୨,୩୩୦ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ପାଇଁ ଆବଶ୍ୟକ ଥିବା ବିଭିନ୍ନ କ୍ୟାଡରର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୮,୭୧୯ ରହିଛି। ସେଥିମଧ୍ୟରୁ ୬,୩୮୯ ପଦବୀରେ ନିୟମିତ ଡାକ୍ତର କାର୍ଯ୍ୟରତ ଥିବାବେଳେ ୨,୩୩୦ ଖାଲି ରହିଛି। ପ୍ରତିବର୍ଷ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ଚୟନ ପରୀକ୍ଷା କରାଯାଉଥିଲେ ମଧ୍ୟ ଯୋଗ୍ୟ ଡାକ୍ତର ଅଭାବ ଯୋଗୁ ଖାଲି ପଦବୀ ପୂରଣ ହୋଇପାରୁନି। ରାଜ୍ୟ ବାହାରେ ଥିବା ଯୋଗ୍ୟ ଡାକ୍ତରଙ୍କୁ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା କ୍ୟାଡରରେ ଯୋଗଦେବା ପାଇଁ ସୁଯୋଗ ଦେବାର ଆବଶ୍ୟକ ରହିଥିବା ରାଜ୍ୟ ସରକାର ଅନୁଭବ କରୁଥିଲେ ମଧ୍ୟ ପୂର୍ବରୁ ପ୍ରଚଳିତ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା(ଚୟନ ପ୍ରବିଧି ଓ ସେବାସର୍ତ୍ତ) ନିୟମାବଳୀ ବାଧକ ସାଜୁଛି। ଫଳରେ ଅନ୍ୟ ରାଜ୍ୟର ଯୋଗ୍ୟ ଇଚ୍ଚୁକ ଡାକ୍ତରମାନେ ଚୟନ ପ୍ରକ୍ରିୟାରେ ଯୋଗଦେବାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ଏ ସଂକ୍ରାନ୍ତ ପ୍ରଶ୍ନରେ ମନ୍ତ୍ରୀ ଦାସ ଏହା କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଏହି ବାଧକତାର ସମାଧାନ ପାଇଁ ରାଜ୍ୟ ସରକାର ରହିଥିବା ନିୟମକୁ ସଂଶୋଧନ କରି ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟ ସେବା(ଚୟନ ପ୍ରବିଧି ଓ ସେବାସର୍ତ୍ତ) ନିୟମାବଳୀ-୨୦୨୦ ପ୍ରଣୟନ କରିଛନ୍ତି। ଯଦି ଜଣେ ପ୍ରାର୍ଥୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆ ଏକ ଭାଷା ବିଷୟ ନେଇ ଉତ୍ତୀର୍ଣ୍ଣ ହୋଇ ନ ଥିବେ, ତେବେ ସେ ଚାକିରୀରେ ଯୋଗ ଦେବାର ୪ବର୍ଷ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସେହିପରି ଯଦି ଜଣେ ରାଜ୍ୟ ବାହାରର ପ୍ରାର୍ଥୀ ଓଡ଼ିଶା ଡାକ୍ତରୀ ପଞ୍ଜୀକୃତ ପରିଷଦରେ ନାମ ପଞ୍ଜୀକରଣ କରି ନ ଥିବେ ତେବେ ସେ ଚାକିରୀରେ ଯୋଗ ଦେବା ପାଇଁ ନିଯୁକ୍ତି ନିର୍ଦ୍ଦେଶନାମା ପାଇବା ପୂର୍ବରୁ ପଞ୍ଜୀକୃତ କରିବାକୁ ହେବ। ତଦନୁଯାୟୀ ଚଳିତବର୍ଷ ରାଜ୍ୟ ସରକାର ୨,୪୫୨ଜଣ ଡାକ୍ତର ଚୟନ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରିଛନ୍ତି ବୋଲି ମନ୍ତ୍ରୀ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri