ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ସମ୍ବଲପୁର,୩ା୩(ବ୍ୟୁରୋ): ସମ୍ବଲପୁର ଜିଲା ଫ୍ୟାମିଲି କୋର୍ଟରେ ଦୁଇବର୍ଷ ପୂର୍ବରୁ ଘଟିଥିବା ବହୁଚର୍ଚ୍ଚିତ ସଙ୍ଗୀତା ଚୌଧୁରୀ ହତ୍ୟାକାଣ୍ଡର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ବିଭୂତି ନାରାୟଣ ମହାନ୍ତି ଏହି ରାୟ ଶୁଣାଇଛନ୍ତି। କୋର୍ଟ ପରିସରରେ ଅଭିଯୁକ୍ତ ଓ ଅପରପକ୍ଷ ଓକିଲ ଉପସ୍ଥିତ ଥିବାବେଳେ ଅଭିଯୁକ୍ତ ରମେଶ କୁମ୍ଭାର ଭିଡିଓ କନ୍‌ଫରେନ୍ସିଂରେ ମଣ୍ଡଳ କାରାଗାରରେ ରହି ରାୟ ଶୁଣିଥିଲେ ବୋଲି ସରକାରୀ ଓକିଲ (କ୍ୟାଡର ପିପି) ଦୀପ୍ତିରଞ୍ଜନ ଶଣ୍ଢ କହିଛନ୍ତି। ସେ କହିଛନ୍ତି, ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ୨ବର୍ଷ ଅଧିକ ଜେଲଦଣ୍ଡ ହେବ। ହତ୍ୟା ଉଦ୍ୟମରେ ୭ବର୍ଷ ଜେଲଦଣ୍ଡ ସହ ୫ହଜାର ଜରିମାନା କରାଯାଇଛି। ଅନାଦାୟ ହେଲେ ୧ ବର୍ଷ ଅଧିକ ଜେଲ ଦଣ୍ଡ ରହିଛି। ସେହିପରି ଆଇପିସି ଦଫା ୪୪୯ରେ ୫ବର୍ଷ, ୩୨୩ରେ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଜରିମାନା ଟଙ୍କା ମୃତା ସଙ୍ଗୀତାଙ୍କ ମାଆ ଲଳିତାଙ୍କୁ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତ ରମେଶଙ୍କ ଓକିଲ ସୁବାସ ପ୍ରଧାନ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

 

କିଭଳି ଘଟିଥିଲା ଘଟଣା
୨୦୧୮ ଏପ୍ରିଲ ୨୩ରେ ସକାଳୁଆ କୋର୍ଟ ଚାଲିଥାଏ। ସାଢେ ୮ଟା ସମୟରେ ସିନ୍ଦୂରପଙ୍କ ଗ୍ରାମର ରମେଶ କୁମ୍ଭାର(୨୫) କୋର୍ଟ ରୁମ୍‌କୁ ଆସିଥିଲେ। କୋର୍ଟ ଭିତରେ ପୂର୍ବରୁ ସଙ୍ଗୀତା ଚୌଧୁରୀ (୧୯), ମାଆ ଲଳିତା (୪୦), ସଙ୍ଗୀତାଙ୍କ ବଡଭଉଣୀଙ୍କ ଝିଅ ଶିବାନୀ (୪) ରହିଥିଲେ। ଉଭୟପକ୍ଷ ଆପୋସ ବୁଝାମଣା ପାଇଁ ଓକିଲଙ୍କ ସହ ଆଲୋଚନା କରୁଥିଲେ। ହଠାତ୍‌ ରମେଶ ସାଙ୍ଗରେ ଆଣିଥିବା ଖଣ୍ଡା ବାହାର କରି ସଙ୍ଗୀତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଏହାକୁ ବିରୋଧ କରି ଲଳିତା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଛୋଟଝିଅ ଶିବାନୀ ମଧ୍ୟ ବାଦ୍‌ପଡି ନ ଥିଲେ। ଆକ୍ରମଣ କରି ରମେଶ ଫେରାର ହୋଇଯାଉଥିବା ବେଳେ ଆଇନଜୀବୀ ପ୍ରକାଶ ତ୍ରିପାଠୀ ଓ ଅନ୍ୟ କେତେଜଣ ଲୋକ ତାଙ୍କୁ ଅଟକାଇ ପୋଲିସ ଜିମା ଦେଇଥିଲେ। ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ନମୁନା ସଂଗ୍ରହ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଭିମସାରରେ ସଙ୍ଗୀତାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସା ପରେ ଲଳିତା ସୁସ୍ଥ ହୋଇ ଘରକୁ ଫେରିଥିଲେ। ଟାଉନ ଥାନାରେ ଆଇପିସି ଦଫା ୩୦୨, ୩୦୭ରେ ଏକ ମାମଲା (ନଂ.୧୪୭/୧୮) ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ ଯେ, ୨୦୧୭ରେ ଅଭିଯୁକ୍ତ ରମେଶ ସଙ୍ଗୀତାଙ୍କ ସହ ଫେରାର ହୋଇଯାଇଥିଲେ। ୩ମାସ ପରେ ଉଭୟ ଫେରି ସିନ୍ଦୂରପଙ୍କ ଘରେ ରହୁଥିଲେ। କିଛିଦିନ ପରେ ସଙ୍ଗୀତାଙ୍କୁ ପରିବାର ଲୋକେ ବୁଝାଶୁଝା କରି ଘରକୁ ଆଣିଥିଲେ। ପରେ ରମେଶ ତାଙ୍କ ଝିଅକୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୫୭/୧୭) ରୁଜୁ କରି ରମେଶଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ପ୍ରାୟ ୩ମାସ ପରେ ରମେଶ ଜାମିନରେ ଆସିଥିଲେ। ପ୍ରେମରେ ବିଫଳ ହେବା ଓ ତାଙ୍କ ନାମରେ କେସ୍‌କୁ ନେଇ ସେ ଚିନ୍ତାରେ ରହୁଥିଲେ। ୨୦୧୮ ଫେବୃୟାରୀରେ ସଙ୍ଗୀତାଙ୍କ ବିବାହ ପରିବାର ଲୋକେ ଅନ୍ୟ ସ୍ଥାନରେ ଠିକ୍‌ କରିଥିଲେ। ଏହାପରେ ରମେଶ ନ୍ୟାୟ ପାଇଁ ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri