Posted inଖେଳ

ଆୟୋଜକ କମିଟି ଅଧ୍ୟକ୍ଷ ମୋରିିଙ୍କ ଇସ୍ତଫା

ଟୋକିଓ, ୧୩ା୨(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ମହିଳା ବିରୋଧୀ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ। ମୋରିଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶୁକ୍ରବାର ଆୟୋଜକ କମିଟିର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବସିଥିଲା। ମାତ୍ର ଏଥିରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ମୋରିଙ୍କ ଉତ୍ତରାଧିକାରୀ ଭାବେ ଜଣେ ମହିଳାଙ୍କୁ ମନୋନୀତ କରାଯିବ କି ନା ସେ ସମ୍ପର୍କରେ କିଛି ସ୍ପଷ୍ଟ କରି ନ ଥିଲେ ସିଇଓ ତୋଶିରୋ ମୁତୋ। ଚଳିତ ସପ୍ତାହ ପ୍ରଥମ ଭାଗରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏକ ସପ୍ତାହ ହେଲା ମୋରି ସମାଲୋଚିତ ହୋଇ ଆସୁଥିଲେ। ପ୍ରଥମାବସ୍ଥାରେ ସେ କ୍ଷମାପ୍ରାର୍ଥନା କରିବା ସହ ଇସ୍ତଫା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ମାତ୍ର ଟେଲିଭିଜନ ସମୀକ୍ଷକ ଓ ପ୍ରାୟୋଜକଙ୍କ ପକ୍ଷରୁ ଇସ୍ତଫା ପାଇଁ ତାଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା। ଏପରି କି ମୋରିଙ୍କ ବହିଷ୍କାର ଦାବିରେ ଦସ୍ତଖତ ସଂଗ୍ରହ ଅଭିଯାନ ହୋଇଥିଲା, ଯେଉଁଥିରେ ୧,୫୦,୦୦୦ ଜଣଙ୍କର ଦସ୍ତଖତ ରହିଥିଲା। କରୋନା ମହାମାରୀ ଆଶଙ୍କା ଏ ପର୍ଯ୍ୟନ୍ତ ଦୂର ହୋଇ ନାହିଁ। ମୋରିଙ୍କ ବିନା ଟୋକିଓ ଅଲିମ୍ପିକ୍ସର ସଫଳ ଆୟୋଜନ ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ। କୋଭିଡ୍‌ ପାଇଁ ଏକ ବର୍ଷ ଘୁଞ୍ଚାଇ ଦିଆଯାଇଥିବା ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୧୧,୦୦୦ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଏହାର ଏକ ମାସ ପରେ ହେବାକୁ ଥିବା ପାରା ଅଲିମ୍ପିକ୍ସରେ ୪,୪୦୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଭାଗ ନେବେ। ଜାପାନରେ ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଭୋଟ୍‌ରେ ୮୦% ଲୋକ ଅଲିମ୍ପିକ୍ସକୁ ବାତିଲ କରିବା ଉଚିତ ହେବ ବୋଲି ମତ ଦେଇଥିଲେ। ଅନ୍ୟପକ୍ଷରେ ୧୫% ଅଲିମ୍ପିକ୍ସ ଆୟୋଜନ ସପକ୍ଷରେ ରହିଥିଲେ। ପୂର୍ବ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା ୮୩ ବର୍ଷୀୟ ମୋରି ତାଙ୍କ ବିକଳ୍ପ ଭାବେ ଜାପାନ ଫୁଟ୍‌ବଲ ପରିଚାଳନା ପରିଷଦ ସଭାପତି ୮୪ ବର୍ଷୀୟ ସାବୁରୋ କାଓ୍ବାବୁଚିଙ୍କୁ ବାଛିଥିଲେ। କାଓ୍ବାବୁଚି ନିଜେ ଜଣେ ପୂର୍ବତନ ଖେଳାଳି। ସେ ଜାପାନ ତରଫରୁ ୧୯୬୪ ଅଲିମ୍ପିକ୍ସରେ ଖେଳିଥିଲେ। କାଓ୍ବାବୁଚି ବୟସରେ ମୋରିଙ୍କଠାରୁ ବଡ଼। ଏହି ପଦବୀରେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଗଲେ ଅସୁବିଧା କ’ଣ ବୋଲି ପ୍ରଶ୍ନ ଉଠୁଛି। ମୋରି ଲିଙ୍ଗଗତ ସମାନତା ସପକ୍ଷରେ ନୁହନ୍ତି ବୋଲି ଏଥିରୁ ସୂଚିତ ହେଉଛି। ଜାପାନରେ କୌଣସି ବୋର୍ଡ, ରାଜନୀତି ଅବା କ୍ରୀଡ଼ା ପରିଚାଳନା ପରିଷଦରେ ମହିଳାଙ୍କୁ ଦେଖିବାକୁ ମିଳେନା। ଏପରି କି ଆୟୋଜକ କମିଟିର ଉଚ୍ଚ ପଦବୀରେ ମଧ୍ୟ। କାଓ୍ବାବୁଚି ଗୁରୁବାର ସୂଚାଇ ଦେଇଛନ୍ତି ଯେ, ମୋରି ତାଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ପଦବୀ ପାଇଁ ସେ ନିଜକୁ ଉପଯୁକ୍ତ ମନେ କରୁ ନ ଥିବା ତାଙ୍କୁ ଜଣାଇ ଦେଇଥିଲେ।
ଜାପାନିଜ ଗଣମାଧ୍ୟମରେ ଏନେଇ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆୟୋଜକ କମିଟି ସଭାପତି ପାଇଁ ୩ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି। ଏମାନେ ସମସ୍ତେ ଆଥ୍‌ଲେଟ ଏବଂ ପୂର୍ବତନ ଅଲିମ୍ପିଆନ ଏବଂ ବୟସ ଦୃଷ୍ଟିରୁ ଗୋଟିଏ ପିଢି ଆଗୁଆ। କାଓରି ୟାମାଗୁଚି ୧୯୮୮ ଅଲିମ୍ପିକ୍ସ ଜୁଡୋରେ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି। ମିକାକୋ କୋଟାନି ୧୯୮୮ ଅଲିମ୍ପିକ୍ସରେ ସିଙ୍କ୍ରୋନାଇଜ୍‌ଡ ସୁଇମିଂରେ ଦୁଇ ବ୍ରୋଞ୍ଜ ବିଜୟିନୀ। ନାଓକୋ ତାକାହାସି ହେଉଛନ୍ତି ୨୦୦୦ ଅଲିମ୍ପିକ୍ସ ମାରାଥନ ସ୍ବର୍ଣ୍ଣ ବିଜୟିନୀ।
ଏହାଛଡ଼ା ବର୍ତ୍ତମାନ ଅଲିମ୍ପିକ ମନ୍ତ୍ରୀ ଥିବା ସିକୋ ହାସିମୋତୋଙ୍କୁ ଗଣମାଧ୍ୟମ ଅନ୍ୟତମ ଯୋଗ୍ୟ ପ୍ରାର୍ଥୀ ଭାବେ ପ୍ରତିପାଦନ କରିଛି, ଯିଏ କି ଜଣେ ପୂର୍ବତନ ଅଲିମ୍ପିଆନ ମଧ୍ୟ। ଲିଙ୍ଗଗତ ସମାନତାରେ ଜାପାନ ଭଳି ସମୃଦ୍ଧଶାଳୀ ରାଷ୍ଟ୍ର କେତେ ପଛୁଆ ରହିଛି ମୋରିଙ୍କ ମନ୍ତବ୍ୟରୁ ସ୍ପଷ୍ଟ ସୂଚିତ ହେଉଛି। ଓ୍ବାଲର୍‌ଡ୍‌ ଇକୋନୋମିକ୍‌ ଫୋରମ୍‌ର ଲିଙ୍ଗଗତ ସମାନତା ର଼୍ୟାଙ୍କିଙ୍ଗରେ ୧୫୩ଟି ଦେଶ ମଧ୍ୟରେ ଜାପାନ ୧୨୧ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri