Posted inଖେଳ

ରାହାନେଙ୍କୁ କଟାକ୍ଷ କଲେ ମାଞ୍ଜରେକର୍‌: କୋହଲି କହିଲେ ଏଭଳି…

ଚେନ୍ନାଇ,୧୦।୨: ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ର ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ୨୨୭ ରନ୍‌ରେ ଭାରତ ପରାସ୍ତ ହୋଇଛି। ଏହି ବିଜୟ ସହ ଇଂଲଣ୍ଡ ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଜୟକୁ ନେଇ ଉଲ୍ଲସିତ ଥିଲା ଭାରତୀୟ ଟିମ୍‌। ଏବେ ଏହି ହାର୍‌ ଖୁସିକୁ ଫିକା କରିଛି। ଏପରିକି ଉଭୟ ପାଳିରେ ଇଂଲଣ୍ଡ ବୋଲରଙ୍କ ସମ୍ମୁଖରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଖରାପ ପ୍ରଦର୍ଶନକୁ ନେଇ ସମାଲୋଚନା କରାଯାଉଛି। ଏହି କ୍ରମରେ ଭାରତୀୟ ଟିମ୍‌ର ପୂର୍ବ ବ୍ୟାଟ୍ସମ୍ୟାନ୍‌ ସଞ୍ଜୟ ମାଞ୍ଜରେକର ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ କଟାକ୍ଷ କରିଛନ୍ତି।

ସେ ଟୁଇଟ୍‌ କରି କହିଛନ୍ତି, ବ୍ୟାଟ୍ସମ୍ୟାନ୍‌ ଭାବେ ରାହାନେଙ୍କ ପ୍ରଦର୍ଶନ ଭଲ ନ ଥିଲା। ମେଲବର୍ନରେ ଶତକ ପରେ ସେ ଅପରାଜିତ ୨୭, ୨୨, ୪, ୩୭,୨୪, ୧ ଏବଂ ୦ ରନ୍‌ କରିଛନ୍ତି। ଶତକ ପରେ ଜଣେ ଲୟରେ ଥିବା ଖେଳାଳିଙ୍କଠାରୁ ଭଲ ଖେଳ ଆଶା କରାଯାଇଥାଏ। ଏହାଦ୍ୱାରା ସେମାନେ ଖରାପ ଫର୍ମରେ ଚାଲୁଥିବା ଖେଳାଳିଙ୍କ ଉପରେ ଚାପ କମ୍‌ କରିଥାନ୍ତି। ହେଲେ ରାହାନେ ଏପରି କରିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।

ଗତ ୭ ପାଳିରେ ରାହାନେ ହାରାହାରି ୧୯ ଅନୁପାତରେ ୧୧୫ରନ୍‌ କରିଛନ୍ତି। ବ୍ୟାଟ୍ସମ୍ୟାନ୍‌ ଭାବେ ଏହାକୁ କୌଣସି ସ୍ଥିତିରେ ଭଲ କୁହାଯାଇପାରିବ ନାହିଁ। ହେଲେ ଅଧିନାୟକ ବିରାଟ କୋହଲି ରାହାନେଙ୍କ ସପକ୍ଷରେ ବାହାରିଛନ୍ତି। ଅଜିଙ୍କ୍ୟ ଏବଂ ପୂଜାରା ଦଳର ମହତ୍ୱପୂର୍ଣ୍ଣ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌। ତାଙ୍କ ଖେଳ ଉପରେ ଦଳକୁ ବିଶ୍ୱାସ ରହିଛି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri