ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଖୋଜ ଶିଶୁଙ୍କ ସଂଖ୍ୟା ବଢ଼ିଚାଲିଛି। ଦିନ ଦ୍ୱିପ୍ରହରରେ ଗୁଳି ଫୁଟୁଛି। ରାଜନୈତିକ ହତ୍ୟା ବଢ଼ିଚାଲିଛି। ରାଜ୍ୟରେ ଲୋକଙ୍କ ଧନଜୀବନ ସୁରକ୍ଷିତ ନାହିଁ। ପୋଲିସ ଶାସକ ଦଳ ପାଇଁ କାର୍ଯ୍ୟ କରୁଛି। ରାଜନୈତିକ ଆକ୍ରୋଶ ରଖି ବିରୋଧୀ ଦଳଙ୍କ ବିରୋଧରେ ମିଥ୍ୟା ମକଦ୍ଦମା କରାଯାଉଛି। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ଆଜି ବିହାର, ପଶ୍ଚିମବଙ୍ଗ ଭଳି ଦୈନିକ ହତ୍ୟା, ବଳାତ୍କାର ଭଳି ଅପରାଧ ବଢ଼ିଚାଲିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଭାଜପା ପକ୍ଷରୁ ଦିଆଯାଇଥିବା ‘ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନାହିଁ, ଲୋକମାନେ ତ୍ରାହି ତ୍ରାହି’ ଶୀର୍ଷକ ମୁଲତବୀ ଆଲୋଚନାରେ ବିରୋଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି।
ଶନିବାର ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ମୁଲତବୀ ଆଲୋଚନା ଆରମ୍ଭ କରି କହିଲେ, ଓଡ଼ିଶାରେ ଧନଜୀବନ ଅସୁରକ୍ଷିତ ହୋଇଛି। ବୟସ୍କ ଲୋକ ବ୍ୟାଙ୍କକୁ ପଇସା ଆଣିବାକୁ ଯାଇପାରୁନାହାନ୍ତି। ପରୀ, ପିହୁ ଭଳି ଅନେକ ଶିଶୁ ନିଖୋଜହୋଇ ଯାଇଛନ୍ତି। ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି। ରାଜ୍ୟରେ ୧୨,୯୧୬ରୁ ମାତ୍ର ୫୧୬୪ ଶିଶୁ ଉଦ୍ଧାର ହୋଇଛନ୍ତି। ମାସକରେ ୨୩୭ ଶିଶୁ ନିଖୋଜ ହେଉଥିବାବେଳେ ବର୍ଷକୁ ୧୨୮୭ ନିଖୋଜ ହେଉଛନ୍ତି। ଦୈନିକ ହାରାହାରି ୧୫ ନିଖୋଜ ହେଉଛନ୍ତି। ମାହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟ ସିଂ ବରାଳଙ୍କୁ ରାଜନୈତିକ ଆକ୍ରୋଶରୁ ହତ୍ୟା କରାଗଲା। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଏଫ୍‌ଆଇଆରରେ ଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, କଟକ ମାନସିଂପାଟଣାରେ ଜଣେ କଲେଜ ଛାତ୍ରୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରାଗଲା। ରାୟଗଡ଼ାରେ ଜଣେ ଯୁବକଙ୍କୁ ପିଟିପିଟି ମାରିଦିଆଗଲା। ୫ ହଜାର ଝିଅ ହଜିଗଲେଣି। ରକ୍ଷକ ଆଜି ଭକ୍ଷକ ସାଜିଛି। ଭାଜପା ସଭ୍ୟ ଜୟନାରାୟଣ ମିଶ୍ର କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିରୋଧୀ ଦଳଙ୍କୁ ପୋଲିସ ଲଗାଇ ଧମକ ଦିଆଯାଉଛି। ନିର୍ବାଚନରେ ଟଙ୍କା ବାଣ୍ଟିବା, ବିରୋଧୀଙ୍କ ବିରୋଧରେ ମିଥ୍ୟା କେସ୍‌ କରିବା ପୋଲିସର ମୂଳକାମ ହୋଇଛି। କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର କହିଲେ, ମନ୍ତ୍ରୀଙ୍କ ଉତ୍ତର ଦୁର୍ଭାଗ୍ୟଜନକ। ଗାଁଗଣ୍ଡାରେ ଡ୍ରଗ୍‌ମାଫିଆ ଘୂରି ବୁଲୁଛନ୍ତି। ନିଯୁକ୍ତି ନ ଥିବାରୁ ବେକାର ଯୁବକମାନେ ନିଶାଗ୍ରସ୍ତ ହୋଇ ଅପରାଧ କରୁଛନ୍ତି। ଆଇନଶୃଙ୍ଖଳା ରକ୍ଷା ଓ ତଦନ୍ତକୁ ଅଲଗା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟରେ ତାହା କାର୍ଯ୍ୟକାରୀ କରାଯାଉ ନାହିଁ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ରାଜ୍ୟ ସରକାର ବାହୁବଳ, ଧନବଳ ଓ ସରକାରୀ କଳକୁ ବ୍ୟବହାର କରୁଛନ୍ତି। ପ୍ରଶ୍ନ ପଚାରିଲେ ତଥ୍ୟ ସଂଗ୍ରହ ଉତ୍ତର ମିଳୁଛି। ବିରୋଧୀ ସରକାରଙ୍କୁ ଘେରିବା ବେଳେ ଶାସକ ଦଳ ସଭ୍ୟ ପ୍ରତାପ କେଶରୀ ଦେବ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିଥିଲେ। ସେ କହିଥିଲେ, ରାଜ୍ୟରେ ଯଦି ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଥାଆନ୍ତା ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ୫ ଥର ଗାଦିରେ ବସାଇ ନ ଥାଆନ୍ତେ। ରାଜ୍ୟରେ ନିଖୋଜ ହୋଇଥିବା ୧୨୦୦ ଶିଶୁଙ୍କ ମଧ୍ୟରୁ ୮୦୦ ଉଦ୍ଧାର ହୋଇଛନ୍ତି।
ମୁଲତବୀ ଜବାବରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଛାତ୍ର ବିଶୃଙ୍ଖଳା ନାହିଁ। କୋଭିଡ୍‌ ପରିଚାଳନାକୁ ପୋଲିସ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରିଛି। କର୍ତ୍ତବ୍ୟ ପାଳନ ବେଳେ ୪୮ଜଣ ପୋଲିସ କର୍ମଚାରୀ କରୋନା ଯୋଦ୍ଧା ଭାବେ ଶହୀଦ ହୋଇଛନ୍ତି। ୧୫ଟି ନକ୍ସଲ ପ୍ରଭାବିତ ଜିଲାରୁ ୫ଟି ମୁକ୍ତ ହୋଇଛି। ୨୦୨୦ରେ ୧୬ଜଣ ମାଓବାଦୀ ପୋଲିସ ସହ ଗୁଳିବିନିମୟରେ ମୃତ୍ୟୁବରଣ କରିଛନ୍ତି। ୪୪ ମାଓବାଦୀ ଗିରଫ ହୋଇଥିବାବେଳେ ୨୧ ଜଣ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପୋଲିସ ପାଇଁ ୩ଟି ସେତୁ ନିର୍ମାଣ କରାଯାଇଛି। ୨୦୨୦ରେ ଡକାୟତି ୧୨.୫ ପ୍ରତିଶତ, ଲୁଣ୍ଠନ ୧୩ ଓ ଚୋରି ୩ ପ୍ରତିଶତ କମିଛି। ରାଜ୍ୟରେ ଚୋରାଚାଲାଣ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ କରାଯାଇ ୩୧୧ଟି ମକଦ୍ଦମା ରୁଜୁ କରାଯାଇଥିବା ବେଳେ ୪୦୨ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ବାଲିଖନନ ଓ ପରିବହନ ବିରୋଧରେ ୧୭୩ଟି ମାମଲା ରୁଜୁ ହୋଇଛି। ୨୪୫ ଜଣଙ୍କୁ ଗିରଫ କରାଯାଇଛି। ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖାରଜ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri