ସବୁ ଜିଲାରେ ହେବ ସାଇନ୍ସ ପାର୍କ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ଜିଲାରେ ସାଇନ୍ସ(ବିଜ୍ଞାନ) ପାର୍କ ନିର୍ମାଣ କରାଯିବ। ପ୍ରଥମେ ୨୦ଟି ଜିଲାରେ ପାର୍କ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲାରେ ନିର୍ମାଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୦ଟି ଜିଲାରେ ପାର୍କ ନିର୍ମାଣ କରାଯିବ। ଏଥିସହିତ ୬ଟି ପ୍ଲାନେଟାରିୟମ୍‌ ନିର୍ମାଣ ହେବ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ମୂଳ ପ୍ରଶ୍ନର ଉତ୍ତରରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ୨ଟି ପ୍ଲାନେଟାରିୟମ୍‌ ଭୁବନେଶ୍ୱର ଓ ବୁର୍ଲାରେ ରହିଛି। ଆଉ ୬ଟି ମଧ୍ୟରୁ ରାଉରକେଲା, ବଲାଙ୍ଗୀର, ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡ଼ାଠାରେ ନିର୍ମାଣ କରାଯିବ। ସାଇନ୍ସ ପାର୍କ ନିର୍ମାଣ କରିବାକୁ ୫ ଏକର ଜାଗା ଆବଶ୍ୟକ। ଜିଲାପାଳମାନଙ୍କୁ ଜମି ଚିହ୍ନଟ କରିବାକୁ କୁହାଯାଇଥିଲା। ସେଥିରୁ କେତେକ ଜିଲାରେ ଜାଗା ଚିହ୍ନଟ ହୋଇସାରିଛି। ବିଜ୍ଞାନ ପାର୍କ ପାଇଁ ୬.୫ କୋଟି ଟଙ୍କାର ଆବଶ୍ୟକ ଥିବାବେଳେ ପ୍ଲାନେଟାରିୟମ୍‌ ପାଇଁ ୧୫ କୋଟି ଖର୍ଚ୍ଚ ହେବ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ପଚାରିଲେ, ବଲାଙ୍ଗୀରଠାରେ ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍‌ ନିର୍ମାଣ ହେବ। ଜମି ଅଧିଗ୍ରହଣ କେବେ ସରିବ। ତୁରନ୍ତ ଡିପିଆର ପ୍ରସ୍ତୁତ କରି ପାର୍କ ନିର୍ମାଣ ଆରମ୍ଭ କରାଯାଉ। ମନ୍ତ୍ରୀ କହିଲେ, ୨୦୧୮ ଅଗଷ୍ଟ ୧ ତାରିଖରେ ବଲାଙ୍ଗୀରରେ ପାର୍କ ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ପ୍ରଥମେ ଯେଉଁ ଜମି ଚିହ୍ନଟ ହୋଇଥିଲା ତାହା ଅନୁପଯୋଗୀ ହେବାରୁ ଅନ୍ୟ ଏକ ଜମି ଚିହ୍ନଟ କରିବାକୁ ଜିଲାପାଳଙ୍କୁ କୁହାଯାଇଥିଲା। ଏଥିପାଇଁ ୯.୬୧୪ ଏକର ଜମି ଚିହ୍ନଟ ହୋଇଛି। ପାର୍କ ନିର୍ମାଣ ପାଇଁ ୩୦ ମାସ ସମୟ ଲାଗିବ। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀରଠାରେ ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ୍‌ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ପାର୍କ ନିର୍ମାଣ ଜମିରୁ ଜବରଦଖଲ ହଟାଯାଇଛି। ସେଠାରେ ଯେଉଁ ଗରିବ, ବାସହୀନ ଲୋକ ରହୁଥିଲେ ସେମାନଙ୍କୁ ସରକାର ଥଇଥାନ କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। ଏଥିସହିତ ପ୍ରକଳ୍ପ କେବେ ସୁଦ୍ଧା ଆରମ୍ଭ ହେବ ବୋଲି ସେ ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ କହିଥିଲେ, ସାଇନ୍ସ ପାର୍କ ପାଇଁ ୫ ଏକର ଜମି ଦରକାର। ୯ ଏକର ଚିହ୍ନଟ ହୋଇଛି। କେବଳ ସାଇନ୍ସ ପାର୍କ ନୁହେଁ, ସେଠାରେ ପ୍ଲାନେଟାରିୟମ୍‌ ନିର୍ମାଣ କରାଯିବ।
ବିଜେଡି ସଭ୍ୟ ପ୍ରଦୀପ ଅମାତ କହିଲେ, ବୌଦ୍ଧ ଜିଲାରେ ସାଇନ୍ସ ପାର୍କ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି। ମନ୍ତ୍ରୀ କହିଲେ, ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲାରେ ସାଇନ୍ସ ପାର୍କ ନିର୍ମାଣ ହେବ। ୧୦ଟି ସାଇନ୍ସ ପାର୍କ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇସାରିଛନ୍ତି। ବିଜେଡି ସଭ୍ୟ ଅମର ଶତପଥୀ ଚଣ୍ଡିଖୋଲଠାରେ ସାଇନ୍ସ ପାର୍କ ନିର୍ମାଣ କରିବାକୁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଚଣ୍ଡିଖୋଲରେ ଅଧିକ ଫୁଟ୍‌ଫଲ ହେଉଥିଲେ ସେଠାରେ ପାର୍କ କରାଯିବ। ପ୍ରଥମ ପର୍ଯ୍ୟାୟରେ ହେଉଥିବା ସାଇନ୍ସ ପାର୍କରେ ଭଦ୍ରକ ଜିଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri