ଯାଜପୁର ଜିଲାପାଳଙ୍କ ଉପରେ ଲୋକାୟୁକ୍ତ କ୍ଷୁବ୍ଧ

ଯାଜପୁର ଅଫିସ,୨୨।୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଭିନ୍ନ କଳାପଥର ଖାଦାନଗୁଡିକର ଏରିଆ ଚିହ୍ନଟ କରି ପିଲର ପୋତାରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଲୋକାୟୁକ୍ତ ଜିଲାପାଳଙ୍କ ଆଚରଣକୁ ଭର୍ତ୍ସନା କରିଛନ୍ତି। ୧୨୪୯/୨୦୨୦ ନମ୍ବର ମାମଲାରେ ଗତ ୧୮ ତାରିଖରେ ହୋଇଥିବା ନିର୍ଦ୍ଦେଶ ପତ୍ରରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍‌ ସିଂ କ୍ଷୋଭ ପ୍ରକାଶ କରିଛନ୍ତି। ଯାଜପୁର ଜିଲାପାଳଙ୍କୁ ଜବାବ ଦାଖଲ କରିବାକୁ ନୋଟିସ ହୋଇଥିଲେ ହେଁ ତାହାର ଅନୁପାଳନ ହୋଇନାହିଁ ବୋଲି ଉକ୍ତ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ଜିଲାପାଳଙ୍କୁ ସବିଶେଷ ତଥ୍ୟ ସହ ଜବାବ ଦେବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ଏକ ସୁଯୋଗ ଦେଇଛନ୍ତି। ଏହାସହ ସ୍ପଷ୍ଟ କରିଛନ୍ତି ଯେ, ପରବର୍ତ୍ତୀ ଶୁଣାଣି ଅର୍ଥାତ୍‌ ଆସନ୍ତା ମାର୍ଚ୍ଚ ୮ ସୁଦ୍ଧା ଜିଲାପାଳଙ୍କ ଦ୍ୱାରା ଉତ୍ତର ଦାଖଲ କରା ନ ଗଲେ ତାହାକୁ ଗମ୍ଭୀରତାର ସହ ଗ୍ରହଣ କରାଯିବ। ସେହିପରି ଧର୍ମଶାଳା ତହସିଲଦାରଙ୍କ ଦ୍ୱାରା ଦାଖଲ ହୋଇଥିବା ଉତ୍ତର ରହସ୍ୟାତ୍ମକ ଓ ଅନିର୍ଦ୍ଦିଷ୍ଟ ଅଟେ। ଏହାକୁ ରେକର୍ଡରେ ନିଆଯାଉଛି ବୋଲି ଲୋକାୟୁକ୍ତ ଅଧ୍ୟକ୍ଷ ତାଙ୍କ ନିର୍ଦ୍ଦେଶରେ ପ୍ରକାଶ କରିଛନ୍ତି।
କଳାପଥର ଚୋରା କାରବାରକୁ ରୋକିବାକୁ ଖାଦାନ ଚିହ୍ନଟ କରି ପିଲର ପୋତିବା ଓ ପରିବହନ ଖର୍ଚ୍ଚ ବାବଦକୁ ଧର୍ମଶାଳା ତହସିଲ ପକ୍ଷରୁ ୧,୮୦,୧୮୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ମାନବାଧିକାର କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତଙ୍କ ନିକଟରେ ୨ା୧୧ା୨୦୨୦ରେ ଏକ ମାମଲା ରୁଜୁ କରିଥିଲେ। ଏହିକ୍ରମରେ ଯାଜପୁର ଜିଲାପାଳ, ଉପଜିଲାପାଳ ଓ ଧର୍ମଶାଳା ତହସିଲଦାରଙ୍କୁ ଜବାବ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଧର୍ମଶାଳା ତହସିଲଦାର ୧୦ା୨ା୨୦୨୦ରେ ଦାଖଲ କରିଥିବା ଉତ୍ତରରେ ଦର୍ଶାଯାଇଛି ଯେ, ୨୦୧୮ରେ ପିଲର ପୋତିବାକୁ ଜାରକାସ୍ଥିତ ଗାୟତ୍ରୀ ମାର୍ବଲ ମାଲିକ ସୁକାନ୍ତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହାର ଖର୍ଚ୍ଚ ବାବଦକୁ ୧୯ା୧୧ା୨୦୧୮ରେ ତାଙ୍କୁ ଚେକ୍‌ ଜରିଆରେ ପ୍ରାପ୍ୟ ପ୍ରଦାନ କରାଯାଇଛି। ତେବେ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଓ ରାଜସ୍ବ ପର୍ଯ୍ୟବେକ୍ଷକ(ଆରଏସ୍‌)ଙ୍କ କ୍ଷେତ୍ର ତଦନ୍ତ ରିପୋର୍ଟରେ ଖାଦାନଗୁଡିକରେ ପୋତା ଯାଇଥିବା ପିଲର ପ୍ରାୟ ଧ୍ୱଂସ ହୋଇଯାଇଛି। ଏହି ରିପୋର୍ଟକୁ ଲୋକାୟୁକ୍ତ ରହସ୍ୟାତ୍ମକ ବୋଲି ବିବେଚନା କରିଛନ୍ତି।
ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଖନନ ଯୋଗୁ ବ୍ୟାପକ ରାଜସ୍ବ ହାନି ଏବଂ ଡଙ୍କାରୀ ପାହାଡ ଗୁମର ଖୋଲିଲା ପରେ କାର୍ଯ୍ୟାନୁଷ୍ଠାନ କେବେ ସମ୍ପର୍କରେ ୨୦ା୧୧ା୨୦୧୯ରେ ବିଧାୟକ ବିଷ୍ଣୁଚରଣ ସେଠୀ, ସୁକାନ୍ତ ନାୟକ, ମୁକେଶ ମହାଲିଙ୍ଗ ଓ ମୋହନ ଚରଣ ମାଝୀ ମୁଲତବୀ ପ୍ରସ୍ତାବ ଆଣିଥିଲେ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ୯ ଦଫା ଉତ୍ତର ରଖିଥିଲେ। ଏଥିରେ ଜିଲା, ସବ୍‌ଡିଭିଜନ ଓ ତହସିଲସ୍ତରରେ ସ୍କ୍ବାଡ୍‌ ବା ଟାସ୍କଫୋର୍ସ ଗଠନ କରାଯାଇ ବେଆଇନ ଚାଲାଣକାରୀଙ୍କ ଉପରେ ଚଢାଉ କରାଯାଉଛି, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେଉଛି ବୋଲି ଦର୍ଶାଇଥିଲେ। ଗୃହ ବିଭାଗର ଅନୁମୋଦନ କ୍ରମେ ୮ ଜିଲାର ୮ ସମ୍ବେଦନଶୀଳ ତହସିଲ ଓ ୨ ସବ୍‌ଡିଭିଜନ ଅଞ୍ଚଳରେ ୧ ସେକ୍ସନ ଏପିଆର ପୋଲିସ ଫୋର୍ସ ମୁତୟନ କରାଯାଇଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଥିଲେ। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୫ କୋଟି, ୨୦୧୯-୨୦ ବର୍ଷରେ ୪ କୋଟି ୬୩ ଲକ୍ଷ ୬୮ ହଜାର ୫୦୦ ଟଙ୍କା ବଜେଟ ମଞ୍ଜୁର କରାଯାଇ ସମସ୍ତ ଜିଲାପାଳଙ୍କୁ ଦିଆଯାଇଛି। ଖଣିଜ ପଦାର୍ଥ ଉତ୍ସର ପିଲର ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ତରଫରୁ ୧ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ ହୋଇଛି ଏବଂ ତଦାରଖ ପାଇଁ ଲଘୁ ଖଣିଜ ପଦାର୍ଥ ନିର୍ଦ୍ଦେଶାଳୟ ଖୋଲାଯିବା ନେଇ ମନ୍ତ୍ରୀ ତାଙ୍କ ଉତ୍ତରରେ ପ୍ରକାଶ କରିଥିଲେ। କିନ୍ତୁ ଯାଜପୁର ଜିଲାରେ ମନ୍ତ୍ରୀଙ୍କ ଉପରୋକ୍ତ ଉତ୍ତର ଅନୁସାରେ ପ୍ରାୟ କାର୍ଯ୍ୟକାରୀ ହେଉ ନ ଥିବା ଆବେଦନକାରୀ ବେହୁରା ପ୍ରକାଶ କରିଛନ୍ତି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ପଚାରିବାରେ ସେ କହିଛନ୍ତି, ପିଲର ପୋତା ସଂକ୍ରାନ୍ତରେ ଲୋକାୟୁକ୍ତଙ୍କ ନିକଟରେ ଉତ୍ତର ରଖାଯାଇଛି। ଲୋକାୟୁକ୍ତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ଏ ସଂକ୍ରାନ୍ତରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ପିଲର ପୋତା ମାମଲା ସମ୍ପର୍କରେ ତାଙ୍କୁ କିଛି ଜଣା ନାହିଁ। ସେ ଲୋକାୟୁକ୍ତଙ୍କଠାରୁ କୌଣସି ନୋଟିସ ଏଯାଏ ପାଇନାହାନ୍ତି। କୌଣସି ସୂଚନା ବିନା ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri