Posted inଜାତୀୟ

ମହିଳା ବିଧାୟକଙ୍କ ଗାଲ ଟାଣିଲେ ଏମ୍‌ପି: ଭିଡିଓ ଭାଇରାଲ

କୋଲକତା,୧୦ା୩: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ବିଭିନ୍ନ ଦଳ ପକ୍ଷରୁ ପରସ୍ପର ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏଭଳି ପରିସ୍ଥିତିରେ ଆଉ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଭାଜପା ଏମ୍‌ପି ଲକେଟ ଚାଟାର୍ଜୀ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ତୃଣମୂଳ କଂଗ୍ରେସ ଏମ୍‌ପି କଲ୍ୟାଣ ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଏହି ଭିଡିଓରେ କଲ୍ୟାଣ ବାନାର୍ଜୀ ଖବରଦାତା ସମ୍ମିଳନୀରେ ଦଳର ଜଣେ ମହିଳା ବିଧାୟକଙ୍କ ଗାଲ ଟାଣୁଥିବା ନଜର ଆସିଛନ୍ତି। ଏହି ଘଟଣାର କେବେ ଘଟିଥିଲା ତାହା ସ୍ପଷ୍ଟ ହୋଇ ନାହିଁି। କିନ୍ତୁ ଲକେଟ ଚାଟାର୍ଜୀ ଦାବି କରିଛନ୍ତି ଯେ ଏଥିରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ଟିଏମସି ଏମ୍‌ପି କଲ୍ୟାଣ ବାନାର୍ଜୀ। ଟିଏମସି ମହିଳା ସଶକ୍ତିକରଣ କରୁଛି, ଟିଏମସି ଏମ୍‌ପି କଲ୍ୟାଣ ବାନାର୍ଜୀ ଏବଂ ବିଦାୟ ନେଉଥିବା ବାନଙ୍କୁରା ମହିଳା ବିଧାୟକ ଟିକେଟ ନ ପାଇ ନିରାଶ, ଲଜ୍ଜିତ ବୋଲି ଭିଡିଓ ଶେୟାର କରି ଲକେଟ୍‌ କହିଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ଭାଜପା ତୃଣମୂଳ କଂଗ୍ରେସ ଉପରେ ବର୍ଷିଛି। ଏହି ପରିପ୍ରେକ୍ଷୀରେ ଭାଜପା କହିଛି ଯେ ଗତ ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ବଳାତ୍କାର, ନିର୍ଯାତନା ଭଳି ମହିଳା ଅପରାଧ ଘଟଣା ବଢିଚାଲିଛି। ଏପରିକି ରାଜ୍ୟର ମମତା ସରକାର ଏନସିଆରବିରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧର ପରିସଂଖ୍ୟାନ ଦେଇନାହାଁନ୍ତି। ଏହି କାରଣରୁ ବିସ୍ତୃତ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇନାହିଁ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଏଥର ୫୦ ଜଣ ମହିଳାଙ୍କୁ ସ୍ଥାନ ଦେଇଛି। ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମହିଳାମାନଙ୍କ ସୁରକ୍ଷା ଏବଂ ମୁଦ୍ରାସ୍ଫୀତି ସମ୍ପର୍କରେ କୋଲକତାରେ ଏକ ରାଲି କରିଛନ୍ତି। ଏଥିରେ ତାଙ୍କ ସହିତ ବହୁ ସଂଖ୍ୟକ ମହିଳା ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri