‘ପୋଷ୍ୟ’ ପାଇଁ ହେଉନି ପ୍ରୟାସ

ଅନୁଗୋଳ ଅଫିସ, ୩।୨ – ବେସରକାରୀ ବିଦ୍ୟାଳୟ ପରି ସରକାରୀ ସ୍କୁଲର ବିକାଶ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସେଥିପାଇଁ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷାଠାରୁ ଆରମ୍ଭ କରି ଭିତ୍ତିଭୂମି ସୁଦୃଢ଼ କରିବା ଯାଏ ସବୁଥିରେ ପ୍ରଥମେ ପୁରାତନ ଛାତ୍ରୀଛାତ୍ରଙ୍କ ସହାୟତା ଲୋଡ଼ାଯାଇଥିଲା। ହେଲେ ଏବେ ପ୍ରଶାସନିକ ଅଧିକାରୀ ଓ ରାଜନେତା, କର୍ପୋରେଟ୍‌ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏଥିରେ ଯୋଡ଼ାଯାଉଛି। ‘ପୋଷ୍ୟ ସ୍କୁଲ’ ଓ ‘ଷ୍ଟୁଡେଣ୍ଟ ଆଡପ୍‌ଶନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କେତୋଟି ଜିଲାରେ ପ୍ରଶାସନିକ ଅଧିକାରୀମାନେ ସ୍କୁଲଗୁଡ଼ିକୁ ପୋଷ୍ୟଭାବେ ଗ୍ରହଣ କରିସାରିଲେଣି। ହେଲେ ଅନୁଗୋଳ ଜିଲାରେ ଏଯାଏ କୌଣସି ଗୋଟିଏ ବିଦ୍ୟାଳୟକୁ ପୋଷ୍ୟ ଭାବେ ନିଆଯାଇନାହିଁ। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ପକ୍ଷରୁ ଏ ନେଇ ପ୍ରସ୍ତୁତି ହେଉଥିବା ବେଳେ ଅନ୍ୟ କେହି ଅଧିକାରୀ, ରାଜନେତା ଏଥିପାଇଁ ଆଗ୍ରହ ଦେଖାଇ ନ ଥିବା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶିଳ୍ପ ଜିଲା ଅନୁଗୋଳରେ ମୋଟ୍‌ ସ୍କୁଲ ସଂଖ୍ୟା ୧୬,୦୬୬। ସେଥିରୁ ୨୪୮ଟି ଉଚ୍ଚ ବିଦ୍ୟାଳୟ, ୮୪୮ ପ୍ରାଥମିକ ଓ ୫୬୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଜିଲାରେ ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋ, ଏନ୍‌ଟିପିସି, ଏମ୍‌ସିଏଲ୍‌ ସହ ଅନେକ ବଡ଼ ବଡ଼ ଘରୋଇ କମ୍ପାନୀ ଅଛନ୍ତି। ସେସବୁଥିରେ ଜିଲାର ବହୁ ପୁରାତନ ଛାତ୍ରୀଛାତ୍ର ଉଚ୍ଚ ପଦବୀ ଅଳଂକୃତ କରିଛନ୍ତି। ସେହିପରି ଜିଲାରୁ ଜଣେ କେନ୍ଦ୍ରମନ୍ତ୍ରୀ ଓ ଜଣେ ଏମ୍‌ପି ଥିବାବେଳେ ୫ଜଣ ବିଧାୟକ ପ୍ରତିନିଧିତ୍ୱ କରୁଛନ୍ତି। ବ୍ଲକ, ଉପଖଣ୍ଡ ଓ ଜିଲାସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ଅନେକ। କିନ୍ତୁ ଜିଲାପାଳଙ୍କ ବ୍ୟତୀତ ଏଯାଏ ଅନ୍ୟକେହି ‘ପୋଷ୍ୟ ବିଦ୍ୟାଳୟ’ ପ୍ରତି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ସରକାରଙ୍କ କହିବା ଅନୁଯାୟୀ, କେହି ଆଗ୍ରହୀ ବ୍ୟକ୍ତି କୌଣସି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ତାଙ୍କର ବ୍ୟକ୍ତିଗତ ଧ୍ୟାନ ଉକ୍ତ ଶିକ୍ଷାନୁଷ୍ଠାନର ବିକାଶ ଉପରେ ରହିବ। ଫଳରେ ଘରୋଇ ସ୍କୁଲ ପରି ସେହି ବିଦ୍ୟାଳୟର ସାମଗ୍ରିକ ଉନ୍ନତି ହୋଇପାରିବ। ଏହାଛଡ଼ା ଛାତ୍ରୀଛାତ୍ରଙ୍କ ପାଇଁ କୋଚିଂ କ୍ଲାସ, ବୃତ୍ତିଗତ ପରାମର୍ଶ, ଉତ୍ସାହ ସୃଷ୍ଟି ନିମନ୍ତେ ପୁରସ୍କାର ବ୍ୟବସ୍ଥା ସହ ସ୍ମାର୍ଟ କ୍ଲାସରୁମ୍‌, ଖେଳପଡ଼ିଆ ଆଦି ନିର୍ମାଣ କରି ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ। ଏହାଦ୍ୱାରା ଉକ୍ତ ସ୍କୁଲର ଶୈକ୍ଷିକ ବାତାବରଣରେ ଉନ୍ନତି ଆସିପାରିବ। ଏପରି ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଇବାକୁ ଅଭିଭାବମାନଙ୍କ ମନରେ ସ୍ବତଃ ଇଚ୍ଛା ମଧ୍ୟ ଜାଗ୍ରତ ହେବ। ସମ୍ପୃକ୍ତ ବ୍ୟକ୍ତିଙ୍କ ଯୋଗୁ ଅନ୍ୟମାନେ ଏ କ୍ଷେତ୍ରରେ ଅନୁପ୍ରାଣିତ ହେବେ। ଜିଲାର ଅଧିକରୁ ଅଧିକ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାର ପଥ ଅଧିକ ଉନ୍ମୁକ୍ତ ହୋଇପାରିବ। ଏପରି ହେଲେ ଜିଲାର ହଜାର ହଜାର ଛାତ୍ରୀଛାତ୍ର ଉପକୃତ ହୋଇପାରିବେ। କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ୱେ ଅନୁଗୋଳ ଜିଲାରୁ ଏ ନେଇ ଆଗ୍ରହ ପ୍ରକାଶ ପାଉ ନ ଥିବା ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ଚୂଡ଼ାନ୍ତ ନିଷ୍ପତ୍ତି ୧୮ରେ ନିଆଯିବ
ପୋଷ୍ୟ ବିଦ୍ୟାଳୟ ନେଇ ଆଲୋଚନା ହୋଇଛି। ଯେଉଁ ବିଦ୍ୟାଳୟରେ ପ୍ରଥମେ ପଢ଼ୁଥିଲି ତାହାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ମନ ସ୍ଥିର କରିଛି। ଆସନ୍ତା ୧୮ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ସେଠାରେ ଜିଲାର ସମସ୍ତ ବିଧାୟକଙ୍କ ସହ ଚର୍ଚ୍ଚା ପରେ କିଏ କେଉଁ ସ୍କୁଲକୁ ପୋଷ୍ୟ କରିବେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
-ସୁଶାନ୍ତ କୁମାର ବେହେରା, ବିଧାୟକ, ଛେଣ୍ଡିପଦା

ଖୁବ୍‌ଶୀଘ୍ର ଦୁର୍ବଳ ବିଦ୍ୟାଳୟ ଗ୍ରହଣ କରିବି
ଅନୁଗୋଳ ଜିଲାରେ ପୋଷ୍ୟ ସ୍କୁଲ ସମ୍ପର୍କରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଆଲୋଚନା କରାଯାଉଛି। ଦୁର୍ବଳ ଥିବା ଏକ ବିଦ୍ୟାଳୟକୁ ଖୁବ୍‌ଶୀଘ୍ର ପୋଷ୍ୟ ଭାବେ ଗ୍ରହଣ କରିବି। ସେଠାରେ ଭିତ୍ତିଭୂମି ବିକାଶ ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇବି। କେବଳ ଗୋଟିଏ ନୁହେଁ, ଜିଲାର ସମସ୍ତ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ କିପରି ହେବ ସେଥିପାଇଁ ଚେଷ୍ଟା ଜାରି ରଖାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ଜିଲା ପାଇଁ ଗୌରବର ବିଷୟ ହେବ
ସରକାର ପୋଷ୍ୟ ବିଦ୍ୟାଳୟ ଗ୍ରହଣ କରିବାକୁ ବାରମ୍ବାର ନିବେଦନ କରୁଛନ୍ତି। ଅନ୍ୟ ଜିଲାମାନଙ୍କରେ ଏହି ପ୍ରକ୍ରିୟାରେ ବହୁ ପ୍ରଶାସନିକ ଅଧିକାରୀ ସାମିଲ ହୋଇସାରିଲେଣି। ତେବେ ଅନୁଗୋଳ ଜିଲାରେ ଅଦ୍ୟାବଧି ଏହା ଆରମ୍ଭ ହୋଇ ନ ଥିଲେ ବି ଆଗାମୀ ଦିନରେ କେହି ନା କେହି ଆଗେଇ ଆସିବେ। ଏହା ଜିଲା ପାଇଁ ଗୌରବର ବିଷୟ ହେବ।
-ଶ୍ରୀକାନ୍ତ ମିଶ୍ର, ଶିକ୍ଷାବିତ୍‌, ଅନୁଗୋଳ

ଆଦିବାସୀ ଅଞ୍ଚଳର ସ୍କୁଲକୁ ଗ୍ରହଣ କରାଯାଉ
ଜିଲାର ଅନେକ ଅଞ୍ଚଳ ଜଙ୍ଗଲ ଓ ପାହାଡ଼ିଆ ହୋଇଥିବାରୁ ସେଠାରେ ଥିବା ସ୍କୁଲଗୁଡ଼ିକର ଭିତ୍ତିଭୂମି ଅଧିକ ସୁଦୃଢ଼ ନୁହେଁ। ସେଠାରେ ଆବଶ୍ୟକ ଶିକ୍ଷକ ନ ଥିବାରୁ ଶିକ୍ଷାଦାନରେ ଉନ୍ନତି ଆସିପାରୁ ନାହିଁ। ତେଣୁ ଏପରି ଜଙ୍ଗଲ ଘେରା କିମ୍ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକୁ ପ୍ରଥମେ ପୋଷ୍ୟ ଭାବେ ଗ୍ରହଣ କରାଗଲେ ଶିକ୍ଷାର ମାନ ବଢ଼ିପାରନ୍ତା।
-ସୂର୍ଯ୍ୟ ନାରାୟଣ ନାଥ, ଅନୁଗୋଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri