Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଗୋଆକୁ ପ୍ଲେ ଅଫ୍‌ ଟିକେଟ, ହାଇଦ୍ରାବାଦ୍‌ ଆଉଟ୍‌

ମାର୍ଗାଓ,୧।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସେସନରେ ଏଫ୍‌ସି ଗୋଆ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ଅନ୍ୟପଟେ ହାଇଦ୍ରାବାଦ୍‌ ଏଫ୍‌ସିକୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ ପଡିଛି। ସ୍ଥାନୀୟ ଫଟୋର୍ଡା ଷ୍ଟାଡିୟମ୍‌ରେ ରବିବାର ଗୋଆ ଓ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ। ପ୍ଲେ ଅଫ୍‌ରେ ସ୍ଥାନ ହାସଲ ପାଇଁ ଗୋଆ ୧ ପଏଣ୍ଟ ଆବଶ୍ୟକ କରୁଥିବା ବେଳେ ଅତିକମ୍‌ରେ ମ୍ୟାଚ୍‌ ଡ୍ର ରଖିବା ଜରୁରୀ ଥିଲା। ଅନ୍ୟପଟେ ହାଇଦ୍ରାବାଦ୍‌କୁ ବିଜୟ ସହ ୩ ପଏଣ୍ଟ ଆବଶ୍ୟକ ହେଉଥିଲା। କିନ୍ତୁ ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା ଓ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ହାସଲ କରିଥିଲେ।
ଗୋଆ ମୋଟ ଉପରେ ୨୦ଟି ମ୍ୟାଚ୍‌ ଖେଳି ୭ ବିଜୟ, ୧୦ ଡ୍ର, ୩ ପରାଜୟ ସହ ୩୧ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିଛି। କୋଚ୍‌ ଜୁଆନ ଫର୍ନାଣ୍ଡୋଙ୍କ ଗୋଆ କ୍ରମାଗତ ୧୩ଟି ମ୍ୟାଚ୍‌ରେ ଅପରାଜେୟ ରହି ଆଇଏସ୍‌ଏଲ୍‌ରେ ନୂଆ ରେକର୍ଡ କରିଛି। ଅନ୍ୟପଟେ ହାଇଦ୍ରାବାଦ ୨୦ଟି ମ୍ୟାଚ୍‌ ଖେଳି ୬ ବିଜୟ, ୧୧ ଡ୍ର ଓ ୩ ପରାଜୟ ସହ ୨୯ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏଥିସହ ଗୋଆ କ୍ରମାଗତ ଚତୁର୍ଥ ଥର ପାଇଁ ସେମି ଫାଇନାଲରେ ପ୍ରବେଶ କରିଛି। ହାଇଦ୍ରାବାଦର ପ୍ରଦର୍ଶନ ଏହି ମ୍ୟାଚ୍‌ରେ ଉଚ୍ଚକୋଟୀର ରହିଥିଲେ ମଧ୍ୟ ଗୋଆକୁ ରୋକିବାରେ ସକ୍ଷମ ହୋଇପାରିନାହିଁ।
ହାଇଦ୍ରାବାଦ ମଧ୍ୟ କ୍ରମାଗତ ୧୨ଟି ମ୍ୟାଚ୍‌ରେ ଅପରାଜେୟ ରହିଛି। ତେବେ ହାଇଦ୍ରାବାଦ୍‌କୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ହାଇଦ୍ରାବାଦ ଦଳରେ କେତେଜଣ ତାରକା ଖେଳାଳି ନ ଥିଲେ। ଦଳ ପାଇଁ ନିୟମିତ ଭାବେ ସ୍କୋର କରୁଥିବା ଆରିଡେନ୍‌ ସାଣ୍ଟାନା ଓ ଚିଙ୍ଗ୍‌ଲେନସାନା ଏହି ମ୍ୟାଚ୍‌ରେ ଅନୁପସ୍ଥିତ ଥିଲେ। ଉଭୟ ଦଳ ଏକାଧିକ ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲେ। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଗୋଆ ହାଇଦ୍ରାବାଦ୍‌ଠାରୁ ଆଗରେ ଥିଲା ଓ ପ୍ରଭାବ ବିସ୍ତାର କରି ଖେଳିଥିଲା। ୮୪ତମ ମିନିଟ୍‌ରେ ହାଇଦ୍ରାବାଦ ଗୋଲ ସ୍କୋର କରିବାର ଏକ ବଡ଼ ସୁଯୋଗ ପାଇଥିଲା। ଗୋଆର ଡିଫେନ୍ସକୁ ଭେଦ କରିବାରେ ହାଇଦ୍ରାବାଦ ବିଫଳ ହୋଇଥିଲା। ଗୋଆ ପ୍ଲେ ଅଫ୍‌ରେ ସ୍ଥାନ ହାସଲ କରିଥିବାରୁ କୋଚ୍‌ ଜୁଆନ ଫର୍ନାଣ୍ଡୋ ଖୁସି ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri