Posted inଜାତୀୟ

ଏମ୍‌ଏସ୍‌ପି, ମଣ୍ଡି ରହିବ

ନୂଆଦିଲ୍ଲୀ,୧୧ା୨(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବୁଧବାର ୭୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଜରିଆରେ ଏହି ପ୍ରସଙ୍ଗର ସମାଧାନ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି। କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଏବଂ ତାକୁ ବିକ୍ରି କରିବା ପାଇଁ ଉଦ୍ଦିଷ୍ଟ ମଣ୍ଡି ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ। କୃଷି ଆଇନ ଇଚ୍ଛାଧୀନ। ଏହା ବାଧ୍ୟତାମୂଳକ ନୁହେଁ ବୋଲି ମୋଦି ଲୋକ ସଭାରେ ସ୍ପଷ୍ଟ କରିଛନ୍ତି। ଫଳରେ ନୂଆ କୃଷି ଆଇନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ଗତ ସେପ୍ଟେମ୍ବରରେ ୩ କୃଷି ଆଇନ ଆଣିଥିଲେ। ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଲକ୍ଷାଧିକ କୃଷକ ଅଡ଼ିବସିଛନ୍ତି। ଅଚଳାବସ୍ଥା ଦୂର କରିବା ପାଇଁ କେନ୍ଦ୍ର ଓ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୧୧ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ସେଥିରୁ କିଛି ନିଷ୍କର୍ଷ ବାହାରିପାରି ନ ଥିଲା। ଫଳରେ କୃଷକମାନେ ଭାରତ ବନ୍ଦ, ଟ୍ରାକ୍ଟର ରାଲି ଓ ଚକା ଜାମ୍‌ ଭଳି ଆନ୍ଦୋଳନାମତ୍କ ପନ୍ଥା ଆପଣାଇ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ପୋଲିସ କୃଷକଙ୍କ ଧାରଣାସ୍ଥଳରେ ଇଣ୍ଟରନେଟ ସେବା ବନ୍ଦ କରି ସମ୍ପୃକ୍ତ ଅଞ୍ଚଳକୁ କଣ୍ଟକିତ ତାରବାଡ଼ରେ ଘେରିଛି, ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ନିନ୍ଦିତ ହେବାକୁ ପଡ଼ିଛି। ବିବାଦୀୟ ଆଇନ ଉଚ୍ଛେଦ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ଓ ଘରକୁ ଫେରିବା ପ୍ରଶ୍ନ ଉଠୁନାହିଁ ବୋଲି କୃଷକ ସଙ୍ଗଠନଗୁଡ଼ିକ ସ୍ପଷ୍ଟ କରିଥିବାବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗ ଉଠାଉଛନ୍ତି। ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବା ଦିନଠାରୁ ବିରୋଧୀ ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର ଦାବି କରି ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ପ୍ରଧାନମନ୍ତ୍ରୀ ବୁଧବାର ଲୋକ ସଭାରେ ବିବୃତି ରଖିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ବେଳେ ମୋଦି କହିଛନ୍ତି, ସରକାର କୃଷକମାନଙ୍କୁ ସମ୍ମାନ କରନ୍ତି ଓ ଭବିଷ୍ୟତରେ ମଧ୍ୟ କରିବେ। ସରକାର ଓ କୃଷି ଆଇନ ବିରୋଧରେ ବିସ୍ତାର ହେଉଥିବା ଗୁଜବକୁ ସେମାନେ ଧ୍ୟାନ ଦିଅନ୍ତୁ ନାହିଁ। ଅଚଳାବସ୍ଥା ଦୂର କରିବା ଲାଗି ଚାଷୀମାନେ ବିନା କୌଣସି ଦ୍ୱିଧାରେ ଆଲୋଚନାକୁ ଆସନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଏହି ଅବସରରେ ମୋଦି ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସରକାର ସେମାନଙ୍କ ଯୁକ୍ତିସଙ୍ଗତ ପ୍ରସ୍ତାବଗୁଡ଼ିକୁ ସର୍ବାଧିକ ସମ୍ମାନ ଦେବେ। ସେମାନଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରିବେ। କୃଷି କ୍ଷେତ୍ରରେ ସଂସ୍କାର ଆଣିବା ସମୟର ଆବଶ୍ୟକତା ହୋଇଥିବାରୁ ଏହି ଆଇନଗୁଡ଼ିକ ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଚାଷୀମାନେ ପୂର୍ବରୁ ପାଉଥିବା ସୁବିଧାଗୁଡ଼ିକୁ ଛଡ଼ାଇ ନିଆଯାଇଛି କି ବୋଲି ମୋଦି ପ୍ରଶ୍ନ କରିଥିଲେ। କହିଥିଲେ, କାହା ଉପରେ କଟକଣା ନାହିଁ। ଏହି ଆଇନଗୁଡ଼ିକ କୃଷକଙ୍କ ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜିବ ନାହିଁ। କୃଷି ଆଇନ ଇଚ୍ଛାଧୀନ, ଏହା ବାଧ୍ୟତାମୂଳକ ନୁହେଁ। ନୂଆ ଆଇନ ପୁରୁଣା ମଣ୍ଡିକୁ ବନ୍ଦ କରିବ ନାହିଁ କି ଏହାଦ୍ୱାରା ଏମ୍‌ଏସ୍‌ପିରେ ଉତ୍ପାଦିତ ସାମଗ୍ରୀ କ୍ରୟ ପ୍ରଭାବିତ ହେବ ନାହିଁ। ଆଇନ ଆସିବା ପରେ ମଣ୍ଡି କିମ୍ବା ଏମ୍‌ଏସ୍‌ପି ବନ୍ଦ ହୋଇନାହିଁ। ଆଗକୁ ମଣ୍ଡି ସଂଖ୍ୟା ବଢ଼ାଇବା ପାଇଁ ବଜେଟରେ ଧାର୍ଯ୍ୟ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଥିଲେ, ଚାଷୀମାନେ ଉକ୍ତ ଆଇନକୁ ‘କଳା ଆଇନ’ ଓ ‘କୃଷକ ବିରୋଧୀ ଆଇନ’ ଆନ୍ଦୋଳନ କରିବାକୁ ଆସିବା ପୂର୍ବରୁ ମଧ୍ୟ ସରକାର ସେମାନଙ୍କ ସହ ଅନେକ ପର୍ଯ୍ୟାୟରେ ଆଲୋଚନା କରିଥିଲେ। ସରକାର ଏବେ ମଧ୍ୟ ଖୋଲା ହୃଦୟରେ ସେମାନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ। ମୋଦି ଭାଷଣ ଦେଉଥିବାବେଳେ ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ କରିଥିଲେ। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୋଦି କହିଥିଲେ, ଏପରି ହୋହଲ୍ଲା ଆପଣଙ୍କୁ ଜନସମର୍ଥନ ହାସଲ କରିବାରେ ସହାୟକ ହେବ ନାହିଁ। କଂଗ୍ରେସ ଗୁଜବ ସୃଷ୍ଟି କରି କୃଷକମାନଙ୍କୁ ଭୁଲ୍‌ ବାଟରେ ପରିଚାଳିତ କରିବା ଅନୁଚିତ ବୋଲି ସେ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri