ଚାଲାଣ ବେଳେ ୨୪ ଶ୍ରମିକ ଉଦ୍ଧାର

ଢେଙ୍କାନାଳ ଅଫିସ, ୩।୨: ବେଆଇନ ଭାବେ ତାମିଲନାଡୁ ଚାଲାଣ କରାଯାଉଥିବା ୨୪ ଶ୍ରମିକଙ୍କୁ ଢେଙ୍କାନାଳ ଜିଲା ଶ୍ରମ ବିଭାଗ ପୋଲିସ ସହାୟତାରେ ମଙ୍ଗଳବାର ଉଦ୍ଧାର କରିଛି। ଶ୍ରମିକ ଚାଲାଣରେ ମଧ୍ୟସ୍ଥ ସାଜିଥିବା ବ୍ୟକ୍ତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟପଟେ ଶ୍ରମିକଙ୍କୁ ନେବାକୁ ତାମିଲନାଡୁରୁ ଆସୁଥିବା ବସ୍‌ ଖାଲି ଫେରିଛି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
କଙ୍କଡ଼ାହାଡ଼, କାମାକ୍ଷାନଗର, ଭୁବନ, କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ସମ୍ପୃକ୍ତ ଶ୍ରମିକମାନେ ତାମିଲନାଡୁର ଏକ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀରେ କାମ କରୁଥିଲେ। କରୋନା ଲକ୍‌ଡାଉନ୍‌ ପରେ କମ୍ପାନୀ ବନ୍ଦ ହୋଇଯିବାରୁ ସେମାନେ ଘରକୁ ବାହୁଡ଼ି ଆସିଥିଲେ। ସ୍ଥିତି ସୁଧୁରିବା ପରେ ଉକ୍ତ କମ୍ପାନୀ ଶ୍ରମିକଙ୍କୁ ଫେରାଇ ନେବା ଲାଗି ତାମିଲନାଡୁରୁ ଏକ ବସ୍‌ ପଠାଇଥିଲା। ଶ୍ରମିକଙ୍କୁ ତାମିଲନାଡୁ ପହଞ୍ଚାଇବାରେ ମଧ୍ୟସ୍ଥ ସାଜିଥିଲେ ତେଲକୋଇ ଅଞ୍ଚଳର ସୁଶାନ୍ତ ପାତ୍ର। କୌଣସି ସୂତ୍ରରୁ ସୂଚନା ପାଇ ଢେଙ୍କାନାଳ ସହର ଉପକଣ୍ଠ ୫୫ନଂ. ଜାତୀୟ ରାଜପଥର କାମାକ୍ଷାନଗର ରୋଡ ଛକଠାରେ ଅପରାହ୍ନ ସାଢ଼େ ୨ଟାରେ ଜିଲା ଶ୍ରମ ବିଭାଗ କର୍ମଚାରୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। କୌଣସି କାଗଜପତ୍ର ନ ଥାଇ ସମ୍ପୃକ୍ତ ଶ୍ରମିକଙ୍କୁ ବେଆଇନ ଭାବେ ନିଆଯାଉଥିଲା। ସେମାନଙ୍କୁ ଉଦ୍ଧାର କରି ହାଟରୋଡ୍‌ସ୍ଥିତ ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରାଯାଇଥିଲା। ସମସ୍ତଙ୍କୁ ଗାଡ଼ିରେ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ସୁଶାନ୍ତଙ୍କୁ ଶ୍ରମ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଏ ସଂକ୍ରାନ୍ତରେ ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କୁହନ୍ତି, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଶ୍ରମିକଙ୍କୁ ନେଉଥିବା ବସ୍‌ ଅଟକାଇ ଶ୍ରମ ବିଭାଗ ଜିମା ଦିଆଯାଇଥିଲା। ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ କୁହନ୍ତି, ତାମିଲନାଡୁର ଏକ କମ୍ପାନୀରେ କାର୍ଯ୍ୟରତ ସମ୍ପୃକ୍ତ ଶ୍ରମିକମାନେ ଲକ୍‌ଡାଉନ୍‌ରେ ଘରକୁ ଫେରି ଆସିଥିଲେ। ବିନା କାଗଜପତ୍ର ଏବଂ ମାଲିକଙ୍କ ଲେଖା ନ ଥାଇ ସେମାନଙ୍କୁ ପୁଣି ନିଆଯାଉଥିଲା, ଯାହା ବେଆଇନ। ମଧ୍ୟସ୍ଥଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri