ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ପୁରୀ ଅଫିସ, ୬।୩: ପୁରୀ ସ୍ବର୍ଗଦ୍ୱାରରେ ଅତି ଗରିବ ଶ୍ରେଣୀର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ ରହିଛି। ତେବେ ଏଠାରେ ହିତାଧିକାରୀ ଚୟନ ନେଇ ଉପଯୁକ୍ତ ପ୍ରକ୍ରିୟା ହେଉନହିଁ। ଫଳରେ ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ଏକପ୍ରକାର ବାଟମଣା ହୋଇପଡ଼ିଛି। ଯେ କେହି ଏହି ଯୋଜନାର ଫାଇଦା ଉଠାଉଛନ୍ତି।
ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ମୁଖ୍ୟତଃ ୫ଟି ପଏଣ୍ଟ ରହିଛି। ମୃତକଙ୍କ ପରିବାରରେ ଗାଡ଼ି ନ ଥିବ। ପରିବାରରେ କେହି ସରକାରୀ ଚାକିରିଆ ହୋଇ ନ ଥିବେ। ସମ୍ପୃକ୍ତ ବ୍ୟକ୍ତି ସରକାରଙ୍କର କୌଣସି ଲାଭଜନକ ପଦବୀରେ ନ ଥିବେ ଓ କରଦାତା ହୋଇ ନ ଥିବେ। ପରିବାରର ମୋଟ୍‌ ଜମି ୫ ଏକରରୁ କମ୍‌ ହୋଇଥିବ। ମାତ୍ର ଏସବୁ ଗାଇଡ୍‌ଲାଇନ୍‌ ପାଳନ କରାଇବା ଲାଗି କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ନାହିଁ। ବିପିଏଲ୍‌ କାର୍ଡଟିଏ ମଧ୍ୟ ଦେଖାଇବାକୁ ପଡୁନାହିଁ। ଜଣେ ବ୍ୟକ୍ତି ଶବଦାହ ଲାଗି ପହଞ୍ଚିଲେ ପୌରସଂସ୍ଥା କର୍ମଚାରୀ ଓ ସ୍ବର୍ଗଦ୍ୱାର ସେବା ସମିତିର ସ୍ବେଚ୍ଛାସେବୀ କେବଳ ପଚରାଉଚରା କରି ତଥ୍ୟ ସଂଗ୍ରହ କରୁଛନ୍ତି। ସମସ୍ତ ଜିଲାର ସବୁ ଶ୍ରେଣୀର ପରିବାରଙ୍କୁ ଏହି ସୁବିଧା ମିଳୁଛି। ପ୍ରଶାସନ ଏନେଇ ଅବଗତ ଥିବା ସତ୍ତ୍ୱେ କୌଣସି ପଦକ୍ଷେପ ନେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ପୌରସଂସ୍ଥା କର୍ତ୍ତୃପକ୍ଷ ପୂର୍ବରୁ ଜିଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ଜଣାପଡ଼ିଛି। ତେବେ ବିଡମ୍ବନାର ବିଷୟ ଯେ, ସରକାର ପ୍ରକୃତ ହିତାଧିକାରୀ ଚିହ୍ନଟ କରିବା ବଦଳରେ ସ୍ବର୍ଗଦ୍ୱାରରେ ଶବଦାହ ପାଇଁ ମିଳୁଥିବା ଅର୍ଥରାଶିକୁ କମାଇ ଦେଇଛନ୍ତି। ଭୁବନେଶ୍ୱର ଓ କଟକ ଭଳି ବଡ଼ ସହରରେ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କାର ସାମଗ୍ରୀ କିଣିବାର ସୁବିଧା ରହିଛି। ପୁରୀରେ ଏହାକୁ ୨ହଜାର ଟଙ୍କା ରଖାଯାଇଛି। ଏ ନେଇ ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି, ଅନ୍ତତଃପକ୍ଷେ ଯଦି ବିପିଏଲ କାର୍ଡଟିଏ ଦେଖାଇବାର ନିୟମ ହୋଇପାରନ୍ତା ତାହାହେଲେ ପ୍ରକୃତ ହିତାଧିକାରୀ ଚୟନ ଗୋଟିଏ ପାଦ ଆଗକୁ ବଢ଼ନ୍ତା। ସାଂପ୍ରତିକ ସ୍ଥିତିରେ କେବଳ ବୁଝାଶୁଝା ଦ୍ୱାରା ସମସ୍ୟାର ସମାଧାନ କରାଯାଉଛି। ମୃତକଙ୍କ ଆର୍ଥିକ ସ୍ଥିତି ଜାଣିବା ପାଇଁ କୌଣସି ପ୍ରକ୍ରିୟା ନାହିଁ। ପଞ୍ଚାୟତସ୍ତରରେ ହରିଶ୍ଚନ୍ଦ୍ର ଯୋଜନା ବାବଦକୁ ଟଙ୍କା ମିଳିଥାଏ। ମାତ୍ର ଏଠାରେ ନଗଦ ଅର୍ଥ ପରିବର୍ତ୍ତେ କାଠ ଓ ଘିଅ ଭଳି ଆବଶ୍ୟକ ସାମଗ୍ରୀ ମିଳିଥାଏ। ବେଳେବେଳେ ଲୋକେ ପଞ୍ଚାୟତସ୍ତରରେ ଟଙ୍କା ନେଇ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରି ପୁଣି ହରିଶ୍ଚନ୍ଦ୍ର ଯୋଜନାର ଫାଇଦା ଉଠାଉଥିବା ଅଭିଯୋଗ ହେଉଛି। ଏମାନଙ୍କୁ ଚିହ୍ନଟ କରିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ହିତାଧିକାରୀ ଚିହ୍ନଟ ନେଇ ରାଜ୍ୟ ସରକାର ଯେଉଁ ପ୍ରକ୍ରିୟା ନିର୍ଦ୍ଧାରଣ କରିଛନ୍ତି, ଆମେ ତାହାକୁ ହିଁ ପାଳନ କରୁଛୁ। ପୌରାଞ୍ଚଳ କର୍ମଚାରୀମାନେ ସହାୟତା ରାଶି ମଞ୍ଜୁର କରିବାବେଳେ ମୃତକଙ୍କ ସମ୍ପର୍କୀୟଙ୍କୁ ଗାଇଡଲାଇନ ପଢ଼ି ଶୁଣାଉଛନ୍ତି। ଜାଣିଶୁଣି ଭୁଲ ତଥ୍ୟ ଦେଇ ଏହି ଯୋଜନାର ଫାଇଦା ଉଠାଇଲେ ସମ୍ପୃକ୍ତ ପରିବାରକୁ ନୋଟିସ୍‌ ପଠାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଉଛି।
ତେବେ ସାମାଜିକ କର୍ମୀ ମହାନ୍ତି କହିଛନ୍ତି, ଏଭଳି ଚେତାବନୀକୁ କେହି ଖାତିର କରୁନାହାନ୍ତି। ପୌରସଂସ୍ଥା ଓ ଜିଲା ପ୍ରଶାସନ ଚାହିଁଲେ ପ୍ରାଥମିକ ପର୍ଯ୍ୟାୟରେ ଦୁଇ-ଚାରି ଜଣଙ୍କୁ ନୋଟିସ୍‌ ପଠାଇ ଅନ୍ୟମାନଙ୍କୁ ସଚେତନ କରାଇପାରନ୍ତା। ମାତ୍ର ଏଯାବତ୍‌ କାହାରି ପାଖକୁ ନୋଟିସ୍‌ ଯାଇ ନ ଥିବା ଜଣାପଡ଼ିଛି। ସେହିପରି ସମିତିର ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି, ପୂର୍ବତନ ଜିଲାପାଳ ବଲୱନ୍ତ ସିଂ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସ୍ବର୍ଗଦ୍ୱାର ସେବା ସମିତି ଗଠନ କରିଥିଲେ। ଏହି ସମିତି ସ୍ବର୍ଗଦ୍ୱାରର ଆର୍ଥିକ ଓ ପରିଚାଳନା ବ୍ୟାପାର ବୁଝିବା କଥା। ମାତ୍ର ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ସ୍ବର୍ଗଦ୍ୱାର ସେବା ସମିତିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇପାରିଲେ ନୂଆ ନିୟମ ଆଣି ପ୍ରକୃତ ହିତାଧିକାରୀ ଚୟନ ଦିଗରେ ପଦକ୍ଷେପ ନିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri