Posted inଫୁରସତ

ଭାଲେଣ୍ଟାଇନ୍‌ ଡେ’ରେ ଧୋକାବାଜ ପ୍ରେମିକଙ୍କ ଉପରେ ଏମିତି ପ୍ରତିଶୋଧ ନେଲେ ପ୍ରେମିକା

ବାସ୍ତବରେ ହୃଦୟ ଭାଙ୍ଗିବା ଭାରି ଯନ୍ତ୍ରଣାଦାୟକ। ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡ଼ି ହୁଏନା। ଏଥିପାଇଁ ତ ବେଳେବେଳେ ନାନା ଅଘଟଣ ଘଟୁଛି। ସମ୍ପର୍କ ଭାଙ୍ଗିବା ପରେ ପ୍ରେମିକା ହୁଅନ୍ତୁ କି ପ୍ରେମିକ ପ୍ରତିଶୋଧ ପରାୟଣ ହୋଇଉଠନ୍ତି। ଏପରିକି ଯେଉଁ ସାଥୀଙ୍କୁ ସେ ଏତେ ଭଲ ପାଉଥିଲେ ତାଙ୍କୁ ମାରିବାକୁ ବି ପଛାନ୍ତି ନାହିଁ। ସମାଜରେ ଏମିତି ଘଟଣା ପ୍ରତିଦିନ ଘଟିଚାଲିଛି। କିଛି ପ୍ରେମିକା ଅବା ପ୍ରେମିକ ସାଥୀଙ୍କ ପ୍ରତିଶୋଧ ନେବା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଥାନ୍ତି। ଠିକ୍‌ ସେମିତି ଭାଲେଣ୍ଟାଇନ୍‌ ଡେ’ ଅବସରରେ ଏକ ଘଟଣା ଚାଇନାରେ ଘଟିଛି।

ଚାଇନାର ଜଣେ ଯୁବତୀ ଡେଲିଭରି ବୟ ସହାୟତାରେ ନିଜ ପୂର୍ବ ପ୍ରେମିକଙ୍କ ପ୍ରତିଶୋଧ ନେଇଛନ୍ତି। ଚାଇନାର ଶାଙ୍ଗାଡୋଙ୍ଗରେ ଏହି ଘଟଣା ଘଟିଛି। ଖାଇବା ସାମଗ୍ରୀ ଧରି ଆସିଥିବା ଜଣେ ଡେଲିଭରି ବୟଙ୍କୁ ଯୁବତୀ ଜଣକ ଅଜବ ଅନୁରୋଧ କରିଥିଲେ। ଅର୍ଡରରେ ଏକ କପ୍‌ ଚା ପହଞ୍ଚାଇବା ପାଇଁ କହିଥିଲେ। ଏହି ଚା’ ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ନିକଟରେ ନେଇ ପହଞ୍ଚାଇବାକୁ କହିଥିଲେ। ଖାଲି ଚା’ ଅର୍ଡର କରି ନ ଥିଲେ ଏହି ଚା’କୁ ସେ ତାଙ୍କ ପ୍ରେମିକଙ୍କ ଉପରେ ଢାଳିବାକୁ ଡେଲିଭରି ବୟଙ୍କୁ ଅନୁରୋଧ କରିଥିଲେ। ଆପଣ ଭାବୁଥିବେ ଡେଲିଭରି ବୟ ଜଣ କେମିତି ଏମିତି କରିବେ? ଏଥିରେ ତାଙ୍କ ଚାକିରି ପ୍ରତି ବିପଦ ବି ରହିବ। ମାତ୍ର ଡେଲିଭର ବୟ ଏସବୁ କଥା ଚିନ୍ତା ନ କରି ଗ୍ରାହକଙ୍କ ଅନୁରୋଧ ରକ୍ଷା କରିବାକୁ ନିଃସ୍ବାର୍ଥପର ଭାବେ ଏପରି କରିଥିଲେ। ଡେଲିଭରି ବୟ ଜଣଙ୍କ ଯୁବତୀଙ୍କ ଅନୁରୋଧ ରକ୍ଷା କରି ତାଙ୍କ ପୂର୍ବତନ ପ୍ରେମିକଙ୍କ ମୁହଁରେ ଗରମ କ୍ଷୀର ଚା’ ଢାଳିଦେଲେ। ପରେ ଉକ୍ତ ଯୁବକଙ୍କୁ ସେ କ୍ଷମା ମଧ୍ୟ ମାଗିଥିଲେ। କହିଥିଲେ, ମୁଁ ଦୁଃଖିତ। ମାତ୍ର ଗ୍ରାହକଙ୍କ ଅନୁରୋଧ ରକ୍ଷା କରିବା ମୋର ପ୍ରଥମ କର୍ତ୍ତବ୍ୟ। ତେଣୁ ମୁଁ ଏପରି କଲି। ଆପଣ ମୋତେ କ୍ଷମା କରିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri