ମୁକୁଳିଲେ ୨୭୯ ଅପହୃତା ଛାତ୍ରୀ

ଆବୁଜା, ୩ା୩: ନାଇଜେରିଆର ଉତ୍ତରପଶ୍ଚିମ ରାଜ୍ୟ ଜାମ୍‌ଫ୍ରାର ଏକ ବୋର୍ଡିଂ ସ୍କୁଲରୁ ଅପହରଣ ହୋଇଥିବା ୨୭୯ ଛାତ୍ରୀ ବନ୍ଧୁକଧାରୀଙ୍କ କବଳରୁ ମୁକୁଳିଛନ୍ତି। ଏ ନେଇ ଜାମ୍‌ଫ୍ରା ଗଭର୍ନର ବେଲ୍ଲୋ ମାଟଓ୍ବୋଲେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଗତ ଶୁକ୍ରବାର କେତେଜଣ ବନ୍ଧୁକଧାରୀ ଜାନଗେବେ ସହରସ୍ଥିତ ଏକ ସରକାରୀ ବାଳିକା ବିଦ୍ୟାଳୟରେ ପଶି ପ୍ରାୟ ୩ ଶହ ଛାତ୍ରୀଙ୍କୁ ଅପହରଣ କରିଥିଲେ। ସନ୍ଦିଗ୍ଧମାନେ ସ୍କୁଲରେ ପଶିବା ସହ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପ୍ରତିହତ କରିବା ପାଇଁ ସ୍ଥାନୀୟ ମିଲିଟାରୀ କ୍ୟାମ୍ପକୁ ଘେରାଉ କରିଥିଲେ। ମୁକ୍ତ ହୋଇଥିବା ସମସ୍ତ ପିଲାଙ୍କୁ ରାଜଧାନୀ ଗାସାଉରେ ସୁରକ୍ଷିତ ଭାବେ ରଖାଯାଇଥିବା ଷ୍ଟେଟ କମିଶନର ଅବୁବକର ମହମ୍ମଦ ଦୁରାନ କହିଛନ୍ତି। ୧୦ କିମ୍ବା ତଦୁର୍ଦ୍ଧ୍ୱ ବର୍ଷ ବୟସର ଛାତ୍ରୀମାନେ ହାଲ୍‌କା ନୀଳ ରଙ୍ଗର ହିଜାବ ପିନ୍ଧିଥିବା ସହ ଖାଲି ପାଦରେ ଗୁସାଉସ୍ଥିତ ସରକାରୀ କାର୍ଯ୍ୟାଳୟ ପରିସରରେ ବସିଥିବା ଦେଖିବାକୁ ମିଳିଥିଲା। ଏବେ ସୁଦ୍ଧା କୌଣସି ଛାତ୍ରୀ ଅପହରଣକାରୀଙ୍କ କବଳରେ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ କିପରି ଓ କେଉଁ ଉପାୟରେ ପିଲାମାନଙ୍କୁ ମୁକୁଳାଯାଇଛି ସେ ବାବଦରେ କିଛି ଜଣାପଡ଼ିନାହିଁ।
ଡିସେମ୍ବରରୁ ନାଇଜେରିଆରେ ଏହା ହେଉଛି ତୃତୀୟ ଗଣ ଅପହରଣ ଘଟଣା। ଏହା ପୂର୍ବରୁ ଫେବୃୟାରୀ ୧୭ରେ ୨୪ ଜଣ କଲେଜ ଛାତ୍ର, ୬ ଷ୍ଟାଫ୍‌ ଏବଂ ୮ ଜଣ ସମ୍ପର୍କୀୟଙ୍କୁ ଅପହରଣ କରାଯାଇଥିଲା। ଗତ ଶନିବାର ସେମାନଙ୍କୁ ଅପହରଣକାରୀଙ୍କଠାରୁ ଉଦ୍ଧାର କରାଯାଇଥିଲା। ସେହିପରି ଡିସେମ୍ବରରେ ୩ ଶହ ଛାତ୍ରଙ୍କୁ ସ୍କୁଲରୁ ଉଠାଇ ନିଆଯାଇଥିଲା। ୨୦୧୪ରେ ଇସ୍‌ଲାମୀ ଚରମପନ୍ଥୀ ସଙ୍ଗଠନ ବୋକୋ ହରାମ ବୋର୍ନୋ ରାଜ୍ୟର ଚିବୋକସ୍ଥିତ ଏକ ସ୍କୁଲରୁ ୨୭୬ ଛାତ୍ରୀଙ୍କୁ ଅପହରଣ କରିଥିଲା। ସେମାନଙ୍କ ମଧ୍ୟରୁ ଶତାଧିକ ଛାତ୍ରୀ ଏବେ ସୁଦ୍ଧା ମଧ୍ୟ ନିଖୋଜ ଅଛନ୍ତି। ପାଶ୍ଚାତ୍ୟ ଶିକ୍ଷାକୁ ବିରୋଧ କରି ବୋକା ହରାମ ପକ୍ଷରୁ ବାରମ୍ବାର ସ୍କୁଲଗୁଡ଼ିକୁ ଟାର୍ଗେଟ କରାଯାଉଛି।
ଆପରାଧିକ ସଙ୍ଗଠନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ବିଶେଷ କରି ପଶ୍ଚିମ ଆଫ୍ରିକାରେ ସ୍କୁଲ ପିଲାମାନଙ୍କୁ ଟାର୍ଗେଟ କରାଯାଉଛି। ଅପହରଣକାରୀଙ୍କୁ ବିନା କିଛି ମୂଲ୍ୟ କିମ୍ବା ସୁବିଧା ପ୍ରଦାନ କରାଯାଇ ନ ଥିବା ସରକାର କହୁଥିଲେ ମଧ୍ୟ ସାଧାରଣରେ ତାହା ଗ୍ରହଣୀୟ ହୋଇପାରୁନାହିଁ। ଟଙ୍କା କିମ୍ବା କୌଣସି ଅପରାଧୀଙ୍କୁ ଜେଲରୁ ମୁକୁଳାଇବା ବଦଳରେ ଅପହୃତଙ୍କୁ ଉଦ୍ଧାର କରାଯାଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri