ଆଜି ବଜେଟ: ସରକାରଙ୍କୁ ସମ୍ବଳ ଚିନ୍ତା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛନ୍ତି। ସୋମବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆସନ୍ତା ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଇ-ବିଧାନସଭା ବ୍ୟବସ୍ଥା ହେବା ପରେ ପ୍ରଥମ ଥର ଲାଗି କାଗଜବିହୀନ(ପେପରଲେସ୍‌) ବଜେଟ ଉପସ୍ଥାପନ ହେବାକୁ ଯାଉଛି।
କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟର ରାଜସ୍ବ ଆଦାୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ରାଜ୍ୟ ସରକାର ଆସନ୍ତା ବଜେଟର ଆକାରକୁ ଗତ ବଜେଟ ତୁଳନାରେ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି କରିଛନ୍ତି। କୋଭିଡ୍‌ ଯୋଗୁ ରାଜ୍ୟ ଅର୍ଥନୀତି ଦେବାଳିଆ ଅବସ୍ଥାରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମୁଣ୍ଡପିଛା ଆୟ ତଳମୁହାଁ ହୋଇଛି। ଅଧିକାଂଶ ଲୋକ ଜୀବନଜୀବିକା ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ରାଜକୋଷର ସିଂହଭାଗ ଆସୁଥିବା କୃଷି, ଶିଳ୍ପ, ପର୍ଯ୍ୟଟନ ଭଳି କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହୋଇଛି। ହୋଟେଲ ଶିଳ୍ପଠାରୁ ଆରମ୍ଭ କରି ପରିବହନ, ସେବା କ୍ଷେତ୍ର ତଳିତଳାନ୍ତ ହୋଇଛି। ଅଧିକ ନିଯୁକ୍ତି ଯୋଗାଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗ କୋଭିଡ୍‌ ଯୋଗୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। କରୋନା କାଳରେ ରାଜ୍ୟରେ ୩୨୦୭ଟି ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ବନ୍ଦ ହୋଇଛି। ସେଥିରୁ ବାଲେଶ୍ୱର ଜିଲାରେ ସର୍ବାଧିକ ୫୬୭ଟି ୟୁନିଟ୍‌ ବନ୍ଦ ହୋଇଥିବା ବେଳେ ଗଞ୍ଜାମ ୪୮୪, ସମ୍ବଲପୁର ୩୨୧, ବଲାଙ୍ଗୀର ୨୮୮, ଭୁବନେଶ୍ୱର ୨୮୪, ସୁନ୍ଦରଗଡ଼ ୨୭୨, କଳାହାଣ୍ଡି ୧୮୭, ବୌଦ୍ଧ ୧୮୫, ରାୟଗଡା ୧୭୧, ଝାରସୁଗୁଡା ୧୭୦ ଏବଂ ଭଦ୍ରକରେ ୧୫୭ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ବନ୍ଦ ରହିଛି। ଯେଉଁ କେତେକ ବଞ୍ଚି ରହିଛି ସେଗୁଡିକ ଆର୍ଥିକ ସହାୟତାକୁ ଚାହିଁ ରହିଛନ୍ତି। ଯଦିଓ ରାଜ୍ୟ ସରକାର ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇଗୁଡିକୁ ୨୮୯ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ପୁନର୍ଜୀବିତ କରିବାକୁ ଉଦ୍ୟମ କରିଛନ୍ତି ତାହା ମଧ୍ୟ ପର୍ଯ୍ୟାପ୍ତ ନୁହେଁ। ବ୍ୟାଙ୍କଗୁଡିକ ଋଣ ସହାୟତା ଦେଉ ନ ଥିବାରୁ ରାଜ୍ୟ ସରକାର ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଋଣ ସହାୟତା ଯୋଗାଉ ନ ଥିବା ବ୍ୟାଙ୍କଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିକଟରେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବଜେଟରେ ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ, ପାନୀୟ ଜଳ, ସାମାଜିକ ସୁରକ୍ଷା, ଶିକ୍ଷା ଆଦିକୁ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ବଜେଟରେ ନୂତନ ଯୋଜନାର ସେତେଟା ଝଲକ ଦେଖିବାକୁ ମିଳିବ ନାହିଁ। ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଶେଷ କରିବା ସହ ଅତ୍ୟାବଶ୍ୟକ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ବଜେଟରେ ବ୍ୟୟବରାଦ କରାଯାଇଥିବା ଜଣାପଡିଛି। ବଜେଟରେ ସ୍ବାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଯୋଜନା କରାଯାଇଛି। ଲୋକମାନଙ୍କ ଜୀବନ ବଞ୍ଚାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବ । ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବାକୁ ବଜେଟରେ ମୋଟା ଅଙ୍କର ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି । ମେଡିକାଲ କଲେଜ ସହ ଜିଲା ଓ ସବ୍‌ଡିଭିଜନ ସ୍ତରରେ ଥିବା ହସ୍ପିଟାଲଗୁଡିକର ଭିତ୍ତିଭୂମିକୁ ସୁଦୃଢ କରିବାକୁ ପ୍ରୟାସ କରାଯାଇଛି।
ତେବେ ଉକ୍ତ ଖର୍ଚ୍ଚ ତୁଲାଇବାକୁ ସରକାରଙ୍କୁ ସମ୍ବଳ ଚିନ୍ତା ଘାରିଛି। ନୂତନ ଟିକସ ଲଗାଇବାର ଯୋଜନା ନ ଥିବାରୁ କେବଳ ଜିଏସ୍‌ଟି ଓ ଖଣି ରାଜସ୍ବ ଉପରେ ସରକାର ଭରସା କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଇସ୍ପାତର ମାନ୍ଦାବସ୍ଥା ଥିବା ଯୋଗୁ ଖଣି ରାଜସ୍ବ ମଧ୍ୟ ପୂର୍ବାବସ୍ଥାକୁ
ଫେରିବା ସମ୍ଭାବନା କ୍ଷୀଣ। ଇତିମଧ୍ୟରେ ରାଜ୍ୟର ଋଣ ଭାର ପ୍ରାୟ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ କୋଭିଡ୍‌ ଭଳି ବିଷମ ପରିସ୍ଥିତିରୁ ମୁୂକାଳିବା ଲାଗି ଋଣ ହିଁ ଏକମାତ୍ର ଭରସା। ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୪,୮୩୦ କୋଟି ଟଙ୍କା ଋଣ କରିଛନ୍ତି। ସେଥିରୁ ଖୋଲା ବଜାରରୁ ୩ ହଜାର କୋଟି ଟଙ୍କା ଉଠାଇଥିବା ବେଳେ ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ(ଓମବିଏଡିଏସି)ରୁ ୧,୮୩୦ କୋଟି ଋଣ ଉଠାଇଛନ୍ତି। ଚଳିତ ବର୍ଷ ଏହି ପରିମାଣ ଆହୁରି ବଢିବା ସମ୍ଭାବନା ରହିଛି। ଚଳିତ ବର୍ଷ ଯଦିଓ ବଜେଟ ଆକାର ସେତେଟା ବୃଦ୍ଧି କରାଯାଇ ନାହିଁ, ତେବେ ୧୩ ପ୍ରତିଶତ ବୃଦ୍ଧି ପାଇଁ ସମ୍ବଳ ଯୋଗାଡ କରିବା ସରକାରଙ୍କ ପକ୍ଷେ କାଠିକର ପାଠହେବ ବୋଲି ଅର୍ଥନୀତିଜ୍ଞ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri