ଜିଏସ୍‌ଟି କମିଲେ କାର୍‌ ବିକ୍ରି ବଢ଼ିବ

କୋଭିଡ୍‌-୧୯ ଅଟୋ ଉଦ୍ୟୋଗ ସମେତ ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି। ମହାମାରୀ ଆସିବାର ବର୍ଷକ ପରେ ଏବେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ମନେହୁଏ। ଯାନବାହନ କ୍ଷେତ୍ରରେ ଲୋକଙ୍କ ଚାହିଦା ମଧ୍ୟ ବଢ଼ିଲାଣି। ଅଟୋ ଉଦ୍ୟୋଗର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଧରିତ୍ରୀ ସହ ଆଲୋଚନା କରିଥିଲେ ଗୁଗ୍‌ନାନୀ ହୋଣ୍ଡା ମ୍ୟାନେଜିଂ ପାର୍ଟନର ରାଜନ ଗୁଗ୍‌ନାନୀ।

ମହାମାରୀର ପ୍ରଭାବ କିପରି ଥିଲା?
ଅଟୋ ଉଦ୍ୟୋଗ ପାଇଁ ମହାମାରୀର ପ୍ରଥମ ୯ ମାସ ଖୁବ୍‌ କଷ୍ଟକର ଥିଲା। ଆମକୁ ସମସ୍ତ ପ୍ରକାର କ୍ଷତି ସହିବାକୁ ପଡ଼ିଥିଲେ ବି କର୍ମଚାରୀମାନଙ୍କୁ ଦରମା ଦେବା କେବେ ବନ୍ଦ କରି ନ ଥିଲୁ। ମୁର୍ଁ ଭାବୁଛି, ସବୁଠାରୁ ଦୁଃସମୟ ଅତିବାହିତ ହୋଇଯାଇଛି ଏବଂ ଏବେ ବିକ୍ରିରେ କ୍ରମାଗତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଉଛି। ଭବିଷ୍ୟତରେ ବ୍ୟବସାୟ ପାଇଁ ଅଧିକ ଭଲ ସୁଯୋଗକୁ ଅପେକ୍ଷା କରିଛୁ।

ଅଟୋ ଉଦ୍ୟୋଗର ବର୍ତ୍ତମାନ ସ୍ଥିତି ସମ୍ପର୍କରେ କ’ଣ କହିବେ?
ଅଟୋମୋବାଇଲ କ୍ଷେତ୍ରରେ କୋଭିଡ୍‌-୧୯ର ପ୍ରଭାବ ସାଂଘାତିକ ଥିଲା। ତଥାପି ଏବେ ବ୍ୟବସାୟରେ ସୁଧାର ଆସୁଛି। ମହାମାରୀ ଭଳି ପ୍ରତିବନ୍ଧକ ସତ୍ତ୍ୱେ ଏହି ସେକ୍ଟର ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। ଦେଶର ଅଭିବୃଦ୍ଧି ପାଇଁ ଅଟୋ ଉଦ୍ୟୋଗ ଏବଂ ରାସ୍ତାର ଭିିତ୍ତିଭୂମି ବିକାଶ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ସ୍କ୍ରାପେଜ୍‌ ପଲିସି ଯାନବାହନ ବିକ୍ରିକୁ ବଢ଼ାଇବ ବୋଲି ଆମର ବିଶ୍ୱାସ।

ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଲାଗି କି ପଦକ୍ଷେପ ନିଅନ୍ତି?
ସେବା ଦ୍ୱାରା ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଗୁଗ୍‌ନାନୀ ହୋଣ୍ଡାର ମୂଳମନ୍ତ୍ର। ଗ୍ରାହକଙ୍କ ଆବଶ୍ୟକତା ଏବଂ ସେମାନଙ୍କୁ ସୁହାଉଥିବା ବ୍ୟବସ୍ଥା ସହ ଗୁଗ୍‌ନାନୀ ହୋଣ୍ଡା ସବୁବେଳେ ରହିଥାଏ। ସେମାନେ ସବୁବେଳେ ଆମ ସେବାକୁ ନେଇ ଖୁସି ପ୍ରକାଶ କରନ୍ତି ଏବଂ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସୂଚନା ମଧ୍ୟ ଦେଇଥାନ୍ତି। ଗ୍ରାହକଙ୍କ ସହ ବ୍ୟକ୍ତିଗତ ଭାବ ବିନିମୟରେ ବିଶ୍ୱାସ କରୁ, ଯଦ୍ଦ୍ବାରା ବଜାରରେ ପ୍ରତିଷ୍ଠିତ ହେବା ଆମ ପାଇଁ ସହଜ ହୋଇପାରିଛି। ଆମେ ସବୁ ସ୍ଥାନରେ ଗ୍ରାହକଙ୍କ ଚାହିଦା ମୁତାବକ ପ୍ରତ୍ୟେକ ଜିନିଷ ଯୋଗାଇପାରୁ। ଆମ ସେବା ଖୁବ୍‌ ଗୁଣାମତ୍କ। ଅଭିଜ୍ଞ ଟେକ୍ନିସିଆନ୍‌ମାନେ ମଧ୍ୟ ଆମ ସହିତ ରହିଛନ୍ତି।

ଗୁଗ୍‌ନାନୀ ହୋଣ୍ଡା ପାଇଁ ଏ ସହରର ବଜାର କିପରି ଅଛି ?
ଭୁବନେଶ୍ୱର ଏକ ଭଲ ବଜାର ଏବଂ ଏହାର ଦ୍ରୁତ ଅଭିବୃଦ୍ଧି ଘଟୁଛି। ଆମେ ଏ ସହରରେ ଖୁବ୍‌ ବଡ଼ବଡ଼ ପରିବର୍ତ୍ତନ ଦେଖିଛୁ। ରାଜ୍ୟ ସରକାର ମଧ୍ୟ ବେଶ୍‌ ସହଯୋଗୀ ମନୋଭାବ ପୋଷଣ କରନ୍ତି।

ଅଟୋ ଉଦ୍ୟୋଗରେ ଜିଏସ୍‌ଟି ସମ୍ପର୍କରେ ଆପଣଙ୍କ ମତ କ’ଣ ?
ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସବୁବେଳେ ଅଟୋ ଉଦ୍ୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ଜିଏସ୍‌ଟିରେ କିଛି ହ୍ରାସ କରାଗଲେ ଏହି ଉଦ୍ୟୋଗ ଉପରେ ସକାରାମତ୍କ ପ୍ରଭାବ ପଡ଼ିବ। ଏସ୍‌ୟୁଭିଗୁଡ଼ିକ ଉପରେ ପ୍ରାୟ ୫୦% ଜିଏସ୍‌ଟି ଲଗାଯାଇଛି। ଭାରତରେ ଗୋଟିଏ ମାସରେ ୧୦ ଲକ୍ଷ ମୋଟରସାଇକେଲ ବିକ୍ରି ହେଉଥିବାବେଳେ ଆମେରିକାରେ ମାସକ ମଧ୍ୟରେ ୧୦ ଲକ୍ଷ କାର୍‌ ବିକ୍ରି ହୋଇପାରୁଛି। ଭାରତରେ ଆମେ ମାତ୍ର ୨-୩ ଲକ୍ଷ କାର୍‌ ବିକ୍ରି କରିପାରୁଛୁ। ଏ ବ୍ୟବଧାନ କେବଳ ଜିଏସ୍‌ଟି ପାଇଁ। ଯଦି ଜିଏସ୍‌ଟି ହ୍ରାସ କରାଯାଏ, ତେବେ କାର୍‌ ବିକ୍ରି ବଢ଼ିପାରିବ।

ବୈଦ୍ୟୁତିକ ଗାଡ଼ି ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି?
ବୈଦ୍ୟୁତିକ ଗାଡ଼ି ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ଭବିଷ୍ୟତ। ତେବେ କେତେକ ପ୍ରସଙ୍ଗରେ ଅଭାବ ରହିଛି, ଯାହା ଯୋଗୁ ଏହାର ସମ୍ପୂର୍ଣ୍ଣ ପରିଚାଳନାରେ ଆଉ କିଛି ସମୟ ଲାଗିବ। ମୁଁ ଆଶା କରୁଛି, ଆଉ ୧୦ ବର୍ଷ ମଧ୍ୟରେ ରାସ୍ତାରେ ବୈଦ୍ୟୁତିକ ଗାଡ଼ି ଗଡୁଥିବା ଦେଖାଯିବ।

ଓଡ଼ିଶା ବଜାରକୁ କିପରି ଦେଖନ୍ତି?
ଓଡ଼ିଶା ଏକ ବିକାଶଶୀଳ ରାଜ୍ୟ। ବହୁ ସୁଯୋଗ ଥିବାରୁ କାମ କରିବା ପାଇଁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସବୁଠୁ ଭଲ ଲାଗେ। ବ୍ୟବସାୟର ସ୍ଥିତି ଭଲ ଥିବାରୁ ଆମେ ଏଠାରେ ଏଯାବତ୍‌ କୌଣସି ସମସ୍ୟା ଭୋଗିନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri