ପ୍ରଭାବିତ ହୋଇନି ସାତକୋଶିଆ ପର୍ଯ୍ୟଟନ

ବନ୍ତଳା,୧୩ା୨: ମହାମାରୀ କୋଭିଡ୍‌-୧୯ ପ୍ରଭାବ ଅନୁଗୋଳ ଜିଲା ସାତକୋଶିଆ ପର୍ଯ୍ୟଟନ ଉପରେ ପଡ଼ିନାହିଁ। କଟକଣା ସତ୍ତ୍ୱେ ଗତ ଅକ୍ଟୋବର ମାସରେ ଅଭୟାରଣ୍ୟ ଖୋଲାଯିବା ପରଠାରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାତକୋଶିଆର ଅପରୂପ ପ୍ରାକୃତିକ ଶୋଭା ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଅତିଥି ଧାଇଁ ଆସୁଥିବାରୁ ଏହା ଜିଲାର ପର୍ଯ୍ୟଟନକୁ ସମୃଦ୍ଧ କରିବା ସହ ରାଜକୋଷ ମଧ୍ୟ ବଢ଼ାଉଛି।
ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ସାତକୋଶିଆକୁ ପର୍ଯ୍ୟଟକମାନେ ଆସିଥାଆନ୍ତି। ଗତ ୨୦୧୯ ନଭେମ୍ବରରେ ଏଠାକୁ ୧୪୬୮ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କଠାରୁ ୭୩ ହଜାର ୨୭୫ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ସେହିବର୍ଷ ଡିସେମ୍ବରରେ ଅଭୟାରଣ୍ୟ ବୁଲିଥିବା ୫୯୬୬ ଜଣଙ୍କ ନିକଟରୁ ୨ ଲକ୍ଷ ୧୮ ହଜାର ୨୫ ଟଙ୍କା ରାଜସ୍ବ ମିଳିଥିଲା। ୨୦୨୦ ଜାନୁୟାରୀରେ ଆଗନ୍ତୁକଙ୍କ ସଂଖ୍ୟା ୩୫୭୧ ଥିଲା ଓ ୧ ଲକ୍ଷ ୭୩ ହଜାର ୧୧୦ ଟଙ୍କା ଆଦାୟ ହୋଇଥିଲା। ଫେବୃୟାରୀରେ ୧୧୫୯ ଜଣ ସାତକୋଶିଆରେ ଅତିଥି ହୋଇଥିବାବେଳେ ୫୯ ହଜାର ୯୮୦ ଟଙ୍କା ରାଜକୋଷକୁ ଆସିପାରିଥିଲା। ତେବେ ୨୦୨୦ ମାର୍ଚ୍ଚରେ କରୋନା ଭୟ ଯୋଗୁ ପର୍ଯ୍ୟଟକ ସଂଖ୍ୟା ମାତ୍ର ୭୫୮ ଥିଲା ଓ ୪୭ ହଜାର ୫୮୦ ଟଙ୍କା ଆଦାୟ ହୋଇଥିଲା। ଏହାପରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା। ହେଲେ ୨୦୨୦ ଅକ୍ଟୋବର ୪ରେ କୋଭିଡ୍‌ କଟକଣା ମଧ୍ୟରେ ସରକାର ଏହି ପର୍ଯ୍ୟଟନସ୍ଥଳୀ ଖୋଲିବା ପରଠାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବଢ଼ିବାରେ ଲାଗିଛି। ନଭେମ୍ବର ୨୦୨୦ରେ ୨୩୧୧ ପର୍ଯ୍ୟଟକ ଏଠାକୁ ଆସିଥିବାରୁ ୧ ଲକ୍ଷ ୧୨ ହଜାର ୬୧୫ ଟଙ୍କା ରାଜସ୍ବ ମିଳିଛି। ଡିସେମ୍ବରରେ ୫୭୬୫ ଜଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିବାବେଳେ ୨ ଲକ୍ଷ ୪୩ ହଜାର ୧୩୫ ଟଙ୍କା ରାଜ୍ୟ ସରକାର ଆଦାୟ କରିଛନ୍ତି। ୨୦୨୧ ଜାନୁୟାରୀରେ ଆଗନ୍ତୁକଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଢେର ବଢ଼ିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଅଭୟାରଣ୍ୟକୁ ୮ ହଜାର ୮୮୫ ପର୍ଯ୍ୟଟକ ଆସିଛନ୍ତି। ଫଳରେ ରାଜକୋଷକୁ ୩ ଲକ୍ଷ ୪୮ ହଜାର ୭୨୫ ଟଙ୍କା ମିଳିପାରିଛି।

ଅନୁଭୂତି ଅବର୍ଣ୍ଣନୀୟ
ଅନ୍ୟ ପର୍ଯ୍ୟଟନକ୍ଷେତ୍ର ଅପେକ୍ଷା ସାତକୋଶିଆର ଆକର୍ଷଣ ନିଆରା। ଏଠାକାର ଜଙ୍ଗଲରେ ବୁଲିବା ଓ ମହାନଦୀ ଗଣ୍ଡରେ ବୋଟିଂ ବେଳର ଅନୁଭୂତି ଅବର୍ଣ୍ଣନୀୟ। ଏଠାରେ ଯେପରି ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର ହୋଇ ରହିଛି। ଇକୋ କଟେଜଗୁଡ଼ିକରେ ଆତିଥ୍ୟ ମଧ୍ୟ ଅତ୍ୟନ୍ତ ସୁନ୍ଦର। ସେଥିପାଇଁ ଏତେ ଦୂରରୁ ଆମେ ଏହି ଅଭୟାରଣ୍ୟ ବୁଲିବାକୁ ଆସିଛୁ।
– ସୌରବ ଘୋଷ, କୋଲକାତା

ଶୋଭା ଅନନ୍ୟ
ବହୁତ ସ୍ଥାନ ବୁଲିଛି। କିନ୍ତୁ ସାତକୋଶିଆର ଶୋଭା ଅନନ୍ୟ ହୋଇଥିବାରୁ ଏଠାକୁ ବାରମ୍ବାର ଆସୁଛି। ବିଶେଷକରି ରାତ୍ରିରେ ଟିକରପଡାଠାରୁ ପମ୍ପାସର ଗେଟ୍‌ ପର୍ଯ୍ୟନ୍ତ ଆସିବା ବେଶ୍‌ ରୋମାଞ୍ଚକର। ଭୟ ଥିଲେ ବି ରାସ୍ତା ପାର୍ଶ୍ୱରେ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବା ଦୃଶ୍ୟ ଭାଷାରେ ବର୍ଣ୍ଣନା କରିହେବ ନାହିଁ। ତେବେ ଜଙ୍ଗଲରେ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା କରାଗଲେ ଅଧିକ ପର୍ଯ୍ୟଟକ ଆସନ୍ତେ।
-ଅନିନ୍ଦିତା ବାଲୁଇ, ହାଓ୍ବଡା, କୋଲକାତା

ପର୍ଯ୍ୟଟକଙ୍କ ଖୁସି ଦେଖିଲା ଭଳି
ସାତକୋଶିଆକୁ ପଶ୍ଚିମବଙ୍ଗରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କୁ ସେମାନଙ୍କ ଭାଷାରେ ବୁଝାଇବା ସହ ଅଭୟାରଣ୍ୟର ବିଭିନ୍ନ ସ୍ଥାନ ବୁଲାଯାଉଛି। ଆତିଥ୍ୟ ପ୍ରଦାନରେ ଯେପରି ଅବହେଳା ନ ହୁଏ, ସେଥିପାଇଁ ବିଭିନ୍ନ ନେଚର କ୍ୟାମ୍ପ ଓ ଇକୋ କଟେଜ ପରିଚାଳନା ଅଧିକାରୀ ଏବଂ ବନ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ରଖାଯାଉଛି। ଫେରିବା ବେଳେ ପର୍ଯ୍ୟଟକମାନଙ୍କ ଖୁସି ଦେଖିଲା ଭଳି।
-ସୁନୀଲ କୁମାର ସାହୁ, ଗାଇଡ୍‌, ପୁରୁଣାକୋଟ

ଅଧିକ ୩ଟି ତମ୍ବୁଘର କରାଯାଇଛି
ପୂର୍ବରୁ ଟିକରପଡାରେ ୧୦ଟି ତମ୍ବୁଘର ଥିଲା। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଦେଖି ଅଧିକ ୩ଟି ତମ୍ବୁଘର କରାଯାଇଛି। ମହାନଦୀ ଗଣ୍ଡରେ ବୋଟିଂ ବ୍ୟବସ୍ଥାକୁ ପୂର୍ବାପେକ୍ଷା ଗୁରୁତ୍ୱ ଦେବାକୁ ଉଦ୍ୟମ କରାଯାଉଛି। ପର୍ଯ୍ୟଟକମାନେ ଯେପରି ଗାଡ଼ିରେ ସଫାରି ବୁଲିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କୁ ୪ଟି ଗାଡି ଦେବାକୁ ପ୍ରସ୍ତାବ ଦିଆଯାଇଥିବା ଡିଏଫ୍‌ଓ ପ୍ରକାଶ କରିଛନ୍ତି।
-ରବି ମିନା, ସାତକୋଶିଆ ଡିଏଫଓ


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri