‘ପ୍ରସ୍ତୁତ ହୋଇନି ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ’

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ଦସ୍ତଖତ ଅଭିଯାନ ଚଳାଇଛି। ହେଲେ ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀରେ ସରକାରଙ୍କ ଉପରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବର୍ଷିଛନ୍ତି। ସେ କହିଛନ୍ତି, ଜାନୁୟାରୀ ୨୯ରୁ ଫେବୃୟାରୀ ୧୩ ପର୍ଯ୍ୟନ୍ତ ସଂସଦ ଚାଲିଥିଲା। ସେଠାରେ ଥାଇ ସେ ଖବର ପାଇଲେ ଯେ, ଭୁବନେଶ୍ୱର କେତେକ ଛକରେ ତାଙ୍କ ଫଟୋ ଥାଇ ନିଖୋଜ ପୋଷ୍ଟର ଲାଗିଛି। ଯେଉଁ ବନ୍ଧୁ ପୋଷ୍ଟର ଲଗାଇଥିଲେ ସେମାନଙ୍କୁ ଧନ୍ୟବାଦ। ସେମାନେ ତାଙ୍କ ଶୁଭେଚ୍ଛୁ। ବାଇ-ଲ’ ପ୍ରସଙ୍ଗରେ ମନ୍ତ୍ରଣାଳୟ ସହ ବିସ୍ତୃତ ଭାବେ କଥା ହୋଇଛନ୍ତି, ରାଜ୍ୟ ସରକାର କଥା ବୁଝିବା ଦରକାର। ଆରୋପ, ପ୍ରତ୍ୟାରୋପରେ କିଛି ହେବନାହିଁ। ବିକାଶର କୌଣସି ଦଳ ନ ଥାଏ। ଭାରତର ୩୬୯୩ କୀର୍ତ୍ତିରାଜିରୁ ୮୦ଟି ଆମ ରାଜ୍ୟରେ ରହିଛି। ଏସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ହୋଇଛି। କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ନିଷିଦ୍ଧାଞ୍ଚଳ ବୋଲି ଆଇନରେ ରହିଛି। ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହେଇପାରିବ ନାହିଁ। ୨ ଶହ ମିଟର ମଧ୍ୟରେ ଅନୁମତି ନେଇ କାର୍ଯ୍ୟ କରାଯାଇପାରିବ। ଏନେଇ ସଂସ୍କୃତି ନିର୍ଦ୍ଦେଶକ ଏନ୍‌ଏମ୍‌ଏର ଅନୁମତି ଲୋଡ଼ିପାରିବେ। ସେଠାରୁ ଅନୁମତି ମିଳିଲେ କାମ ହୋଇପାରିବ। କାମ କରିବା ପାଇଁ ଅନୁମତି ମାଗିଲେ କେନ୍ଦ୍ର ବାଧା ଦେବ ନାହିଁ ବୋଲି ସେ କହିଛନ୍ତି।
ଅପରାଜିତା ଆହୁରି କହିଛନ୍ତି, ରାଜ୍ୟର ଯେଉଁ ୫ଟି ହେରିଟେଜକୁ ନେଇ ବାଇ-ଲ’ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଜଗନ୍ନାଥ ମନ୍ଦିର ଥିଲା, ଲିଙ୍ଗରାଜ ମନ୍ଦିର ନ ଥିଲା। ଯାହା ଏନ୍‌ଏମ୍‌ଏ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ ଥିଲା। ତେବେ ଆପତ୍ତି ଅଭିଯୋଗ ଉଠିବା ପରେ ଜଗନ୍ନାଥ ମନ୍ଦିର ସମ୍ପର୍କରେ ବାଇ-ଲ’ ଡ୍ରାଫ୍ଟ ପ୍ରତ୍ୟାହାର କରାଗଲା। ମୁଖ୍ୟତଃ ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ ପ୍ରସ୍ତୁତ ହୋଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଏକଥା ଉଠାଉଛନ୍ତି ସେମାନେ କିଛି ଜାଣିନାହାନ୍ତି। ଯାହା ସବୁ ଘଟିଲା ଏହା ଅଜ୍ଞାନତାର ପରିଚୟ। ଶାସନ ଏତେ ଅଜ୍ଞାନ ଓ ଅପରିପକ୍ୱ କେମିତି ହୋଇପାରିବ ବୋଲି ଅପରାଜିତା କହିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାରଙ୍କ ମତାମତ ନିଆ ନ ଯିବା କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ସଂସ୍କୃତି ନିର୍ଦ୍ଦେଶକଙ୍କ ଜରିଆରେ ଗଲା, ରାଜ୍ୟ ସରକାର ଜାଣିପାରିଲେ ନାହିଁ କେମିତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri