ରାଜ୍ୟଗୁଡ଼ିକର ଜିଏସ୍‌ଟି କ୍ଷତି କମିବ

ନୂଆଦିଲ୍ଲୀ,୨୨।୨:  ରାଜ୍ୟଗୁଡ଼ିକର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଜନିତ ରାଜସ୍ବ କ୍ଷତି ଚଳିତ ଆର୍ଥତ୍କ ବର୍ଷରେ ୪୦ ହଜାର କୋଟି କମିପାରେ। ଗତ ୪ ମାସରେ ଜିଏସ୍‌ଟି ସଂଗ୍ରହ ଉନ୍ନତ ହେଉଥିବାରୁ କ୍ଷତି ପରିମାଣ ହ୍ରାସ ପାଇବ ବୋଲି ଜଣେ ସରକାରୀ ଅଧିକାରୀ ରବିବାର ସୂଚନା ଦେଇଛନ୍ତି। ରାଜ୍ୟଗୁଡିକ ୧.୮୦ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ରାଜସ୍ବ କ୍ଷତି ସହିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ଯୋଗୁ ୧.୧୦ ଲକ୍ଷ କୋଟି ଏବଂ କୋଭିଡ୍‌-୧୯ ମହାମାରୀ ଯୋଗୁ ପ୍ରାୟ ୭୦ ହଜାର କୋଟି କ୍ଷତି ରାଜ୍ୟ ସହିବେ ବୋଲି ରିପୋର୍ଟରେ କୁହାଯାଇଥିଲା। ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଓ୍ବିଣ୍ଡୋରୁ ଋଣ କରୁଛନ୍ତି। ଏହି ବାବଦକୁ ମୋଟ ୧.୧୦ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଇଛି।
ରାଜସ୍ବ ସଂଗ୍ରହରେ ଉନ୍ନତି ହୋଇଥିବାରୁ ରାଜ୍ୟଗୁଡ଼ିକର ମୋଟ କ୍ଷତି ୧.୪୦ ଲକ୍ଷ କୋଟି ଟଙ୍କାକୁ ଖସିପାରେ। ବର୍ତ୍ତମାନ ଏ ନେଇ ହିସାବ କରାଯାଉଛି। କ୍ଷତି ୩୦ରୁ ୪୦ ହଜାର କୋଟି ଟଙ୍କା କମ୍‌ ରହିପାରେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ସେହିଭଳି ଜିଏସ୍‌ଟି ଆଦାୟ ଉନ୍ନତ ହେଉଥିବାରୁ କୋଭିଡ୍‌ଜନିତ ରାଜସ୍ବ ହ୍ରାସ ଭରଣା କରିବା ଲାଗି ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଏହି ଅର୍ଥକୁ ବ୍ୟବହାର କରାଯାଇପାରେ। ସ୍ପେଶାଲ ଓ୍ବିଣ୍ଡୋରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଋଣ କରାଯାଇଥିବା ବେଳେ ଏହି ଅର୍ଥକୁ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷରେ ରାଜସ୍ବ କ୍ଷତି ଆହୁରି କମିବ। ହେଲେ ୧୪% ରାଜସ୍ବ କ୍ଷତି ଭରଣା କରିବା କଷ୍ଟକର ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି।
ଜିଏସ୍‌ଟି କ୍ଷତିପୂରଣ ଅର୍ଥ ପ୍ରତି ୨ ମାସରେ ରାଜ୍ୟଗୁଡିକୁ ପ୍ରଦାନ କରାଯାଉଛି। କୋଭିଡ୍‌ ଯୋଗୁ ଏପ୍ରିଲ ୨୦୨୦ରେ ଜିଏସ୍‌ଟି ସଂଗ୍ରହ ରେକର୍ଡ ନିମ୍ନ ସ୍ତର ୩୧,୧୭୨ କୋଟି ଟଙ୍କାକୁ ଖସି ଆସିଥିଲା। କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସରକାର ସାରା ଦେଶକୁ ଲକ୍‌ଡାଉନ୍‌ କରିବା ପରେ ଏପରି ହୋଇଥିଲା। ଟିକସ ସଂଗ୍ରହ ଧୀରେ ଧୀରେ ଉନ୍ନତ ହେଉଛି। ୨୦୨୦ ଅକ୍ଟୋବରଠାରୁ ୨୦୨୧ ଜାନୁୟାରୀ ଯାଏ ୪ ମାସ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଟପୁଛି। ଜାନୁୟାରୀ ମାସରେ ରାଜସ୍ବ ୧.୨୦ ଲକ୍ଷ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri