ପୋତାଗଲା ବିପୁଳ ସସ୍‌, ଆଚାର

କଟକ ଅଫିସ ,୮।୨: କଟକ ଜଗତ୍‌ପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରଖାନାର ପର୍ଦ୍ଦଫାଶ ହୋଇଆସୁଛି। ସସ୍‌, ଆଚାରଠୁ ଆରମ୍ଭ କରି ଭିନେଗାର, ଘିଅ, ତେଲ, ମସଲାଗୁଣ୍ଡ ଆଦି ବହୁ ଭେଜାଲ ସାମଗ୍ରୀ ପୂରପଲ୍ଲୀରେ ବ୍ୟାପକ ଭାବେ ବିକ୍ରି କରାଯାଉଛି। ଲୋକେ ସାମାନ୍ୟ ଶସ୍ତା ପାଇଁ ଏଭଳି ସାମଗ୍ରୀ ଆପଣାଉଛନ୍ତି। ପୋଲିସ, ଫୁଡ୍‌ ଇନ୍ସପେକ୍ଟରମାନେ ଜାଣିଶୁଣି ନୀରବ ରହୁଥିବାରୁ ଏହି କାରବାର ରାଜ୍ୟରେ କାୟା ମେଲିଛି। କିନ୍ତୁ ସଚେତନ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟି ରଖି ଏବେ ଗତ କିଛିମାସ ହେଲା ଜୋରଦାର ଧରପଗଡ଼ ହେଉଛି।

ଏହି କ୍ରମରେ ଗତ ନଭେମ୍ବର ୩୦ରେ ଜଗତ୍‌ପୁର ଶିଳ୍ପାଞ୍ଚଳସ୍ଥିତ ସୁବାସ କମ୍ପାନୀରୁ ଜବତ ବିପୁଳ ଅପମିଶ୍ରିତ ସାମଗ୍ରୀକୁ ପୋଲିସ ରବିବାର ନଷ୍ଟ କରିଛି। ନଷ୍ଟ ସାମଗ୍ରୀର ମୂଲ୍ୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ଏହି ସାମଗ୍ରୀ ଖାଦ୍ୟ ଉପଯୋଗୀ ହୋଇ ନ ଥିବା ଜଣାପଡିଥିଲା ବୋଲି କଟକ ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଥାନାଧିକାରୀ ରବୀନ୍ଦ୍ର ନାଥ ମେହେର କହିଛନ୍ତି, ନମୁନା ରିପୋର୍ଟ ମିଳିବା ପରେ ଏହି ସାମଗ୍ରୀ ମଣିଷର ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଜଣାପଡିଥିଲା। ଏହାକୁ ଖାଇଲେ ମଣିଷ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। କମ୍ପାନୀରୁ ଜବତ ହୋଇଥିବା ୧୧,୦୦୦ରୁ ଊର୍ଦ୍ଧ୍ୱ ବୋତଲର ସସ୍‌, ଆଚାର, ଭିନେଗାର ଏବଂ ୨୫୦୦ରୁ ଊର୍ଦ୍ଧ୍ୱ ଘିଅ ଡବାକୁ ଏକ ପଡିଆରେ ରଖାଯାଇ ଜେସିବି ସହାୟତାରେ ନଷ୍ଟ କରାଯାଇଥିଲା। ପରେ ତାହାକୁ ଶିଳ୍ପାଞ୍ଚଳ ପରିସରରେ ଗାତ ଖୋଳି ସିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ପୋତାଯାଇଥିଲା।

ସୂଚନାଯୋଗ୍ୟ, ଜଗତ୍‌ପୁର ଥାନା ଅଞ୍ଚଳରେ ଏହି କମ୍ପାନୀରେ ଅପମିଶ୍ରିତ ଆଚାର, ଘିଅ, ସସ୍‌ ତିଆରି କରାଯାଇ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ପଠାଯାଉଥିଲା। ଖବରପାଇ ୨୦୨୦ ନଭେମ୍ବର ୩୦ ତାରିଖରେ ପୋଲିସ ଉକ୍ତ କମ୍ପାନୀରେ ଚଢାଉ କରି ଅପମିଶ୍ରିତ ଆଚାର, ଘିଅ, ସସ୍‌କୁ ଜବତ କରିଥିଲା। ଏହାର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ଏହି ଘଟଣାରେ ପୋଲିସ କମ୍ପାନୀ ମାଲିକ ସୁବାସ ମଲ୍ଲିକ, ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri