Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ସମ୍ମାନ ପାଇଁ ଓଡ଼ିଶା ଏଫ୍‌ସି ଖେଳିବ

ଗୋଆ,୧୧।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ପ୍ଲେ- ଅଫ୍‌ ଆଶା ଏକପ୍ରକାର ଶେଷ ହୋଇଛି। ଗୁରୁବାର ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ। ପ୍ଲେ- ଅଫ୍‌ ଦୌଡ଼ରୁ ବାଦ୍‌ ପଡିସାରିଥିବା ଓଡ଼ିଶା ସମ୍ମାନ ପାଇଁ ଖେଳିବ। ଲିଗ୍‌ରେ ଓଡ଼ିଶା ଏ ପର୍ଯ୍ୟନ୍ତ ୧୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ ଡ୍ର ଓ ୯ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ନିମ୍ନତମ ତଥା ୧୧ତମ ସ୍ଥାନରେ ରହିଛି। ସେହିପରି କେରଳ ୧୬ଟି ମ୍ୟାଚ୍‌ ଖେଳି ୩ ବିଜୟ, ୬ ଡ୍ର ଓ ୭ ପରାଜୟ ସହ ୧୫ ପଏଣ୍ଟ ପାଇ ୧୦ମ ସ୍ଥାନରେ ରହିଛି। ଲିଗ୍‌ରେ ଓଡ଼ିଶା କେବଳ କେରଳକୁ ହରାଇଛି। ଏ ପର୍ଯ୍ୟନ୍ତ ଦୁଇ ଦଳ ୩ଥର ପରସ୍ପରକୁ ଭେଟିଛନ୍ତି। ତେବେ କେରଳ କେବେ ବି ଓଡ଼ିଶାକୁ ହରାଇ ପାରିନାହିଁ। ଏହି ମ୍ୟାଚ୍‌ରେ କେରଳ ଓଡ଼ିଶାଠାରୁ ପରାସ୍ତ ହେଲେ ତା’ର ପ୍ଲେ- ଅଫ୍‌ ଆଶା ଶେଷ ହେବ। ଓଡ଼ିଶା ଭଲ ପ୍ରଦର୍ଶନ କରିବ ବୋଲି କୋଚ୍‌ ଗେରାଲ୍ଡ ପେଟୋନ କହିଛନ୍ତି।
ଓଡ଼ିଶା ଭଳି କେରଳ ମଧ୍ୟ ଏଥର ଲିଗ୍‌ରେ ସଂଘର୍ଷ କରୁଛି। ଗତ ୪ଟି ମ୍ୟାଚ୍‌ରେ କେରଳ ବିଜୟୀ ହୋଇପାରିନାହିଁ। ସିଜନରେ କେରଳ ସର୍ବାଧିକ ୨୭ଟି ଗୋଲ ବରଣ କରିଛି। ଓଡ଼ିଶା ମଧ୍ୟ ଏ ପର୍ଯ୍ୟନ୍ତ ୨୭ଟି ଗୋଲ ବରଣ କରିଛି। ଦୁଇ ଦଳର ଡିଫେନ୍ସ ଦୁର୍ବଳ ଥିବା ସ୍ପଷ୍ଟ ଜଣାପଡୁଛି। ଅବଶ୍ୟ ଗତ କେତୋଟି ମ୍ୟାଚ୍‌ରେ କେରଳ ଉତ୍ସାହଜନକ ପ୍ରଦର୍ଶନ କରିଛି। କିନ୍ତୁ ଏହାର ଫାଇଦା ଉଠାଇପାରି ନାହିଁ। ଗତ ଏଟିକେ ମୋହନ ବାଗାନ ଓ ମୁମ୍ବାଇ ସିଟି ଏଫ୍‌ସି ମ୍ୟାଚ୍‌ରେ କେରଳ ପ୍ରାରମ୍ଭିକ ଗୋଲ ସ୍କୋର କରିଥିଲେ ମଧ୍ୟ ପରାସ୍ତ ହୋଇଥିଲା। କେରଳ ଏବେ ପ୍ଲେ- ଅଫ୍‌ରେ ପହଞ୍ଚିବା କଷ୍ଟକର ହୋଇପଡିଛି। ତେବେ କୋଚ୍‌ କିବୁ ଭିକୁନା ଆଶା ଛାଡିନାହାନ୍ତି। ବାକିଥିବା ୪ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ ହାସଲ କରିବା ଆମର ମୂଳ ଲକ୍ଷ୍ୟ ରହିଛି। ତେବେ ପର୍ଯ୍ୟାୟକ୍ରମେ ଏହି ଲକ୍ଷ୍ୟ ହାସଲ କରିବୁ। ଓଡ଼ିଶା ବିପକ୍ଷରେ ବିଜୟୀ ହେବାର ସମ୍ଭାବନା ରହିଛି ଓ ଏଥିରେ ସଫଳ ହେବୁ ବୋଲି ସେ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri