ଅର୍ଜୁନଙ୍କ କ୍ୟାରିୟର ଏବେ କ୍ରିକେଟର ଆରମ୍ଭ ହୋଇଛି। ଲୋକପ୍ରିୟତା ଦୃଷ୍ଟିରେ ଏବେ ବି ଅର୍ଜୁନ ସାରାଙ୍କ ପଛରେ।
ସାରା ମୁମ୍ବାଇସ୍ଥିତ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ନିଜର ପାଠ ପଢ଼ା ଶେଷ କରିବା ପରେ ଲଣ୍ଡନ ୟୁନିଭରର୍ସିଟି କଲେଜରେ ନାମ ଲେଖାଇଥିଲେ। ଯେଉଁଠାରୁ ସେ ମେଡିସିନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ନାମରେ ଏକ ମଜାଦାର କାହାଣୀ ରହିଛି। କିଛି ରିପୋର୍ଟ ଅନୁଯାୟୀ, ସାହାରା କପ୍‌ର ଚମତ୍କାର ବିଜୟ ପରେ ସଚିନ ତାଙ୍କ ଝିଅଙ୍କ ନାମ ସାରା ରଖିଥିଲେ। ଉକ୍ତ ମ୍ୟାଚ୍‌ରେ ସଚିନ ଅଧିନାୟକ ଥିଲେ। ହେଲେ ଏ ନେଇ ସଚିନ କେବେ ହେଲେ ମୁହଁ ଖୋଲି ନାହାନ୍ତି।

ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମାମଲାରେ ସାରା ବଡ଼ ବଡ଼ କଳାକାରଙ୍କୁ ମଧ୍ୟ ଟକ୍କର ଦେଉଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୧.୨ ମିଲିୟନ ଫଲୋଅର୍ସ ରହିଛନ୍ତି। ଏଥିରୁ ସାରାଙ୍କ ଲୋକପ୍ରିୟତା ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି।
ସାରା ନିଜର ରିଲେସନଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହି ସାରିଛନ୍ତି। ରିପୋର୍ଟ ଅନୁଯାୟୀ, ସାରା ଏବଂ କ୍ରିକେଟର ଶୁଭମନ ଗିଲ ପରସ୍ପରକୁ ଡେଟ୍‌ କରୁଛନ୍ତି। ମାତ୍ର ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କେହି ହେଲେ ମୁହଁ ଖୋଲି ନାହାନ୍ତି।
ସାରା ଲୋକପ୍ରିୟ ଗାୟକ ତଥା ଗୀତିକାର ଜଷ୍ଟିନ ବିବରଙ୍କର ଜଣେ ବଡ଼ ପ୍ରଶଂସକ। ୭ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୩ରେ ଜଷ୍ଟିନ ସାରାଙ୍କୁ ତାଙ୍କ ଜନ୍ମଦିନରେ ଏକ ସୁନ୍ଦର ଉପହାର ଦେଇଥିଲେ। ସାରା ଜଷ୍ଟିନଙ୍କ ଦ୍ୱାରା କରାଯାଇଥିବା ଜନ୍ମଦିନର ଶୁଭେଚ୍ଛା ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ।
ସାରାଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର ସଚିନ ଏହାକୁ ଖଣ୍ଡନ କରିଥିଲେ। ସାରାଙ୍କର ଅଭିନୟ ପ୍ରତି ସେମିତି କିଛି ବିଚାର ନାହିଁ ବୋଲି ସଚିନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri