Posted inଖେଳ

ଆଉ ଗୋଟିଏ ପରାଜୟ ହେଲେ ବିଦା ହେବ ଭାରତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରିଟି ଟେଷ୍ଟ ମ୍ୟାଚ ସିରିଜ୍‌ ଏବେ ଚାଲିଛି। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ମଧ୍ୟ ଏହି ସିରିଜରୁ ସ୍ଥିର ହେବ। ନ୍ୟୁଜିଲାଣ୍ଡ ଟାଇଟଲ ମୁକାବିଲାକୁ ନିଶ୍ଚିତ କରିସାରିଛି। ଏବେ ଭାରତ-ଇଂଲଣ୍ଡ ସିରିଜରୁ ଜଣାପଡିବ ଫାଇନାଲରେ ଦ୍ୱିତୀୟ ଦଳ କିଏ ଖେଳିବ? ଚେନ୍ନାଇ ଟେଷ୍ଟରେ ଭାରତର ପରାଜୟ ପରେ ଏହି ଦୌଡ଼ ଅଧିକ ରୋଚକ ହୋଇଛି। ଭାରତ ଏବଂ ଇଂଲଣ୍ଡ ସିରିଜର ଫଳାଫଳ ଏହି ଦୁଇ ଦଳ ବ୍ୟତୀତ ଅଷ୍ଟ୍ରେଲିଆର ଭାଗ୍ୟ ସ୍ଥିର କରିବ।
ଭାରତ ପ୍ରଥମ ଟେଷ୍ଟ ହାରିଛି, ତଥାପି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ (ଡବ୍ଲୁଟିସି ଫାଇନାଲ) ପାଇଁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଛି। ଯଦି ଟିମ ଇଣ୍ଡିଆ ସିରିଜକୁ ୨-୧ କିମ୍ବା ୩-୧ରେ ଜିତେ ତେବେ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଅର୍ଥାତ୍‌ ଯଦି ଟିମ ଇଣ୍ଡିଆ ଟେଷ୍ଟ ସିରିଜରେ ଗୋଟିଏ ମ୍ୟାଚ ହାରିଯାଏ, ତେବେ ଫାଇନାଲ ଟିକେଟ ପାଇବ ନାହିଁ। ଯଦି ଏହି ଟେଷ୍ଟ ସିରିଜ ୧-୧, ୨-୨ରୁ ଅଙ୍କିତ ହୁଏ ତେବେ ଉଭୟ ଇଂଲଣ୍ଡ ଏବଂ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ଖେଳିବାକୁ ସମର୍ଥ ହେବେ ନାହିଁ ଏବଂ ଅଷ୍ଟ୍ରେଲିଆ ଯୋଗ୍ୟତା ଅର୍ଜନ କରିବ। ଯଦି ଇଂଲଣ୍ଡ ଏହି ସିରିଜ ୧-୦,୨-୦ କିମ୍ବା ୨-୧ ଜିତେ ତେବେ କେବଳ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିବ। ଟେଷ୍ଟ ଚାମ୍ପିୟନଶପ୍‌ର ଫାଇନାଲରେ ପହଞ୍ଚିବା ପାଇଁ ଇଂଲଣ୍ଡ ୩-୦, ୩-୧ କିମ୍ବା ୪-୦ରେ ଜିତିବାକୁ ପଡିବ। ଏଥିରୁ ସ୍ପଷ୍ଟ ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ଦୌଡ଼ ଭାରତ ପାଇଁ କଷ୍ଟସାଧ୍ୟ ହୋଇପଡିଛି, ଯଦିଓ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଫାଇନାଲ ଉପରେ ତାଙ୍କର ଧ୍ୟାନ ନାହିଁ। ଚେନ୍ନାଇରେ ଟେଷ୍ଟ ହାରିଯିବା ପରେ ବିରାଟ କୋହଲି କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି ପରବର୍ତ୍ତୀ ମ୍ୟାଚ ଜିତିବା। ତେବେ ଚେନ୍ନାଇ ଟେଷ୍ଟର ଫଳାଫଳ ପରେ ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଥିବାବେଳେ ଭାରତ ସିଧାସଳଖ ଚତୁର୍ଥ ସ୍ଥାନକୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri