ପାରାଦୀପ ପ୍ଲାଷ୍ଟିକ ପାର୍କ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ରାଜ୍ୟ ସରକାର ଡାଉନ୍‌ଷ୍ଟ୍ରିମ୍‌ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରି ପାଇଁ ପାରାଦୀପଠାରେ ଏକ ଶିଳ୍ପ ପାର୍କର ବିକାଶ କରୁଛନ୍ତି। ପାରାଦୀପଠାରେ ହେବାକୁ ଥିବା ଏହି ପ୍ଲାଷ୍ଟିକ ପାର୍କର ବିକାଶ ରାଜ୍ୟ ଓ କେନ୍ଦ୍ର ସହଭାଗିତାରେ ହେବ। ଏ ନେଇ ମଙ୍ଗଳବାର ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଡ୍‌କୋ ଏବଂ ଭାରତୀୟ ତୈଳ ନିଗମ(ଆଇଓସିଏଲ୍‌) ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଇଓସିଏଲ୍‌ ଦ୍ୱାରା ଓଡ଼ିଶାରେ କରାଯାଉଥିବା ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ ପୁଞ୍ଜିନିବେଶରେ ରାଜ୍ୟ ସରକାର ସମସ୍ତପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। ଓଡ଼ିଶାର ପଲିମର୍‌ ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରି ପାଇଁ ପାରାଦୀପ ପ୍ଲାଷ୍ଟିକ ପାର୍କ ଭିତ୍ତିଭୂମି ଯୋଗାଇଦେବ। ତେଣୁ ସ୍ଥାନୀୟ ଉଦ୍ୟୋଗୀ ସହଯୋଗରେ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ପାଇଁ ଆଇଓସିଏଲ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆବଶ୍ୟକ । ରାଜ୍ୟରେ ପେଟ୍ରୋକେମିକାଲ ଶିଳ୍ପର ବିକାଶ କ୍ଷେତ୍ରରେ ପ୍ଲାଷ୍ଟିକ ପାର୍କ ଆବଶ୍ୟକ ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପାର୍କର ସଫଳତା କାମନା କରିବା ସହ ରାଜ୍ୟ ସରକାର ଏ ଦିଗରେ ଆଇଓସିଏଲ୍‌କୁ ସମସ୍ତ ସହାୟତା ଯୋଗାଇଦେବେ ବୋଲି କହିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ। ରାଜ୍ୟ ସରକାର ସଂଘୀୟ ଢାଞ୍ଚାରେ କେନ୍ଦ୍ର ସରକାରଙ୍କ ସହଯୋଗ ତଥା ନିଜ ଦାୟିତ୍ୱ ନେଇ ପୂରଣ କଲେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ। ଓଡ଼ିଶାରେ ଯୁବତୀଯୁବକଙ୍କ ରୋଜଗାର ପାଇଁ ଶିଳ୍ପାୟନର ବିକାଶ ଉପରେ ଧର୍ମେନ୍ଦ୍ର ଗୁରୁତ୍ୱ ଦେବା ସହ ରାଜ୍ୟ ସରକାରଙ୍କଠାରୁ ପାରାଦୀପ ବିଶୋଧନାଗାରର ସମ୍ପ୍ରସାରଣ, ଟେକ୍ସଟାଇଲ ଶିଳ୍ପ ସ୍ଥାପନ ତଥା ରାଜ୍ୟରେ ବିଭିନ୍ନ ପେଟ୍ରୋକେମିକାଲ ଓ ଅନ୍ୟାନ୍ୟ ଶିଳ୍ପାୟନର ଅଭିବୃଦ୍ଧି ନେଇ ସହାୟତା ଲୋଡ଼ିଛନ୍ତି ା ପାରାଦୀପ ରିଫାଇନେରିର କ୍ଷମତା ୧୫ରୁ ୨୫ ମିଲିୟନ ଟନ୍‌କୁ ବୃଦ୍ଧି କରିବା ତଥା ପାରାଦୀପରେ ବିଶୋଧନାଗାରର ସମ୍ପ୍ରସାରଣ ଏବଂ ନାପତା କ୍ରାକର ପ୍ରକଳ୍ପ ପାଇଁ ଜାଗା ଯୋଗାଇଦେବା, ବୟନ ଶିଳ୍ପ ପ୍ରତିଷ୍ଠା, ପେଟ୍ରୋକେମିକାଲ ଶିଳ୍ପର ଅଭିବୃଦ୍ଧି ଏବଂ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ସ୍ଥାପନ ପାଇଁ ରାଜ୍ୟ ସରକାର ସହଯୋଗୀ ହୁଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ପାରାଦୀପଠାରେ ୧୦୬.୭୮ କୋଟି ଟଙ୍କା ବ୍ୟୟରେ ୧୨୦ ଏକର ଜମିରେ ଇଣ୍ଡିଆନ ଅଏଲ ଏବଂ ଇଡ୍‌କୋର ମିଳିତ ଉଦ୍ୟମରେ ଏହି ପ୍ଲାଷ୍ଟିକ୍‌ ପାର୍କ ନିର୍ମାଣ ହେବ ା ଏହି ପାର୍କ ପ୍ଲାଷ୍ଟିକର ଆମଦାନୀକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଆଇଓସିଏଲ୍‌ ୪୦ କୋଟି ଟଙ୍କା ବ୍ୟୟରେ ଏକ ବିକାଶ ସଂସ୍ଥା ତିଆରି କରିଛି। ଏଠାରେ କାରଖାନା ପ୍ରତିଷ୍ଠା କରିବା ପାଇଁ ଆସୁଥିବା ଶିଳ୍ପସଂସ୍ଥାଗୁଡ଼ିକ ବୈଷୟିକ ଓ ଆନୁଷଙ୍ଗିକ ସହୟତା ପାଇପାରିବେ। ପାରାଦୀପ ସମେତ ଓଡ଼ିଶାର ଖୋର୍ଦ୍ଧା, ବାଲେଶ୍ୱର, ବ୍ରହ୍ମପୁର, କଟକ ଜିଲାରେ ପ୍ଲାଷ୍ଟିକ ଆଧାରିତ ଶିଳ୍ପସମୂହ ଗଢ଼ି ଉଠିଥିବା ବେଳେ ରାଜ୍ୟରେ ଏହି ଶିଳ୍ପର ସ୍ଥାପନ ନିମନ୍ତେ ଇନିସିଏଟିଭ୍‌ ଦେବାକୁ ଇଣ୍ଡିଆନ ଅଏଲକୁ ଦାୟିତ୍ୱ ଦିଆଯାଇଛି। ଏହାଦ୍ୱାରା ପ୍ଲାଷ୍ଟିକ ପାର୍କ ପାଇଁ ଶସ୍ତାରେ କଞ୍ଚାମାଲ ମିଳିଲେ ବିଶେଷ କରି ଓଡ଼ିଆ ଯୁବକମାନେ ଉଦ୍ୟମୀ ହେବାର ପ୍ରଚେଷ୍ଟା କରିବେ। ଏଥିପାଇଁ ଇଣ୍ଡିଆନ ଅଏଲ ଜାତୀୟ ବଜାରରୁ ମେଟ୍ରିକ୍‌ ଟନ୍‌ ପିଛା ୨ ହଜାର ଟଙ୍କାରେ କଞ୍ଚାମାଲ କିଣି ଓଡ଼ିଶାର ଶିଳ୍ପ ସଂସ୍ଥାକୁ ଯୋଗାଇବ। ସେମାନଙ୍କ ପାଇଁ ବୟନଶିଳ୍ପ ପ୍ରତିଷ୍ଠା କରି ରାଜ୍ୟରେ ସୁଯୋଗ ଦେବାର ଆବଶ୍ୟକତା ରହିଛି।  ଓଡ଼ିଶାରେ ପ୍ଲାଷ୍ଟିକ ଶିଳ୍ପ ଓ ବୟନଶିଳ୍ପ ପାଇଁ ଇସ୍ପାତ୍‌ ଶିଳ୍ପର ମିଡିଲ୍‌ ହୁକ୍‌ ଲାଗି ଏବେ ଇଣ୍ଡିଆନ ଅଏଲ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
୧୨୦ ଏକର ଜାଗାରେ ୧୦୭ କୋଟି ଟଙ୍କା ବ୍ୟୟରେ ଉକ୍ତ ପ୍ଲାଷ୍ଟିକ ପାର୍କ ନିର୍ମାଣ ହେବ। ଏହି ପ୍ରକଳ୍ପ ପାରାଦୀପର ବୃହତ ପିସିପିଆଇଆର(ପେଟ୍ରୋଲିୟମ କେମିକାଲ ଏବଂ ପେଟ୍ରୋକେମିକାଲ ପୁଞ୍ଜିନିବେଶ ଅଞ୍ଚଳ) ପରିସର ଭୁକ୍ତ। ଏଥିରେ ୫୦୦ କୋଟି ଟଙ୍କାର ବିଭିନ୍ନ ଆକାରର ୨୫ଟି ଶିଳ୍ପ ଅନ୍ତର୍ଭୁକ୍ତ ହୋଇ ପାରିବ। ଏଥିରେ ପ୍ରାୟ ୧୬୦୦ ନିଯୁକ୍ତି ସୃଷ୍ଟି ହୋଇ ପାରିବ। ଏହି ପାର୍କ ଫଳରେ ଓଭନ ସାକ, ପ୍ଲାଷ୍ଟିକ ପାଇପ, ଇଞ୍ଜେକ୍ସନ ମୋଡୁଲ କମ୍ପୋନେଣ୍ଟ, ଫିଲ୍ଲ, ପାଉଚେସ, ପ୍ୟାକିଂ ପ୍ରଡକ୍ଟ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ ଉତ୍ପାଦ ମାନୁଫାକ୍ଚରିଂ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ କହିଛନ୍ତି ଯେ ଓଡ଼ିଶା ଏକ ବୃହତ ଶିଳ୍ପ ହବରେ ପରିଣତ ହେବାକୁ ଯାଉଛି। ଏମଓୟୁ ସ୍ବାକ୍ଷର ବେଳେ ଲୋକସେବା ଭବନରେ ଉନ୍ନୟନ କମିଶନର, ଆଇସିଏଲ ସିଏମଡି, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି), ଆଇଓସିଏଲ ଅଧ୍ୟକ୍ଷ ଏସ୍‌ଏନ ବୈଦ୍ୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ ଇଡକୋ ସିଏମଡି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri