Posted inଜାତୀୟ

ବିହାରରେ କରୋନା ମହାଦୁର୍ନୀତି

ପାଟନା, ୧୪ା୨: ଦେଶରେ ଫେବୃୟାରୀ ୧୩ ସୁଦ୍ଧା ୨୦ କୋଟି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ କରୋନା ଟେଷ୍ଟ ସରିଥିବା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) ଓ୍ବେବସାଇଟ୍‌ରେ ତଥ୍ୟ ରହିଛି। ଆଖିଦୃଶିଆ ଏହି ତଥ୍ୟ ପ୍ରଚାର କରି ବାହାବା ନେଉଛନ୍ତି ସରକାର। କେଉଁ ରାଜ୍ୟ ସରକାର ଏପରି ଦେଖାଣିଆ ରେକର୍ଡ କରିବାରେ ମାହିର ତାହା ମଧ୍ୟ ପ୍ରଘଟ କରାଯାଉଛି। ହେଲେ ବାସ୍ତବ କଥା ସତଠାରୁ କେତେ ଦୂରରେ ତାହା ଦେଖିବାକୁ ମିଳିଛି ନୀତୀଶ କୁମାରଙ୍କ ଶାସନାଧୀନ ବିହାରରେ। ନକଲି ନାଁ ମିଥ୍ୟା ମୋବାଇଲ ନମ୍ବରରେ କରୋନା ଟେଷ୍ଟ କରାଇ ରୋଗୀ ସଂଖ୍ୟା ବଢ଼ାଇବା, ଏପରି କି ସୁସ୍ଥ ଲୋକଙ୍କୁ ଜବରଦସ୍ତି କ୍ୱାରାଣ୍ଟାଇନରେ ରଖି ରେକର୍ଡ ନିଜ ନାଁରେ ଉଲ୍ଲେଖ କରିବାରେ ଏହି ରାଜ୍ୟ କେତେ ପାରଙ୍ଗମ ତାହା ଏକ ଜାତୀୟ ଖବରକାଗଜ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।
କହୁଛି, ଭାଜପା ସରକାର ଥିବା ଉତ୍ତରପ୍ରଦେଶରେ ସର୍ବାଧିକ ୨.୮୯ କୋଟି ନମୁନା ପରୀକ୍ଷା କରାଯାଇଛି। ବିହାର ବର୍ତ୍ତମାନ ସୁଦ୍ଧା ୨.୧୬ କୋଟି ଜଣଙ୍କ କରୋନା ଟେଷ୍ଟ କରାଇ ସବୁଠାରୁ ଅଧିକ ଟେଷ୍ଟିଂ ତାଲିକାରେ ଦ୍ୱିତୀୟରେ ରହିଛି। ନୀତୀଶ ସରକାର ଦିନକୁ ଲକ୍ଷାଧିକ ଲୋକଙ୍କ କୋଭିଡ୍‌ ପରୀକ୍ଷା କରାଉଥିବା କହୁଛନ୍ତି। କେବଳ ଚଳିତ ସପ୍ତାହରେ ହାରାହାରି ୭୫ ହଜାର ଟେଷ୍ଟ ହୋଇଥିବା ସରକାରୀ ସ୍ତରରେ ତଥ୍ୟ ପ୍ରକାଶ ପାଇଛି। କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଯାହା ଅଭିଯୋଗ ଆସିବାରେ ଲାଗିଛି, ତାହା ପ୍ରଶାସନ ଓ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି।
ଶୈଖପୁରା, ପାଟନା ଆଦି ସ୍ଥାନରେ କୋଭିଡ୍‌ ଟେଷ୍ଟରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ସଂକ୍ରମଣର କୌଣସି ଲକ୍ଷଣ ନ ଥିବା ଗ୍ରାମାଞ୍ଚଳ ଲୋକଙ୍କୁ ଜବରଦସ୍ତି ଟେଷ୍ଟ ପାଇଁ ନିଆଯାଉଥିବା ଏବଂ ସଂକ୍ରମଣର ଭୁଲ ରିପୋର୍ଟ ଦେଇ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏପରିକି ପଜିଟିଭ୍‌ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ କେତେକେ ଅଲଗା ଭାବେ କରୋନା ପରୀକ୍ଷା କରିବାରେ ନେଗେଟିଭ୍‌ ରିପୋର୍ଟ ଆସିବାରୁ ସେମାନେ ଜିଲା ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନକଲି ନାଁ ଏବଂ ମୋବାଇଲ ନମ୍ବର ସ୍ଥାନରେ ୧୦ଟି ଶୂନ ରଖି କରୋନା ରୋଗୀଙ୍କ ମିଥ୍ୟା ପଞ୍ଜୀକରଣ ହେଉଥିବା ଜଣାପଡିଛି। ଡାଟାରେ ଅଧିକାଂଶ ଲୋକଙ୍କ ଆଣ୍ଟିଜେନ ଟେଷ୍ଟ ହେଉଥିବା ଦର୍ଶାଯାଇଛି। ଗତ ଜୁଲାଇ ସୁଦ୍ଧା ରାଜ୍ୟରେ ଦିନକୁ ୧୦ ହଜାର ଲୋକଙ୍କ କୋଭିଡ୍‌ ପରୀକ୍ଷା କରାଯାଉଥିବାବେଳେ ହଠାତ୍‌ ତାହା ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ଆଣ୍ଟିଜେନ ଟେଷ୍ଟ ପାଇଁ କିଟ୍‌ ପିଛା ୪୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଲକ୍ଷ ଲକ୍ଷ ମିଥ୍ୟା ଟେଷ୍ଟିଂ ରିପୋର୍ଟ ଦେଇ ବିଲ୍‌ ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷରେ ଅଧିକ ରୋଗୀଙ୍କ ତାଲିକା ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ସରକାରୀ ସ୍ତରରେ ଚାପ ପଡ଼ୁଥିବା ସେଠାକାର କର୍ମଚାରୀ କହିଛନ୍ତି। ଟାର୍ଗେଟ ପୂରଣ ହେଉ ନ ଥିବାରୁ ସ୍ବାସ୍ଥ୍ୟକର୍ମୀ ଗାଁ ଗାଁ ବୁଲି ଲୋକଙ୍କ ଟେଷ୍ଟ କରାଇ ରିପୋର୍ଟ ଦେଉଥିବା ଜଣାପଡିଛି।

ଦୁର୍ନୀତିର ଭବିଷ୍ୟବାଣୀ କରିଥିଲି: ତେଜସ୍ବୀ

କରୋନା ଟେଷ୍ଟରେ ଦୁର୍ନୀତିକୁ ନେଇ ବିହାରର ଭାଜପା ଓ ଜନତା ଦଳ ମେଣ୍ଟ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବ। କରୋନା ଦୁର୍ନୀତି ହେବ ବୋଲି ବହୁ ପୂର୍ବରୁ ଭବିଷ୍ୟବାଣୀ କରିଥିଲି। ଯେତେବେଳେ ଟେଷ୍ଟିଂ ଡାଟା ସାର୍ବଜନୀନ କରିଥିଲି ତାହାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଡ଼ାଇ ଯାଇଥିଲେ। ନୀତୀଶ ଓ ସ୍ବାସ୍ଥ୍ୟ ବିଭାଗର ବିଶ୍ୱସ୍ତ ବାବୁଙ୍କ ସହ ମିଶି କରୋନା ଟେଷ୍ଟିଂ ସଂଖ୍ୟା ବଢ଼ାଇଥିବା ନେଇ ତେଜସ୍ବୀ ଅଭିଯୋଗ କରିଛନ୍ତି। ସେମାନେ ମିଶି କେବଳ ୭ ଦିନରେ ଦୈନିକ କରୋନା ପରୀକ୍ଷା ସଂଖ୍ୟା ୧୦ ହଜାରରୁ ୧ ଲକ୍ଷ ଏବଂ ୨୫ ଦିନରେ ଏହା ୨ ଲକ୍ଷ ଅତିକ୍ରମ କରାଇଛନ୍ତି। ଟେଷ୍ଟିଂ ନାଁରେ ବିହାର ସରକାର ଓ ଅଧିକାରୀମାନେ ଟଙ୍କା ହଡ଼ପ କରିବାରେ ଲାଗିଥିବା ତେଜସ୍ବୀ କହିଛନ୍ତି।

‘ଦୋଷୀଙ୍କୁ ଛଡ଼ାଯିବନି’

କରୋନା ଟେଷ୍ଟିଂ ଦୁର୍ନୀତି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ସେ ପ୍ରମୁଖ ସଚିବଙ୍କ ସହ ଏ ନେଇ କଥା ହୋଇଛନ୍ତି। ୨୨ଟି ଜିଲାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜମୁଇର ସିଭିଲ ସର୍ଜନ, ଡିପିଏମ୍‌, ଡିଆଇଓ, ବ୍ଲକ ହେଲ୍‌ଥ ମ୍ୟାନେଜର, ସିକନ୍ଦରା ଏବଂ ବରହତ୍‌ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ।

ପାର୍ଲାମେଣ୍ଟରେ ତଦନ୍ତ ଦାବି

ବିହାରରେ କୋଭିଡ୍‌-୧୯ ଟେଷ୍ଟ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣା ପାର୍ଲାମେଣ୍ଟରେ ଉପସ୍ଥାପନ କରିଛନ୍ତି ଆର୍‌ଜେଡିର ରାଜ୍ୟ ସଭା ସଦସ୍ୟ ମନୋଜ ଝା। ଟେଷ୍ଟିଂ ସଂଖ୍ୟା କିପରି ୭ ଦିନରେ ଦୈନିକ ୧୦ ହଜାରରୁ ୧ ଲକ୍ଷ ଟପିଗଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମନୋଜ ଦାବି ଉଠାଇଥିଲେ। ଘଟଣାର ତଦନ୍ତ ପାଇଁ ରାଜ୍ୟ ସଭା ସଭାପତି ଭେଙ୍କୟା ନାଇଡୁ ବିହାର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କହିଥିଲେ। ଅଭିଯୋଗର ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri