ଶଙ୍କରାନନ୍ଦ ମଠରେ ୫ଶହ ବର୍ଷର ପୁରୁଣା ଭିତ୍ତିଚିତ୍ର

ପୁରୀ ଅଫିସ,୧୨।୩: ଶ୍ରୀକ୍ଷେତ୍ରର ପ୍ରାଚୀନ ଶୈବମଠ ଶଙ୍କରାନନ୍ଦ ମଠର ଜଗମୋହନ ବାହାରପଟ କାନ୍ଥରୁ ପ୍ରାଚୀନ ଭିତ୍ତିଚିତ୍ର ଆବିଷ୍କୃତ ହୋଇଛି। ମହାଶିବରାତ୍ରି ଉପଲକ୍ଷେ ମଠର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜରାଜୀର୍ଣ୍ଣ ଜଗମୋହନର ମରାମତି ବେଳେ ଏହି କାନ୍ଥଚିତ୍ର ଦେଖିବାକୁ ମିଳିଛି। ପୂର୍ବରୁ କାନ୍ଥଗୁଡ଼ିକ କେବଳ ଧଉଳା ହୋଇଥିଲା। ଭିତ୍ତିଚିତ୍ର ଉପରେ ଚୂନ ଧଉଳା ହେବା ସତ୍ତ୍ବେ କାନ୍ଥକୁ ସଫା କରିବା ପରେ ଭିତ୍ତିଚିତ୍ରଗୁଡ଼ିକ ସ୍ପଷ୍ଟ ବାରି ହୋଇଛି। ଟ୍ରଷ୍ଟବୋର୍ଡର ସଭ୍ୟ ଦୁର୍ଗାପ୍ରସାଦ ମିଶ୍ରଙ୍କଠାରୁ ଏ ନେଇ ସୂଚନା ମିଳିବା ପରେ ଓଡ଼ିଶା ଐତିହ୍ୟ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ, ଉପସଭାପତି ରାଜକୁମାର ମହାନ୍ତି ଏବଂ ଡ. ସୁରେନ୍ଦ୍ର କୁମାର ମିଶ୍ର ଅନୁସନ୍ଧାନ ଉଦ୍ଦେଶ୍ୟରେ ଯାଇଥିଲେ। ସମୁଦାୟ ୫ଟି ଚିତ୍ର ଜଣାପଡ଼ିଥିଲେ ମଧ୍ୟ ଭିତର ଓ ବାହାର ଅଗଣାର କାନ୍ଥଗୁଡ଼ିକରେ ଏଭଳି ଐତିହ୍ୟ ଚିତ୍ର ଥିବା ଜଣାପଡ଼ିଛି। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଏହି ଚିତ୍ର ପଟଚିତ୍ର ଶ୍ରେଣୀ ଅନ୍ତର୍ଭୁକ୍ତ। ଚିତ୍ରପଟ୍ଟରେ ନ ହୋଇ କାନ୍ଥରେ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହୋଇଛି। ଜଗମୋହନ ବାହାର ପାର୍ଶ୍ୱ ବାରଣ୍ଡା କାନ୍ଥରେ ମା’ ବିମଳା, ଶ୍ରୀବରାହ, ଶ୍ରୀଶିବ ଏବଂ ଶ୍ରୀହୟଗ୍ରୀବଙ୍କ ଭିତ୍ତିଚିତ୍ର ରହିଛି। ଏହି ମଠର ଆଚାର୍ଯ୍ୟମାନେ ଶିବ ଉପାସକ ହୋଇଥିଲେ ମଧ୍ୟ ଦେବୀ ବିମଳାଙ୍କୁ ଭୈରବୀ ରୂପେ ଗ୍ରହଣ କରି ଉପାସନା କରୁଥିଲେ। ଶ୍ରୀମନ୍ଦିର ବେଢ଼ାରେ ଶ୍ରୀହୟଗ୍ରୀବଙ୍କ ଉପାସନା ଥିଲା, ଯାହା ଏବେ ବନ୍ଦ ହୋଇଯାଇଛି। ପାଟ ଅଗଣାର ଗୋଟିଏ ବନ୍ଦ କୋଠରୀରେ ଶ୍ରୀହୟଗ୍ରୀବଙ୍କର ୪ ଫୁଟ ଉଚ୍ଚତାର ଏକ ବିଗ୍ରହ ଥିଲା। ମଠର ଆଚାର୍ଯ୍ୟ ଏହି ନୀତି ଦାୟିତ୍ୱରେ ରହୁଥିଲେ। ଶ୍ରୀହୟଗ୍ରୀବ ପାଞ୍ଚରାତ୍ର ଆଗମ ଉପାସନାରେ ଅନ୍ୟତମ ରହସ୍ୟମୟ ତତ୍ତ୍ବ ଅଟନ୍ତି। ମଠରେ ବୈଷ୍ଣବ ଓ ପାଞ୍ଚରାତ୍ର ଆଗମ ଉପାସନାର ପ୍ରଥା ପ୍ରଚଳିତ ଥିଲା। ଜଗମୋହନ ପ୍ରବେଶ ପଥ ଦକ୍ଷିଣ ପାର୍ଶ୍ୱରେ ଏହି ୪ ମୂର୍ତ୍ତିଙ୍କ ଚିତ୍ର ରହିଥିବାବେଳେ ବାମପାର୍ଶ୍ୱରେ ଶ୍ରୀଗଣେଶଙ୍କ ଚିତ୍ର ଥିବା ଦୃଷ୍ଟିକୁ ଆସିଛି। ଉଲ୍ଲେଖଯୋଗ୍ୟ, ଶ୍ରୀକ୍ଷେତ୍ରକୁ ଆଦି ଶଙ୍କରାଚାର୍ଯ୍ୟ ଆସିବା ପୂର୍ବରୁ ଏହି ମଠ ଥିଲା। ଏଠାରେ ଥିବା ବହୁ ପୁରାତନ କାରୁକାର୍ଯ୍ୟ ଧ୍ୱଂସ ହେବାକୁ ବସିଛି। ସମ୍ପାଦକ ନନ୍ଦ ଏହି ଭିତ୍ତିଚିତ୍ର ୪ଶହରୁ ୫ଶହ ବର୍ଷ ତଳର ବୋଲି ମତ ଦେଇଛନ୍ତି। ଭିତ୍ତିଚିତ୍ରକୁ ପୁନର୍ବାର ରଙ୍ଗ ଦେଇ ସଂସ୍କାର କରାଯାଇ ପୁନରୁଦ୍ଧାର କରାଯିବାକୁ ଡ. ମିଶ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri