Posted inଖେଳ

ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଈଶାନ୍ତ, କହିଲେ-‘ଏହି ଅଭିଶାପକୁ ଆଶୀର୍ବାଦ ଭଳି ଗ୍ରହଣ କରିଛି’..

ନୂଆଦିଲ୍ଲୀ,୨୪ା୨: ଭାରତ-ଇଲଂଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ କ୍ରିକେଟର ଇଶାନ୍ତ ଶର୍ମାଙ୍କ କ୍ୟାରିୟରର ୧୦୦ତମ ମୁକାବିଲା ହେବ। କୌଣସି ଖେଳାଳି ପାଇଁ ଏହା ବେଶ ଗୌରବର ସମୟ। ଏହାସତ୍ତ୍ୱେ ବେଶ୍‌ ଖୁସି ନାହାନ୍ତି ଈଶାନ୍ତ। ଜୀବନର ବଡ଼ ମୁକାବିଲା ଖେଳିବା ପୂର୍ବରୁ ସେ ନିଜର ଦୁଃଖ ବାଣ୍ଟିଛନ୍ତି।

ଇତିମଧ୍ୟରେ ଈଶାନ୍ତ ୯୯ ଟେଷ୍ଟ ଖେଳିଥିବା ବେଳେ ୩୦୨ ରନ୍‌ କରି ରେକର୍ଡ ସଫଳତା ହାସଲ କରିଛନ୍ତି ହେଲେ ସୀମିତ ଓଭର କ୍ରିକେଟ ଟିମ୍‌(ଦିନିକିଆ ଏବଂ ଟି୨୦) ଦଳରେ ତାଙ୍କର ଚୟନ ହୋଇନାହିଁ। ଏହି ଦୁଃଖ ସେ ଦୀର୍ଘଦିନରୁ ସହି ଆସୁଛନ୍ତି। ଏଥିନେଇ ପଚରାଯିବାରେ ଈଶାନ୍ତ କହିଛନ୍ତି, ଏହାକୁ ମୁଁ ଆଶୀର୍ବାଦ ଭଳି ଗ୍ରହଣ କରିଛି। ସୀମିତ ଓଭରର କ୍ରିକେଟ ଖେଳିବାକୁ ଚାହେଁ। ହେଲେ ଯଦି ଖେଳିବାକୁ ସୁଯୋଗ ମିଳୁନାହିଁ ତେବେ ଅଭ୍ୟାସ ଜାରି ରଖିବା ଠିକ୍‌। ଏଥିସହ ଦିନିକିଆରେ ଚୟନ ନହେବା ଯୋଗୁ ଟେଷ୍ଟ କ୍ରିକେଟରେ ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ୁ ତାହା ଚାହୁଁନାହିଁ। ଗୋଟିଏ ଫର୍ମାଟରେ ଖେଳୁଛି ତାହା ବଡ଼ କଥା। ଏହାର ଅର୍ଥ ନୁହେଁ ଯଦି ତିନି ଫର୍ମାଟରେ ଖେଳିଥାନ୍ତି, ତେବେ ଟେଷ୍ଟ କ୍ରିକେଟ ଉପରେ ପ୍ରଭାବ ପଡ଼ିଥାନ୍ତା। ହୁଏତ ଅଧିକ ସମୟ ଲାଗିଥାନ୍ତା। ମୁଁ ଏବେ ୩୨ ବର୍ଷର ୪୨ ବର୍ଷର ନୁହେଁ ବୋଲି ସେ ମଧ୍ୟ କହିଛନ୍ତି।

ଈଶାନ୍ତଙ୍କ ଦିନିକିଆ କ୍ୟାରିୟର:
ମ୍ୟାଚ୍‌-୮୦
ଉଇକେଟ: ୧୧୫
ଶ୍ରେଷ୍ଠ ପ୍ରଦର୍ଶନ: ୪/୩୪
୪ ଉଇକେଟ: ୬ଥର
ଶେଷ ଦିନିକିଆ ମ୍ୟାଚ୍‌: ଭାରତ ବନାମ ଅଷ୍ଟ୍ରେଲିଆ(୨୦୧୬)


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri