ଯାଜପୁର ଅଫିସ,୩ା୨: ରାଜ୍ୟ ସରକାର ୫-ଟି କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଅନୁଯାୟୀ ସବୁ କ୍ଷେତ୍ରରେ ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ)କୁ ଏହି ଆଇନରେ ସର୍ବାଧିକ ଅଗ୍ରାଧିକାର ଦିଆଯାଇଛି। ଫଳରେ ଦୁର୍ନୀତି ଏବଂ ଅନିୟମିତତାକୁ ନିୟନ୍ତ୍ରଣ କରିହେବ ବୋଲି ଆଶା କରାଯାଇଛି। ସେଥିପାଇଁ ରାଜ୍ୟର ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପକୁ କମ୍ପ୍ୟୁଟରାଇଜେଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫-ଟି କାର୍ଯ୍ୟକାରୀ ହେବାର ଇତିମଧ୍ୟରେ ଦେଢ଼ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ହେଲେ ସେବା ସମବାୟ ସମିତି ଏହାକୁ ଗୁରୁତ୍ୱ ଦେଉ ନ ଥିବା ଭଳି ମନେହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୨୭୦୭ ପ୍ୟାକ୍ସ, ଲ୍ୟାମ୍ପ୍ସ ମଧ୍ୟରୁ ୧ା୨ା୨୦୨୧ ତାରିଖ ସୁଦ୍ଧା ମାତ୍ର ୮୩୨ଟି କମ୍ପ୍ୟୁଟରାଇଜେଶନ ହୋଇଛି। ସେଥିମଧ୍ୟରୁ ମାତ୍ର ୧୯୪ ପ୍ୟାକ୍ସ/ଲ୍ୟାମ୍ପ୍ସରେ ଅନ୍ଲାଇନ ସୁବିଧା କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏଥିପାଇଁ ରାଜ୍ୟ ସେବା ସମବାୟ ସମିତି ସମୂହର ନିବନ୍ଧକ (ଆରସିଏସ୍) ଉଦ୍ବେଗ ପ୍ରକାଶ କରିଛନ୍ତି। ୨ା୨ା୨୦୨୧ରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ମଣ୍ଡଳ (ଏଆରସିଏସ୍), ଡିଆରସିଏସ୍ ଓ ସିିସିବିର ଅଧିକାରୀମାନଙ୍କୁ ଜବାବ ତଲବ କରିଛନ୍ତି। ସରକାରୀ କାର୍ଯ୍ୟରେ ଅବହେଳା ଏବଂ ୫-ଟି ଆଇନକୁ ସାଂଘାତିକ ଭାବେ ପରିହାର କରିଥିବାରୁ ୩ ଦିନ ମଧ୍ୟରେ ଜବାବ ରଖିବାକୁ ଆରସିଏସ୍ ନିର୍ଦ୍ଦେଶ ଜାରି କରିଛନ୍ତି।
କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଥିବା ପ୍ୟାକ୍ସଗୁଡିକରେ ବେନିୟମ କାର୍ଯ୍ୟ ଏବଂ କୃଷି ବୀମା ଟଙ୍କା ଓ ଋଣ ଲଗାଣ ଆଦିରେ ବ୍ୟାପକ ହେରଫେର ଚାଲିଛି। ଏହି ଦୁର୍ନୀତିରେ ପ୍ରଭାବିତ ଚାଷୀକୁଳ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ ହେଁ ତଦନ୍ତ ନିର୍ଦ୍ଦେଶରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ଫଳରେ ଦୁର୍ନୀତିର ବାସ୍ତବ ଚିତ୍ର ଲୋକଲୋଚନକୁ ଆସି ନ ପାରି ଦୁର୍ନୀତିଗ୍ରସ୍ତ ଅଧିକାରୀ ମୁକୁଳି ଯାଉଛନ୍ତି। ଚାଷୀଙ୍କ ଜମି ପଟ୍ଟାରେ ଭାଗଚାଷୀଙ୍କ ନାମରେ ମିଥ୍ୟା ଚିଠା ପ୍ରସ୍ତୁତ କରି ମଣ୍ଡିରେ ଧାନ ବିକ୍ରି ଚାଲିଛି। ସେହି ଟଙ୍କା ଓ ବୀମା ବାବଦକୁ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଉଛି। ଯାଜପୁର ଜିଲାର ମାର୍କଣ୍ଡପୁର, ମହିଶରା, ବନ୍ଦାଳ, ବ୍ରହ୍ମବରଦା, ରକ୍ଷିଦେଇପୁର ଆଦି ସେବା ସମିତିରେ ହୋଇଥିବା ଅଭିଯୋଗ ଉପରେ ଅତିରିକ୍ତ ନିବନ୍ଧକ ତଦନ୍ତ କରିବାକୁ କଟକ ଉପନିବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶରେ ସୀମିତ ରହିଛି। ଜଗୁଆଳି କାମ କରୁଥିବା ପରିବାରର ଲୋକଙ୍କୁ ଚାଷୀ ସଜାଇ ଧାନ ସଂଗ୍ରହ, ପ୍ରକୃତ ଚାଷୀଙ୍କୁ ଋଣ ପ୍ରଦାନରେ ଚଞ୍ଚକତା, ଜାଲ ପଟ୍ଟା ପ୍ରସ୍ତୁତ କରି ଋଣ ହଡ଼ପ, ସାର ବଣ୍ଟନରେ ଅନିୟମିତତା ଆଦି ଅଭିଯୋଗ ହୋଇଆସୁଛି। ସାରା ଜିଲାରେ ସମିତିର କେତେଜଣ ବଡ଼ ଅଧିକାରୀଙ୍କ ନିର୍ଦ୍ଦେଶରେ ଏଭଳି ଏକ ଦୁର୍ନୀତିଗ୍ରସ୍ତ ର଼୍ୟାକେଟ କାମ କରୁଛି। ସେଥିପାଇଁ ଉପଯୁକ୍ତ ତଦନ୍ତ ହୋଇ ନ ପାରି ଦିନକୁ ଦିନ ଦୁର୍ନୀତିର ଲମ୍ବା ତାଲିକା ବଢିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାକୁ ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ୍ସଗୁଡିକ ୫-ଟି ଆଇନ ଲାଗୁ ସହିତ କମ୍ପ୍ୟୁଟରାଇଜେଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ବିଭାଗୀୟ ଅଧିକାରୀ ଜାଣିଶୁଣି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।
କମ୍ପ୍ୟୁଟରାଇଜେଶନ ସଫଳତା ହାର ଦେଖିଲେ ସୁନ୍ଦରଗଡ଼, ନୀଳଗିରି, ନବରଙ୍ଗପୁର, ମାଲକାନଗିରି, ଗୁଣୁପୁର, ଚମ୍ପୁଆ ଓ ବାଲିଗୁଡା ମଣ୍ଡଳରେ ଖାତା ଖୋଲାଯାଇ ନାହିଁ। ଯାଜପୁର ୪%, ଆନନ୍ଦପୁର ୬%, ଭଦ୍ରକ ୭%, କୋରାପୁଟ ୮%, ଜଗତ୍ସିଂହପୁର ୮%, କଟକ ମଣ୍ଡଳ ୮% ସଫଳତା ପାଇଛି। ହେଲେ ବାଙ୍କି, ବୀରମହାରାଜପୁର, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, କୁଚିଣ୍ଡା ଓ ସମ୍ବଲପୁର ମଣ୍ଡଳ ଶତପ୍ରତିଶତ ସଫଳତା ପାଇଛନ୍ତି। ଏହାବାଦ୍ ପାଟଣାଗଡ଼, ଟିଟିଲାଗଡ଼, ଧର୍ମଗଡ଼ ଓ ରେଢାଖୋଲରେ ୯୦%ରୁ ଅଧିକ ପ୍ୟାକ୍ସ, ଲ୍ୟାମ୍ପ୍ସରେ କମ୍ପ୍ୟୁଟରାଇଜେଶନ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ ଶରତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ୍ସକୁ କମ୍ପ୍ୟୁଟରାଇଜେଶନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି।
Posted inଆମ ଜିଲା ଖବର, ଯାଜପୁର View All
ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…
ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...
ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ
ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...
ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…
କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...
‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…
ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...
Archives


