ଜନବସତିକୁ ବିପଦ ଜଙ୍ଗଲ ନିଆଁ

ଖମାର,୪ା୩:  ଜଳୁଛି ଏକାଧିକ ଜଙ୍ଗଲ। ପୋଡ଼ି ପାଉଁଶ ହୋଇଯାଉଛି ହଜାର ହଜାର ବୃକ୍ଷଲତା। ଅନେକ ଜୀବଜନ୍ତୁ, ସରୀସୃପଙ୍କ ଜୀବନହାନି ହେଉଥିଲେ ମଧ୍ୟ ବଢ଼ୁଥିବା ନିଆଁକୁ ରୋକିପାରୁନି ବନ ବିଭାଗ। ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଦେବଗଡ ବନଖଣ୍ଡ ଅଧୀନ ଅନୁଗୋଳ ଜିଲା ଖମାର ରେଞ୍ଜ ଅଞ୍ଚଳର ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ଗିଳିଚାଲିଥିବା ବନାଗ୍ନି ଏବେ ନିକଟସ୍ଥ ଜନବସତି ପ୍ରତି ବିପଦ ବଢ଼ାଇ ଦେଇଛି। କେତେବେଳେ କେଉଁ ଗାଁ ଅଗ୍ନିର ଆଁ’କୁ ଚାଲିଯିବ ତାହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ।
ସୂଚନା ଅନୁଯାୟୀ, ଖମାର ରେଞ୍ଜ ଅଞ୍ଚଳରେ ଥିବା ଶମୁର, ବାରକୋଟିଆ, ବାଲିପଶୀ, ଡିମିରିଆ, ଆଲୋରୀ ଆଦି ଜଙ୍ଗଲରେ ନିଆଁ ଲାଗିଛି। କେଉଁ କାରଣରୁ ଏକ ସମୟରେ ଏସବୁ ଜଙ୍ଗଲ ଜଳୁଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଏହି ନିଆଁ ଦିନକୁ ଦିନ ଭୟଙ୍କର ଆକାର ନେବାରେ ଲାଗିଛି। ପ୍ରତିଦିନ ଏକର ଏକର ଜମିରେ ଥିବା ଗଛଲତା ନଷ୍ଟ ହେଉଥିବା ବେଳେ ବନ୍ୟ ସମ୍ପଦ ଉଜୁଡ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିଆଁ ଲାଗିବା ସମ୍ପର୍କରେ ବନ ବିଭାଗ ନିକଟରେ ଖବର ଥିଲା। ତୁରନ୍ତ ଏହାକୁ ଆୟତ୍ତ କରିବାକୁ ଉପଯୁକ୍ତ ପଦକ୍ଷେପ ନିଆଯାଇଥିଲେ ଏପରି ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା। କିନ୍ତୁ ବନ ବିଭାଗର ଅବହେଳା ଯୋଗୁ ଜଙ୍ଗଲ ନିଆଁ ବହୁ ଜୀବଜନ୍ତୁଙ୍କ ଜୀବନ ନେଲାଣି। ସରକାର ଜଙ୍ଗଲ ଅଭିବୃଦ୍ଧି, ସୁରକ୍ଷା ଦିଗରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜଙ୍ଗଲ ଜଗିବା, କାଠଚୋର, ଶିକାରୀ ଉପଦ୍ରବ ରୋକିବା ଓ ହାତୀ ଘଉଡାଇବାଠାରୁ ଆରମ୍ଭ କରି ନିଆଁ ଲିଭାଇବା ପାଇଁ କର୍ମଚାରୀମାନଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ସମ୍ପୃକ୍ତ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ଠିକ୍‌ ଭାବେ ତୁଲାଉ ନ ଥିବାରୁ ପ୍ରତିବର୍ଷ ଖମାର ରେଞ୍ଜ ଅଞ୍ଚଳର ଜଙ୍ଗଲଗୁଡ଼ିକରେ ନିଆଁ ଲାଗି ଜୈବ ବିବିଧତା ନଷ୍ଟ ହେଉଛି। ଦୀର୍ଘଦିନ ଧରି ଏହି ବନାଗ୍ନି ଯୋଗୁ ଆଖପାଖ ଅଞ୍ଚଳର ତାପମାତ୍ରା ଅଧିକ ବଢ଼ିଯାଉଛି। ପରିବେଶ ପ୍ରଦୂଷଣ ଦିଗରେ ଏହା ସହାୟ ହେଉଥିବା ବେଳେ ଧୂଆଁ ଯୋଗୁ ଆଖପାଖ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାଛଡ଼ା ନିକଟସ୍ଥ ଜନବସତି ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରୁଛି। ଜଙ୍ଗଲରୁ ନିଆଁ ଝୁଲ ଉଡ଼ି ଗାଁରେ ଅଗ୍ନିକାଣ୍ଡ ଘଟାଇବାର ଭୟ ରହିଛି। ତେଣୁ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ନ ହେବା ପର୍ଯ୍ୟନ୍ତ ଅଞ୍ଚଳବାସୀ ନାନା ଆଶଙ୍କା ମଧ୍ୟରେ ରହୁଛନ୍ତି। କାଳେ କେତେବେଳେ ଅଘଟଣ ଘଟିଯିବ ସେହି ଚିନ୍ତା ସେମାନଙ୍କୁ ସର୍ବଦା ଘାରୁଛି। ତେଣୁ ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ଆୟତ୍ତ କରିବାକୁ ଚେଷ୍ଟା କରୁଛୁ
ଜଙ୍ଗଲରେ ଲାଗିଥିବା ନିଅଁା ଲିଭାଇବାକୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟରତ କର୍ମଚାରୀମାନଙ୍କୁ ସହାୟତା କରୁଛି। କିପରି ଏସବୁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ଚାଲିଛି।
– ଚନ୍ଦ୍ରଶେଖର ଗଡ଼ନାୟକ, ରେଞ୍ଜର, ଖମାର

ଜୀବିକା କ୍ଷତିଗ୍ରସ୍ତ ହେଉଛି
ସାଧାରଣତଃ ଜଙ୍ଗଲାଞ୍ଚଳ ଲୋକଙ୍କ ଜୀବନ ଜୀବିକା ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅନେକାଂଶରେ ନିର୍ଭର କରେ। କିନ୍ତୁ ନିଆଁ ଲାଗିବା ଯୋଗୁ ସ୍ଥାନୀୟ ଲୋକମାନେ ଜଙ୍ଗଲ ମଧ୍ୟକୁ ଯିବାକୁ ସାହସ କରିପାରୁନାହାନ୍ତି। ଏହା ସେମାନଙ୍କ ଜୀବିକାକୁ କ୍ଷତି ପହଞ୍ଚାଉଥିବା ବେଳେ ନିକଟସ୍ଥ ଗ୍ରାମ ପ୍ରତି ବିପଦର କାରଣ ହେଉଛି।
– ଦେବାଶିଷ ପ୍ରଧାନ, ଶଙ୍ଖମୁର, ଖମାର

ଲୋକଙ୍କୁ ସଚେତନ କରିବାକୁ ପଡ଼ିବ
ଅନେକ ସମୟରେ ମହୁଲ ଫୁଲ ପାଇଁ ଗାଈଚରାଳିମାନେ ଜଙ୍ଗଲର ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଇଥାନ୍ତି। ପରେ ଉକ୍ତ ନିଆଁ ବ୍ୟାପିଯିବା ସହ ବହୁ କ୍ଷୟକ୍ଷତି ଘଟାଇଥାଏ। ଏ ଦିଗରେ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ଲୋକଙ୍କୁ ସଚେତନ କରିପାରିଲେ ସମସ୍ୟା ଦୂରହୋଇପାରନ୍ତା।
– ରମାକାନ୍ତ ତ୍ରିପାଠୀ, ବୈଦ୍ୟନାଥପୁର,ଖମାର

ଖାଦ୍ୟ ଶୃଙ୍ଖଳା ବିଗିଡ଼ି ଯାଉଛି
ଜଙ୍ଗଲ ନିଆଁ ଯୋଗୁ ଅନେକ ବୃକ୍ଷଲତା, ସରୀସୃପଙ୍କ ଜୀବନହାନି ହେଉଛି। ଏହା ଅନ୍ୟ ଜୀବଜନ୍ତୁଙ୍କ ଖାଦ୍ୟ ଶୃଙ୍ଖଳା ଉପରେ ପ୍ରଭାବ ପକାଉଛି। ଏଥିସହିତ ପରିବେଶ ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧିର କାରଣ ମଧ୍ୟ ସାଜୁଛି। ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଗଲେ ଏପରି ଅସୁବିଧା ଦୂର ହୋଇପାରନ୍ତା।
– ପତିତପାବନ ମହାନ୍ତି, ଅବସରପ୍ରାପ୍ତ ସେନା କର୍ମଚାରୀ, ମହାନପୁର, ଖମାର


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri