Posted inଖେଳ

ମାର୍ଚ୍ଚ ୩: କ୍ରିକେଟ ଇତିହାସର ସବୁଠାରୁ କଳା ଦିନ; ଘଟିଥିଲା ଏଭଳି କିଛି ଯେ ଭୁଲିବା ଆଜି ବି ମୁସ୍କିଲ

ନୂଆଦିଲ୍ଲୀ,୩।୩: ଆଜିର ଦିନକୁ କ୍ରିକେଟ ଇତିହାସର ସବୁଠାରୁ କଳା ଦିନ ବୋଲି ବିବେଚନା କରାଯାଏ। କାରଣ ୨୦୦୯ ମସିହା ମାର୍ଚ୍ଚ ୩ ତାରିଖରେ କିଛି ଏଭଳି ଘଟିଥିଲା ଯାହା ସାରା ବିଶ୍ୱକୁ ଚମକାଇଦେଇଥିଲା। ସେତେବେଳେ ଶ୍ରୀଲଙ୍କା କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତରେ ଥିଲା। ଉକ୍ତ ଦିନ ଟିମ୍‌ ଲାହୋର ଯାଉଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହା ବେଶ୍‌ ଭୟଙ୍କର ଥିଲା।

ଅତିଥି ଶ୍ରୀଲଙ୍କା ଟିମ୍‌ ଲାହୋର ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବାକୁ ଯାଉଥିଲା। ଷ୍ଟାଡିୟମଠାରୁ କିଛି ଦୂରରେ ଆତଙ୍କବାଦୀମାନେ ଦୁଇଟି ଗାଡ଼ିରେ ଆସି ଅତର୍କିତ ଭାବେ ଗୁଳିବର୍ଷା କରିଥିଲେ। ଏହା ଦେଖି ସମସ୍ତ ଖେଳାଳି ସିଟ୍‌ ତଳେ ଲୁଚି ଯାଇଥିଲେ। ବସ୍‌ର କାଚ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ପଡ଼ୁଥିବା ବେଳେ ଲୁହା ରେଲିଂରେ ଗୁଳି ବାଜୁଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରି ଷ୍ଟାଡିୟମ ଭିତରକୁ ଗାଡ଼ି ନେଇଯାଇଥିଲେ। ହେଲେ କିଛି ଖେଳାଳି ଏଥିରେ ଆହତ ହୋଇଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କିଛି ବି ହୋଇପାରିଥାନ୍ତା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ କିଛି ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ମ୍ୟାଚ୍‌କୁ ତୁରନ୍ତ ରଦ୍ଦ କରି ଦିଆଯାଇଥିଲା।

ରିପୋର୍ଟ ଅନୁଯାୟୀ, ଆକ୍ରମଣରେ ବସ୍‌ରେ ୩୫ଟି ଗୁଳିର ଚିହ୍ନ ରହିଥିଲା। ସେଥିରୁ ଗୋଟିଏ ମହିଲା ଜୟବର୍ଦ୍ଧନେଙ୍କ ଅତି ପାଖରୁ ଚାଲିଯାଇଥିଲା। ସେହିଭଳି କୁମାର ସାଙ୍ଗାକାରାଙ୍କ କାନ୍ଧରେ ହାଲ୍‌କା ଆଘାତ ଲାଗିଥିଲା। ହେଲେ ଥରଙ୍ଗା ପରନାବିଥାନାଙ୍କ ଛାତିରେ ଏବଂ ଥିଲନ ସମନବୀରାଙ୍କ ପାଦରେ ଗୁଳି ବାଜିଥିଲା। ଆକ୍ରମଣ ସେତେବେଳ ସମୟରେ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା। ଶ୍ରୀଲଙ୍କା ଟିମ୍‌ ଗସ୍ତ ବାତିଲ କରି ତୁରନ୍ତ ସ୍ବଦେଶ ଫେରିବାର ନିଷ୍ପତ୍ତି ନେଇଥିଲା। ମଇଦାନରେ ସେନା ହେଲିକପ୍ଟର ଓହ୍ଲାଇଥିଲା। ସେଠାରୁ ଖେଳାଳିମାନେ ଶ୍ରୀଲଙ୍କା ଫେରିଥିଲେ। ତେବେ ଏହି ଘଟଣା ପରେ ଦୁନିଆର ସମସ୍ତ ଟିମ୍‌ ଏତେ ଡରି ଯାଇଥିଲେ ଯେ ବର୍ଷ ବର୍ଷ ଧରି କେହି ବି ପାକିସ୍ତାନ ଗସ୍ତରେ ଆସି ନ ଥିଲେ। ହେଲେ ବିଗତ ୧-୨ ବର୍ଷ ମଧ୍ୟରେ କିଛି ଟିମ୍‌ ପାକିସ୍ତାନରେ ଖେଳିବାକୁ ଆସିଛନ୍ତି। ମାତ୍ର ଆଜି ବି ଶ୍ରୀଲଙ୍କାର କିଛି ଖେଳାଳି ଏଥିପାଇଁ ଅମଙ୍ଗ ହୋଇ ନାମ ପ୍ରତ୍ୟାହାର କରିନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri