ବିବାହିତା ଭଉଣୀଙ୍କୁ ୪୦ ହଜାର ଟଙ୍କାରେ ବିକି ଦେଲେ ଭାଇ

ପାଟଣା,୬।୩: ବିହାରର ଭାଗଲପୁର ନାଥନଗର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ନିଜ ଭାଇ ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣା ସହ ଜଡିତ ଭିଡିଓ ଶୁକ୍ରବାର ଭାଇରାଲ ହୋଇଛି। ଭିଡିଓରେ ମହିଳା ଜଣକ ନିଜକୁ ଦୁଇ ଜଣଙ୍କ ନିକଟରେ ଭାଇ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି। ଯେତେବେଳେ ନାଥନଗରରେ ତାଙ୍କ ଭାଇ ତାଙ୍କୁ ଭେଟିବାକୁ ଆସି ନ ଥିଲେ ସେତେବେଳେ ମହିଳାଙ୍କର ସନ୍ଦେହ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଗିରଫ କରି ମହିଳାଙ୍କୁ ପଚରାଉଚରା କରିଥିଲା। ତେବେ ପୋଲିସ କିଣାବିକା କଥାକୁ ମନା କରଛି।

ସୂଚନା ଅନୁଯାୟୀ, ସିଟି ଏଏସ୍‌ପି ପୂରଣ ଝା ମହିଳାଙ୍କୁ ପଚରାଉଚରା କରିଥିଲେ। ମହିଳା ଜଣକ ଘରକୁ ଯିବାକୁ କହିଥିଲେ ଏବଂ ଲିଖିତ ମାମଲା କରିବାକୁ ମନା କରିଦେଇଥିଲେ। ଇନ୍ସପେକ୍ଟର ସାଜାଦ ହୁସେନ କହିଛନ୍ତି ଯେ, ମହିଳା ଜଣକ ବିବାହିତ। ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି। ପ୍ରଥମ ସ୍ବାମୀ ତାଙ୍କୁ ଛାଡ଼ି ଦେଇଛନ୍ତି। ଏହି ଘଟଣା ଦ୍ୱିତୀୟ ବିବାହ ସହିତ ଜଡ଼ିତ। ମହିଳାଙ୍କ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ତେବେ ନାଥନଗର ପୋଲିସ ମହିଳାଙ୍କ ମା ଏବଂ ମାମୁଙ୍କୁ ଘୋଗା ପଠାଇ ମାମଲାର ତଦନ୍ତ କରୁଛି।

ମହିଳା ଜଣକ କହିଛନ୍ତି ଯେ, ଘୋଗା ବଜାରରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କ ବାପଘରକୁ ଆସିଥିଲେ। ତାଙ୍କ ଭାଇଙ୍କ ସହ ଉକ୍ତ ଦୁଇ ବ୍ୟକ୍ତିଙ୍କର ବନ୍ଧୁତା ଥିଲା। ଭାଇଙ୍କ ଅନୁପସ୍ଥିତିରେ ଦୁହେଁ ଘରେ ପହଞ୍ଚି ଭାଇଙ୍କୁ ଡାକିବା ସହ କାର୍‌ରେ ନେଇଯିବା କଥା କହିଥିଲେ। ସେ ନାଥନଗରରେ ପହଞ୍ଚିବା ପରେ ମଧ୍ୟ ଭେଟି ନ ଥିଲେ। ଏହି ସମୟ ମଧ୍ୟରେ ଦୁହେଁ ମୋ’ ଭାଇକୁ ୪୦ ହଜାର ଟଙ୍କା ଦେଇଥିବା କହିଥିଲେ। ଏହା ପରେ ମହିଳା ଜଣକ ପାଟି କରିଥିଲେ। ପରେ ଅପହରଣକାରୀମାନେ କାର୍‌ ଅଟକାଇଥିଲେ। ପୋଲିସ ପହଞ୍ଚିବା ପରେ ମହିଳାଙ୍କ ଜୀବନ ରକ୍ଷା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri