ମାର୍ଚ୍ଚରୁ ମେ’ କରିବ କଲବଲ

ଭୁବନେଶ୍ୱର,୨ା୩(ବ୍ୟୁରୋ):ମାଡ଼ିଆସୁଛି ପ୍ରଚଣ୍ଡ ତାତି। ମାର୍ଚ୍ଚରୁ ମେ ଯାଏ ଓଡ଼ିଶାକୁ ଗ୍ରୀଷ୍ମ କଲବଲ କରିବ। ରାଜ୍ୟରେ ଦିନର ତାପମାତ୍ରା ୪୦ରୁ ୪୪ ଡିଗ୍ରୀକୁ ଚାଲିଯିବ। କେତେକ ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିଯିବା ସମ୍ଭାବନା ରହିଛି। ସ୍ବାଭାବିକଠାରୁ ତାପମାତ୍ରା ପ୍ରାୟ ୧ ଡିଗ୍ରୀ ସେଲ୍‌ସିୟସ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ଓ ଛତିଶଡ଼ରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ। ଏହି ଦୁଇ ରାଜ୍ୟକୁ ପାଣିପାଗ ବିଭାଗ ରେଡ୍‌ ଜୋନ୍‌ ଘୋଷଣା କରିଛି। ଦେଶର ଅନ୍ୟାନ୍ୟ ଭାଗଠାରୁ ଏହି ଦୁଇ ରାଜ୍ୟରେ ଗ୍ରୀଷ୍ମର ଅଧିକ ପ୍ରଭାବ ଦେଖିବାକୁ ମିଳିବ।
ରାଜ୍ୟରେ ଚଳିତବର୍ଷ ଫେବୃୟାରୀରୁ ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି। ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହର ରେକର୍ଡ କରିଛି। ଏଠାରେ ଫେବୃୟାରୀରେ ସ୍ବାଭାବିକ ଭାବେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ସେଲ୍‌ସିୟସ ରହୁଥିବା ବେଳେ ୪୦ ଡିଗ୍ରୀ ଛୁଇଁଛି। ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମ୍‌ ରହିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ି ଚାଲିଛି। ଚଳିତ ମାସରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ମଧ୍ୟରେ ରହିବ। ତେବେ ଏପ୍ରିଲ ଓ ମେ’ରେ ଏହା ୪୫ ଡିଗ୍ରୀକୁ ବି ଛୁଇଁପାରେ ବୋଲି ଅନୁମାନ କରାଯାଉଛି।
ରାଜ୍ୟରେ ହଠାତ୍‌ ଗ୍ରୀଷ୍ମପ୍ରବାହ ବଢ଼ିବା ପଛରେ ଉତ୍ତର ପଶ୍ଚିମ ବାୟୁ ପ୍ରବାହର ଦିଗ ପରିବର୍ତ୍ତନକୁ ଦାୟୀ କରାଯାଇଛି। ଜାନୁୟାରୀରୁ ଉତ୍ତର ପଶ୍ଚିମ ଦିଗରୁ ଭୂପୃଷ୍ଠରୁ ୧୨ କି.ମି. ଉପରେ ଓଡ଼ିଶା ଓ ଛତିଶଗଡ଼ ଉପର ଦେଇ ବାୟୁ ପ୍ରବାହ ହେଉଥିଲା। ଏଥିଯୋଗୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ହେଉଥିଲା। ଦିନରେ ତାପମାତ୍ରା ସେତେଟା ବୃଦ୍ଧି ହେଉ ନ ଥିଲା। ମାତ୍ର ଫେବୃୟାରୀ ୨୦ରୁ ତାହା ପଶ୍ଚିମ ଦିଗକୁ ଗତିପଥ ପରିବର୍ତ୍ତନ କରିଛି। ଫଳରେ ରାଜ୍ୟରେ ହଠାତ୍‌ ତାତି ବଢିଯାଇଛି।
ଏହା ସତ୍ତ୍ୱେ ଉପକୂଳ ଓଡ଼ିଶାରେ ମଝିରେ ମଝିରେ କାଳବୈଶାଖୀ ଯୋଗୁ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ମୋଟାମୋଟି ଭାବେ ଚଳିତବର୍ଷ ତାତି କଲବଲ କରିବା ନେଇ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି, ଚଳିତ ଋତୁ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ରେ ଅଧିକ ଗ୍ରୀଷ୍ମପ୍ରବାହ ହୋଇ ପାରେ। ମାତ୍ର ଜଳବାୟୁ ପ୍ରତ୍ୟେକ ଦିନ ଉପରେ ନିର୍ଭର କରୁଛି। ବାୟୁମଣ୍ଡଳ ଅବସ୍ଥିତିକୁ ଦେଖି ପାଗରେ ପରିବର୍ତ୍ତନ ହୋଇଥାଏ।
ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରକୋପ ବଢିଚାଲିଛି। ରାଜ୍ୟର ୬ଟି ସ୍ଥାନରେ ପାରଦ ୩୯ ଡିଗ୍ରୀକୁ ଟପି ଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ତାଳଚେରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବାରିପଦା ୩୯.୮, ଅନୁଗୋଳ ୩୯.୭, ଭୁବନେଶ୍ୱର ୩୯, ବଲାଙ୍ଗୀର ୩୯, ବୌଦ୍ଧ ୩୯.୫, କଟକ ୩୮, ଝାରସୁଗୁଡ଼ା ୩୮.୬, ସମ୍ବଲପୁର ୩୮.୬, ହୀରାକୁଦ ୩୮.୫, ଟିଟିଲାଗଡ଼ ୩୮.୫, ମାଲକାନଗିରି ୩୮, ସୋନପୁର ୩୮ ଏବଂ ନୟାଗଡ଼ରେ ୩୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪ରୁ ୫ ଡିଗ୍ରୀ ସେଲ୍‌ସିୟସ ବଢିବା ସମ୍ଭାବନା ରହିଛି। ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ନୟାଗଡ଼ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri