ଶିମିଳିପାଳ ଏବେ ଲାଲ୍‌ପିଣ୍ଡ: ପାହାଡ଼ ଶୀର୍ଷକୁ ଛୁଇଁଲାଣି

ବାରିପଦା ଅଫିସ,୮।୩: ଶିମିଳିପାଳ ଅଭୟାରଣ୍ୟରେ ଥିବା ପାହାଡ଼ ଶୀର୍ଷକୁ ଛୁଇଁଲାଣି ନିଆଁ। ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ପାହାଡ଼ ପରେ ପାହାଡ଼କୁ ନିଆଁ ବ୍ୟାପି ଚାଲିଥିବା ବେଳେ ବନ କର୍ମଚାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, ଦମକଳ ବାହିନୀ, ପୋଲିସ ଓ ଜଙ୍ଗଲକୁ ସୁରକ୍ଷା ଯୋଗାଉଥିବା ବିଭିନ୍ନ କମିଟିର ଆପ୍ରାଣ ଉଦ୍ୟମକୁ ସଫଳତା ମିଳୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ହେଲିକପ୍ଟର ସହାୟତାରେ ନିଆଁ ନିୟନ୍ତ୍ରଣ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହେଲାଣି। ଅଭୟାରଣ୍ୟକୁ ରକ୍ଷା କରା ନ ଗଲେ ଆଗାମୀ ଦିନରେ ପରିବେଶ ଅସନ୍ତୁଳିତ ହେବା

ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ସବୁଜ ସୁନ୍ଦର ଶିମିଳିପାଳ ଏବେ ଲାଲ୍‌ପିଣ୍ଡରେ ପରିଣତ ହୋଇଛି। ୨୭୫୦ବର୍ଗ କି.ମି. ପରିବ୍ୟାପ୍ତ ଏହି ଅଭୟାରଣ୍ୟର କୋର ଓ ବଫର ଏରିଆ ଏବଂ ବନାଞ୍ଚଳ ଅଧୀନ ଜଙ୍ଗଲର ବ୍ୟାପକ ଅଞ୍ଚଳରେ ନିଆଁ ଲାଗିଛି। ସୂଚନା ଅନୁଯାୟୀ, ପିଠାବଟା, ଭଞ୍ଜବସା, ଡୁକୁରା, ପୋଡ଼ାଡ଼ିହା, ନଅଁଣା ସାଉଥ୍‌, ତାଳବନ୍ଧ, ହଳଦୀବଣି ଆଦି ରେଞ୍ଜର ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ବେଳେ ଗୁଡୁଗୁଡ଼ିଆ, ଦିଲାପଘା ଓ ରାମରଜା ପାହାଡ଼ ଶୀର୍ଷକୁ ନିଆଁ ଛୁଇଁଲାଣି। ୮୫୦ ବନ କର୍ମଚାରୀ, ୨୫୦ ଫାୟାର ୱାଚ, ୧୪ଟି ଦମକଳବାହିନୀ ଓ ୪୦ରୁ ଊର୍ଦ୍ଧ୍ୱ ଯାନ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବନବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଅଭୟାରଣ୍ୟ ସମେତ ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ ଜଳୁଛି। ଫଳରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ଜୀବଜନ୍ତୁ ପ୍ରାଣ ବିକଳରେ ଦିଗହରା ସାଜିଛନ୍ତି।
ମୟୂରଭଞ୍ଜର ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏବଂ ରାଜଜେମା ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ବାଙ୍ଗରିପୋଷି ରେଞ୍ଜର ପାକଟିତଳା, ଭାଗୀରଥିପୁର, ପାହାଡ଼ତଳସାହି, ନିଶ୍ଚିନ୍ତା ଓ ତାଳବନ୍ଧ ଅଞ୍ଚଳକୁ ଯାଇ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ଜଙ୍ଗଲ ପରିଦର୍ଶନ କରିବା ସମୟରେ ଉଭୟ ନିଆଁକୁ ଲିଭାଉଥିତ୍ବା ଦେଖିବାକୁ ମିଳିଥିଲା। ତେବେ ଅପହଞ୍ଚ ଓ ଅଦୃଶ୍ୟ ସ୍ଥାନରେ ଲାଗିଥିବା ନିଆଁକୁ ଠାବ କରିବା ପାଇଁ ବିଭାଗ ପାଖରେ ୩ଟି ଡ୍ରୋନ୍‌ କ୍ୟାମେରା ରହିଛି। ଏହାକୁ ବ୍ୟବହାର କରାଗଲେ ନିଆଁର ପ୍ରକୃତ ସ୍ଥିତି ଜଣାପଡ଼ିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ହୁଅନ୍ତା ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ନିଆଁକୁ ଆୟତ୍ତ କରା ନ ଗଲେ ଶିମିଳିପାଳ ଜଳବାୟୁ, ତାପମାତ୍ରା ଓ ବୃଷ୍ଟିପାତ ଉପରେ ପ୍ରଭାବ ପଡ଼ିବା ସହିତ ବିରଳ ପ୍ରଜାତିର ବନୌଷଧି, ଅର୍କିଡ, ବିଶାଳ ଶାଳ ଜଙ୍ଗଲ ସହିତ ଅନେକ ପ୍ରଜାତିର ଜୀବଜନ୍ତୁ ନଷ୍ଟ ହୋଇଯିବେ। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିିରେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇ ସୈନ୍ୟବାହିନୀ ସହଯୋଗରେ ବିମାନ ଦ୍ୱାରା ଜଳସିଞ୍ଚନ କରିବା ସହିତ କାର୍ବନ ଡାଇଅକ୍ସାଇଡ୍‌ ମାଧ୍ୟମରେ ନିଆଁକୁ ଆୟତ୍ତ କରିବାକୁ ପରିବେଶବିତ୍‌ ଡା. ସନତ କୁମାର ଦାଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri