ଭୁବନେଶ୍ୱର, ୧୦।୩ (ବ୍ୟୁରୋ): ଓଡ଼ିଶାର କଳା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ସହ ରାଜଧାନୀ ଭୁବନେଶ୍ୱରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଅନେକ ସୃଜନଶୀଳ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜଧାନୀରେ ଏକ ‘କଲ୍ଚରାଲ୍ କରିଡର’ କରାଯିବାର ଯୋଜନା ରହିଛିି। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଏନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ମାର୍ଟ ଜନପଥରେ ସାଂସ୍କୃତିକସ୍ଥଳୀର ଦୃଶ୍ୟପଟ ଏବଂ କାର୍ଯ୍ୟକାରିତାକୁ ସ୍ଥାନ ଦେବା ପାଇଁ ଯୋଜନା ସ୍ଥିର ହୋଇଛି।
ପୂର୍ବରୁ ଷ୍ଟ୍ରିଟ୍ ଭେଣ୍ଡର ସର୍ବେକ୍ଷଣକୁ ଆଧାରକରି ବର୍ତ୍ତମାନ ସ୍ମାର୍ଟ ଜନପଥରେ ହୋଇଥିବା କିଓସ୍କଗୁଡିକର ଆବଣ୍ଟନ ଚାଲୁଛି। ଏଭଳି ସ୍ଥିତିରେ ସହରର ଏକ ପ୍ରମୁଖ ସ୍ଥାନରେ ରାଜ୍ୟର ସମସ୍ତ ଜିଲାକୁ ଉପସ୍ଥାପନ କରି ଏହାର ସଂସ୍କୃତିକୁ ବର୍ଣ୍ଣନା କରୁଥିବା କିଛି କିଓସ୍କ ସ୍ଥାପନ କରାଯିବ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରମାଦେବୀ ମହିଳା ମହାବିଦ୍ୟାଳୟ ଠାରୁ ରୂପାଲୀ ଛକ ପର୍ଯ୍ୟନ୍ତ ବିସ୍ତୃତ ଜନପଥ ପାର୍ଶ୍ୱରେ କିଓସ୍କଗୁଡ଼ିକୁ ରଖାଯିବାର ନିଷ୍ପତ୍ତି ନିଆଯାଇଥିବା ବୈଠକରେ ସୂଚନା ଦିଆଯାଇଛି। ସ୍ମାର୍ଟସିଟି ଭୁବନେଶ୍ୱର ସାରା ବିଶ୍ୱ ପାଇଁ ଏକ ପର୍ଯ୍ୟଟନ ସ୍ଥାନ ତଥା ମନ୍ଦିରମୟୀ ନଗରୀ ଭାବେ ପ୍ରତିଷ୍ଠିତ। ତେଣୁ ସ୍ମାର୍ଟ ଜନପଥ ପ୍ରକଳ୍ପରେ ଏହାକୁ ଆହୁରି ସୁନ୍ଦର କରି ଗଢି ତୋଳିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି କମିଶନର ଚୌଧାରୀ କହିଛନ୍ତି। ଏନେଇ କମିଶନର ସମସ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖି ସେମାନଙ୍କ ଜିଲାରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ କି ସେହି ଜିଲାକୁ ପ୍ରତିନିଧିତ୍ୱ କରିପାରୁଥିବେ। ସମସ୍ତ ଅଞ୍ଚଳର ଉତ୍ପାଦନ ଏବଂ ସାଂସ୍କୃତିକ ସାମଗ୍ରୀର ପ୍ରଦର୍ଶନ ଓ ବିପଣନ ପାଇଁ ଏଠାରେ ସ୍ବତନ୍ତ୍ର ରୀତିରେ କିଓସ୍କ ରଖାଯାଇ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରାଯିବ। କନ୍ଧମାଳର ହଳଦୀ ହେଉ ଅବା କୋରାପୁଟ କଫି କିମ୍ବା ପିପିଲିର ଚାନ୍ଦୁଆ ସବୁକିଛି ସେଠାରେ ଉପଲବ୍ଧ ହୋଇପାରିବ। ଏଥିସହ କିଓସ୍କ ଗୁଡିକୁ ସ୍ବତନ୍ତ୍ର ଢଙ୍ଗରେ କରାଯାଇ ଆଗ୍ରହୀ ଗ୍ରାହକ ଓ ପର୍ଯ୍ୟଟକମାନଙ୍କର ବୁଲି ଦେଖିବା ଭଳ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ କାରବାର ତଥା ଅଗ୍ରିମ ଅର୍ଡର ଦେବାର ବ୍ୟବସ୍ଥା ରହିବ। ଏ କ୍ଷେତ୍ରରେ ନିରାପତ୍ତା, ଆଇନ୍ଶୃଙ୍ଖଳା ଏବଂ ଜିଲା ପ୍ରଶାସନ ସହ ସଂଯୋଜନା ପାଇଁ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯିବ। ସେହିପରି ପରିମଳ ବ୍ୟବସ୍ଥା ପାଇଁ ସମ୍ପୃକ୍ତ ସ୍ଥାନରେ ସ୍ମାର୍ଟ ଟଏଲେଟ୍ର ସୁବିଧା ରହିବ। ସହର ବା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକ ଏଭଳି ସ୍ମାର୍ଟ ଜନପଥ ଦେଖିଲେ ରାଜ୍ୟର ସଂସ୍କୃତି ଓ ପ୍ରଗତି ବାବଦରେ ତାଙ୍କର ଅବଧାରଣା ଆସିବ। ଏଥିସହ ସମଗ୍ର ରାଜ୍ୟ ବିଷୟରେ ଜ୍ଞାନ ଆହରଣ ପାଇଁ ଏହା ଏକ ନମୁନା ଭାବେ ସ୍ଥାନ ପାଇବ ବୋଲି ବୈଠକରେ ସୂଚନା ଦିଆଯାଇଛି। ବିଏମ୍ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସାଉଥ୍ ଇଷ୍ଟ ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ, ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି
ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...
ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ
ଭୁବନେଶ୍ୱର, ୨୫।୧୨(ସୁନିତ୍ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର୍ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର ନୂଆ ମୁଖ୍ୟ ଶାସନ...
ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି
ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...
‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ
ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...
ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
Archives


