Posted inଜାତୀୟ

ହଜିଛି ନିଯୁକ୍ତି ଚାବି:ଆଶାୟୀଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିଛି ବଜେଟ

ନୂଆଦିଲ୍ଲୀ,୫ା୨କୋଭିଡ୍‌-୧୯ ଭୂତାଣୁର ମୁକାବିଲା ପାଇଁ ଗତ ମାର୍ଚ୍ଚ ମାସରୁ ଲଗାତର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଭଳି କଠୋର ପଦକ୍ଷେପ ନିଆଯାଇଥିଲା। ଏହି ତାଲାବନ୍ଦୀ ଯୋଗୁ ଦୋକାନ ବଜାର କଳକାରଖାନା ଆଦି ବନ୍ଦ ହୋଇଯିବା ପରେ କୋଟି କୋଟି ଲୋକ ଜୀବିକା ହରାଇ ବେକାର ହୋଇଗଲେ। ଆଶା କରାଯାଉଥିଲା କେନ୍ଦ୍ର ସରକାର ଏଥର ବଜେଟରେ ଜୀବିକା ଓ ନିଯୁକ୍ତି ଆଶାୟୀଙ୍କ ପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା କରିବେ। ହେଲେ ଆଶାରେ ହିଁ ରହିଗଲା ସେମାନଙ୍କ ଆଶା। କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ବା ସରକାରୀ ସ୍ତରରେ ନୂଆ ନିଯୁକ୍ତି ପ୍ରଦାନ ନେଇ କୌଣସି ଆଖିଦୃଶିଆ ଘୋଷଣା କରାଯାଇନାହିଁ ଫେବୃୟାରୀ ୧ରେ ଉପସ୍ଥାପିତ ୩୪.୮୩ ଲକ୍ଷ କୋଟି ଟଙ୍କିଆ ବଜେଟରେ। ଫଳରେ ସେମାନଙ୍କ ନିଯୁକ୍ତି ଚାବିକୁ କେନ୍ଦ୍ର ସରକାର କେଉଁଠି ହଜାଇ ଦେଇଛନ୍ତି ବୋଲି ବେକାରମାନେ ଏବେ ଧୈର୍ଯ୍ୟହରା।

୨୦୨୧-୨୨ ଆର୍ଥିକ ବର୍ଷର ବଜେଟରେ ଭାରତର ବେରୋଜଗାର ସଙ୍କଟ ଦୂର ଲାଗି ବିଶେଷ କିଛି ବ୍ୟବସ୍ଥା କରାଯାଇ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗ୍ରାମାଞ୍ଚଳରେ ନିଯୁକ୍ତି କାର୍ଯ୍ୟକ୍ରମ ପାଇଁ ଆବଣ୍ଟିତ ଅର୍ଥ ପୂର୍ବବର୍ଷର ସଂଶୋଧିତ ଆକଳନଠାରୁ ୩୫% କମ୍‌। ୨୦୨୦-୨୧ କେନ୍ଦ୍ରୀୟ ବଜେଟରେ ୪.୧୨ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ୨୦୨୧-୨୨ ବଜେଟରେ ଏଥିରେ ୩୪% ବୃଦ୍ଧି କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି, ଯାହାକି କରୋନା ମହାମାରୀଜନିତ ଲକ୍‌ଡାଉନ୍‌ ଯୋଗୁ ସୃଷ୍ଟି ହୋଇଥିବା ବେକାର ସଙ୍କଟର ସମାଧାନ ଦିଗରେ ସହାୟକ ହୋଇପାରିବ ନାହିଁ ବୋଲି ବିଶ୍ଳେଷଣରୁ ସ୍ପଷ୍ଟ ହୋଇଛି। ବଡ଼ ଭିତ୍ତିଭୂମି ପ୍ରକଳ୍ପ ଏକ ଉଚିତ ପଦକ୍ଷେପ ହୋଇଥିଲେ ହେଁ ଏଗୁଡ଼ିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି। ସେମାନଙ୍କ ମତରେ ଏହି ବଜେଟରେ କେବଳ ୨୦୧୯ ଓ ୨୦୨୦ରେ ପାର୍ଲାମେଣ୍ଟରେ ସାମାଜିକ ସୁରକ୍ଷା ଏବଂ ସାର୍ବଜନୀନ ସର୍ବନିମ୍ନ ମଜୁରି ଉପରେ ଗୃହୀତ ଲେବର କୋଡ୍‌ର ନିୟମଗୁଡ଼ିକୁ ଦୋହରାଯାଇଛି।
ଚଳିତ ବଜେଟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଅର୍ଥକୁ ହ୍ରାସ କରିଦିଆଯାଇଛି। ଭାରତର ଗାଁଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ତଥା ଲକ୍‌ଡାଉନ୍‌ ଯୋଗୁ ସହରରେ ଜୀବିକା ହରାଇ ଘରକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନରେଖା କୁହାଯାଉଥିବା ଏହି ଯୋଜନାକୁ ଧକ୍କା ଲାଗିଛି। ଏପରି କି ସହରାଞ୍ଚଳରେ ନିଯୁକ୍ତି ସୃଷ୍ଟି ପାଇଁ ମଧ୍ୟ କୌଣସି ନୂଆ ପଦକ୍ଷେପ ନିଆଯାଇ ନାହିଁ, ଯାହାକୁ ମହାମାରୀ ପରବର୍ତ୍ତୀ ଆର୍ଥିକ ଅନଟନ ସମୟରେ ଅତି ଜରୁରୀ ବୋଲି କୁହାଯାଉଥିଲା। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟକୁ ୧୩,୩୦୬.୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ପରିମାଣ ୨୦୨୦-୨୧ ବଜେଟର ସଂଶୋଧିତ ଆକଳନଠାରୁ ୪୧୩ କୋଟି ଟଙ୍କା କମ୍‌। ଏହାସହ ଶ୍ରମିକମାନଙ୍କ ପାଇଁ ପ୍ରଚଳିତ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ଆବଣ୍ଟନ ଅର୍ଥକୁ ୩.୪% ଅର୍ଥାତ୍‌ ୧୧,୧୦୪ କୋଟି ଟଙ୍କାକୁ ଖସାଇ ଦିଆଯାଇଛି।
ଲକ୍‌ଡାଉନ୍‌ର ୪ ମାସ ପୂର୍ବରୁ ଅର୍ଥାତ୍‌ ୨୦୧୯ ଡିସେମ୍ବରରେ ଭାରତର ଶ୍ରମଶକ୍ତିର ପ୍ରାୟ ୪୮% ଥିଲା ଆମତ୍ନିଯୁକ୍ତି। ୨୦୨୦ ଅଗଷ୍ଟ ବେଳକୁ ଏହି ହାର ୬୪%କୁ ବୃଦ୍ଧି ପାଇଥିଲା। କର୍ମନିଯୁକ୍ତି ହ୍ରାସ ପାଉଥିବା ବିଷୟ ଏଥିରୁ ସ୍ପଷ୍ଟ ହେଉଛି ବୋଲି ୨୦୨୧ ଜାନୁୟାରୀରେ କେତେକ ରେଟିଂ ସଂସ୍ଥା ସୂଚାଇଥିଲେ। ତେଣୁ ଫେବୃୟାରୀ ୧ରେ ଅଣାଯାଇଥିବା ବଜେଟରେ ଗ୍ରାମ୍ୟ ଓ ସହରୀ ଭାରତର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବଜେଟରେ ଏହି କ୍ଷେତ୍ରଗୁଡ଼ିକୁ ଆବଣ୍ଟିତ ଅର୍ଥ ନିଯୁକ୍ତି ଆଶାୟୀଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିଛି।

ଏମ୍‌ଏସ୍‌ଏମ୍‌ଇ ଅର୍ଥ ପର୍ଯ୍ୟାପ୍ତ ନୁହେଁ
ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ର ଦେଶର ପ୍ରାୟ ୪୦% ଋତୁକାଳୀନ ଓ ଠିକା ଶ୍ରମିକଙ୍କୁ ନିଯୁକ୍ତି ଦେଇଥାଏ। ଲକ୍‌ଡାଉନ୍‌ ଯୋଗୁ ଅନେକ ଛୋଟ ୟୁନିଟ୍‌ ଦେବାଳିଆ ହୋଇଯାଇଥିବାବେଳେ ଏହି ସେକ୍ଟରକୁ ମଧ୍ୟ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ଦିଆଯାଇ ନ ଥିବା ବିଶେଷଜ୍ଞମାନେ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପାଇଁ ପୂର୍ବ ଆର୍ଥିକ ବର୍ଷ (୭,୫୭୨ କୋଟି) ତୁଳନାରେ ପ୍ରାୟ ଦୁଇଗୁଣ (୧୫,୭୦୦ କୋଟି) ଅର୍ଥ ଆବଣ୍ଟନ କରାଯାଇଛି। ତେବେ ଏହି ଅର୍ଥର ୬୪% ଗ୍ୟାରେଣ୍ଟି ଏମର୍ଜେନ୍ସି କ୍ରେଡିଟ୍‌ ଲାଇନ୍‌ ସୁବିଧା ପାଇଁ ଉଦ୍ଦିଷ୍ଟ। ଏମ୍‌ଏସ୍‌ଏମ୍‌ଇକୁ ନଗଦ ସୁବିଧା ଓ ଋଣ ଗ୍ୟାରେଣ୍ଟି ଭାବେ ଅଧିକ ସହାୟତା ଦିଆଯାଇଛି। ତେବେ ଏହି କ୍ଷେତ୍ରର ଅଧିକାଂଶ କମ୍ପାନୀ ଅସଙ୍ଗଠିତ ଓ ଅଣପଞ୍ଜୀକୃତ ହୋଇଥିବାରୁ ଉପରୋକ୍ତ ସୁବିଧା ପାଇପାରୁ ନାହାନ୍ତି।

ସହରାଞ୍ଚଳ ପାଇଁ ସୁଯୋଗ ନାହିଁ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଧାରାରେ ଓଡ଼ିଶା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଓ କେରଳ ଭଳି କେତେକ ରାଜ୍ୟରେ ସହରାଞ୍ଚଳ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ କରୋନା କାଳରେ ସେଗୁଡ଼ିକର ଅବସ୍ଥା ଖରାପ ହୋଇଯାଇଛି। କୃଷି ଉପରେ ଲୋକଙ୍କ ନିର୍ଭରଶୀଳତା ବୃଦ୍ଧି ପାଇବା ସହରାଞ୍ଚଳରେ ଅଣକୃଷି ନିଯୁକ୍ତିର ସୀମିତ ପରିସରକୁ ଦର୍ଶାଉଥିବା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମିର ୨୦୨୧ ଜାନୁୟାରୀ ବିଶ୍ଳେଷଣରୁ ଜଣାପଡ଼ିଛି।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌: ଆକଳନଠୁ କମ୍‌

ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ବାର୍ଷିକ ୧୦୦ ଦିନର କାମ ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଅଧୀନରେ ଦେଶର ୧୩୩ ନିୟୁତ ସକ୍ରିୟ ଶ୍ରମିକ ଆସୁଛନ୍ତି। ଲକ୍‌ଡାଉନ୍‌ ବେଳେ ଜୀବିକା ହରାଇ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ଏହି ଯୋଜନାରେ ଆବେଦନ କରିଥିଲେ। କିନ୍ତୁ କାମ ଖୋଜୁଥିବା ୯.୭ ନିୟୁତ ପରିବାରକୁ ନିରାଶ ହେବାକୁ ପଡ଼ିଛି। ୨୦୨୦ ଜୁନ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ୨୦୨୦-୨୧ ପାଇଁ ୬୧,୫୦୦ କୋଟି ଟଙ୍କା ଓ ମହାମାରୀଜନିତ ନିଯୁକ୍ତି ସଙ୍କଟ ଦୂର କରିବା ଲାଗି ଅତିରିକ୍ତ ୪୦,୦୦୦ କୋଟି ଟଙ୍କା ଦେବାକୁ ଯୋଜନା ହୋଇଥିଲା। ୨୦୨୧-୨୨ ପାଇଁ ୭୩,୦୦୦ କୋଟି ଟଙ୍କାର ବର୍ଦ୍ଧିତ ଆବଣ୍ଟନ କରାଯାଇଥିଲେ ସୁଦ୍ଧା ଉପଲବ୍ଧ କରାଯାଇଥିବା ରାଶି ସଂଶୋଧିତ ଆକଳନର ୩୫%ରୁ କମ୍‌। କୋଭିଡ୍‌ ସଙ୍କଟ ସରି ନ ଥିବାରୁ ଶ୍ରମ ବଜାରଗୁଡ଼ିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଦେଶରେ ଆର୍ଥିକ ଅସମାନତା ବଢ଼ିବାରେ ଲାଗିଥିବାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଅଧିକ ଦୃଷ୍ଟି ଦେବା ଜରୁରୀ ଥିଲା ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି।

ମାସକରେ ୧୨ କୋଟି ବେକାର

ମହାମାରୀ କରୋନା କୋଟି କୋଟି ଭାରତୀୟଙ୍କ ଚାକିରି ଛଡ଼ାଇନେଇଛି। ବର୍ତ୍ତମାନ ଭୂତାଣୁ ସଂକ୍ରମଣ କମିଥିଲେ ବି ବହୁ ସଂଖ୍ୟକ ଲୋକ ବିନା ଦରମା ବା ଅଧା ଦରମାରେ ମଧ୍ୟ କାମ କରିବାକୁ ବାଧ୍ୟ ହେଉଛନ୍ତି। ଘରୋଇ କ୍ଷେତ୍ରର ଥିଙ୍କଟ୍ୟାଙ୍କ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ଅନୁସାରେ କେବଳ ୨୦୨୦ ଏପ୍ରିଲରେ ୧୨.୨ କୋଟି ଭାରତୀୟ ନିଯୁକ୍ତି ହରାଇଥିଲେ। ଅନ୍ୟପକ୍ଷେ ଅସଙ୍ଗଠିତ କ୍ଷେତ୍ରର କେତେ ଲୋକ ଜୀବନ ବା ଜୀବିକା ହରାଇଛନ୍ତି ସେନେଇ କୌଣସି ତଥ୍ୟ ନ ଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ(ସେପ୍ଟେମ୍ବର ୧୪)ରେ ସ୍ବୀକାର କରିଥିଲେ କେନ୍ଦ୍ର ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri