Posted inଜାତୀୟ

ଆଇଏନ୍‌ଏସ୍‌ କରଞ୍ଜ ନୌସେନାରେ ସାମିଲ

ମୁମ୍ବାଇ,୧୦।୩: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି। ବୁଧବାର ନୌସେନାରେ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ସବ୍‌ମେରାଇନ୍‌ ଆଇଏନ୍‌ଏସ୍‌ କରଞ୍ଜକୁ ମୁମ୍ବାଇର ନାଭାଲ ଡକ୍‌ ୟାର୍ଡରେ ଏକ ଉତ୍ସବରେ ସାମିଲ୍‌ କରାଯାଇଛି। ଏହି ଅବସରରେ ଚିଫ୍‌ ଅଫ୍‌ ନାଭାଲ ଷ୍ଟାଫ୍‌ ଆଡମିରାଲ କରମବୀର ସିଂ ଏବଂ ଅବସରପ୍ରାପ୍ତ ଆଡମିରାଲ ଭି.ଏସ୍‌. ଶେଖାଓ୍ବତ ଉପସ୍ଥିତ ଥିଲେ। ଫ୍ରାନ୍ସର ସହାୟତାରେ ନିର୍ମିତ ହୋଇଥିବା ଏହି ସବ୍‌ମେରାଇନ୍‌ ସାଇଲେଣ୍ଟ୍‌ କିଲର ଭାବେ ପରିଚିତ। ଏହା ୪୫ରୁ ୫୦ ଦିନ ପର୍ଯ୍ୟନ୍ତ ପାଣି ତଳେ ରହି ପାରିବ। ଏଥିରେ ସ୍ଟିଲଥ୍‌ ଜ୍ଞାନକୌଶଳ ବ୍ୟବହାର ହୋଇଥିବାରୁ ଏହା ସହଜରେ ଶତ୍ରୁର ରାଡାରରେ ଧରାପଡ଼ିବ ନାହିଁ। କରଞ୍ଜ୍‌ ପାଣି ତଳେ ୩୫୦ ମିଟର ତଳେ କାର୍ଯ୍ୟ କରିବାକୁ ସକ୍ଷମ। ଏହାର ଲମ୍ବ ୨୨୧ ଫୁଟ ଥିବାବେଳେ ଉଚ୍ଚତା ୪୦ଫୁଟ ରହିଛି। ସବ୍‌ମେରାଇନ୍‌ର ଗଭୀରତା ୧୯ ଫୁଟ। ସେହିପରି ଏହାର ଓଜନ ୧୫୬୫ ଟନ୍‌। ଏହାର ଆଭ୍ୟନ୍ତରରେ ୧୧ କିଲୋମିଟର ଲମ୍ବର ପାଇପ୍‌ ଏବଂ ୬୦ କିଲୋମିଟର ଲମ୍ବର କେବୁଲ ଫିଟିଙ୍ଗ୍‌ କରାଯାଇଛି। ଏଥିରେ ୩୬୦ ବ୍ୟାଟେରୀ ସେଲ ରହିଛି। ପ୍ରତି ସେଲର ଓଜନ ପ୍ରାୟ ୭୫୦ କିଲୋଗ୍ରାମ୍‌। ସେହିପରି ଏଥିରେ ୧୨୫୦ କିଲୋଓ୍ବାଟର ଡିଜେଲ ଇଞ୍ଜିନ୍‌ ରହିଛି। ସବ୍‌ମେରାଇନ୍‌ର ଥରକେ ୧୨୦୦୦ କିଲୋମିଟର ଯାତ୍ରା କରିବାର କ୍ଷମତା ରହିଛି। ଭାରତୀୟ ନୌସେନାରେ କରଞ୍ଜ ସାମିଲ ହେବା ପରେ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri