ଗମ୍ଭୀରା ଭିତରକୁ ପ୍ରବେଶ ମନା

ପୁରୀ ଅଫିସ,୧୧ା୩:କୋଭିଡ୍‌ କଟକଣା ମଧ୍ୟରେ ଗୁରୁବାର ଶ୍ରୀଲୋକନାଥଙ୍କ ପୀଠରେ ଜାଗରଯାତ୍ରା ଅନୁଷ୍ଠିତ ହେବ। କଟକଣା ମାନି ଭକ୍ତମାନେ ଶ୍ରୀଲୋକନାଥ ଦେବଙ୍କୁ ଦର୍ଶନ କରିବାକୁ ଥିବାବେଳେ ମନ୍ଦିର ପ୍ରଶାସନ କମିଟି ପକ୍ଷରୁ ଗମ୍ଭୀରା ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ଗୁରୁବାର ରାତ୍ର ୧୨ଟା ୩୦ ମିନିଟ୍‌ ସମୟରେ ରାତ୍ର ପହୁଡ଼ ଦ୍ୱାର ଖୋଲିବ। ରାତ୍ର ୧ଟାରୁ ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ନୀତି ଓ ସୂର୍ଯ୍ୟପୂଜା ଆଦି ଅନୁଷ୍ଠିତ ହେବ। ଏହାପରେ ଭୋର୍‌ ୪ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୦ଟା ପର୍ଯ୍ୟନ୍ତ ଚାଲୁ ରହିବ। ୧୦ଟା ପରେ ଦର୍ଶନ ବନ୍ଦ ହୋଇ ଲୋକନାଥ ଦେବଙ୍କର ନୀତିକାନ୍ତି ଆରମ୍ଭ ହୋଇ ପାଖାପାଖି ରାତ୍ର ୨ଟା ପର୍ଯ୍ୟନ୍ତ ଚାଲିବ। ରାତ୍ର ୨ଟାରୁ ୩ଟା ମଧ୍ୟରେ ହରିହର ପୂଜାଭୋଗ ସମ୍ପନ୍ନ, ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ଭୋଗ ଓ ମହାଦୀପ ପ୍ରଜ୍ଜ୍ୱଳନ ହେବ। ଉଲ୍ଲେଖଯୋଗ୍ୟ, ଶ୍ରୀଶ୍ରୀ ଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଖାଇ ରାତ୍ର ୧୧ଟା ୩୦ ମିନିଟ୍‌ ସମୟରେ ଲୋକନାଥ ମନ୍ଦିରରେ ପହଞ୍ଚିବେ। ଅନ୍ୟପକ୍ଷେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବା ସହ ମନ୍ଦିରଠାରୁ ୨ଶହ ମିଟରକୁ ଯାନବାହନ ନିଷିଦ୍ଧାଞ୍ଚଳରେ ପରିଣତ କରାଯାଇଛି। ଏପରିକି କୌଣସି ଦୋକାନ ବଜାରର ଆସର ବସିବ ନାହିଁ। ଧାଡ଼ି ଦର୍ଶନକୁ ଗୁରୁତ୍ୱ ଦିଆଯିବା ସହ ଆପରାଧିକ କାର୍ଯ୍ୟକଳାପକୁ ଟ୍ରାକ୍‌ କରିବା ନେଇ କଡ଼ା ନଜର ରଖାଯାଇଥିବା ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ଜଣେ ଅତିରିକ୍ତ ଏସ୍‌ପି, ୫ଜଣ ଡିଏସ୍‌ପି, ୧୧ଜଣ ଇନ୍ସପେକ୍ଟର, ୪୦ଜଣ ଅଫିସର, ୨ଶହ ହୋମଗାର୍ଡ ଓ ଶହେ କନଷ୍ଟେବଳଙ୍କୁ ଜାଗର ଯାତ୍ରା କାର୍ଯ୍ୟରେ ନିୟୋଜିତ କରାଯିବ। ସେହିଭଳି ଅଗ୍ନିଶମ ବାହିନୀ ଓ ଡାକ୍ତରୀ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ମହଜୁଦ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri