‘ମୋ ଜଙ୍ଗଲ’ ଆପ୍‌ ଲୋକାର୍ପିତ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ରାଜ୍ୟରେ ସମସ୍ତ ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ପରିଚାଳନା ସହଜ କରିବାକୁ କାର୍ଯ୍ୟକାରୀ ହୋଇଛି ‘ମୋ ଜଙ୍ଗଲ’ (Mo Jungle: My Odisha Forest) ଏବଂ ‘ନୋ ଇୟୋର ଫରେଷ୍ଟ ଲ୍ୟାଣ୍ଡ୍‌’(KYFL@Odisha) ମୋବାଇଲ୍‌ ଆପ୍‌। ଶୁକ୍ରବାର ଲୋକସେବା ଭବନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଆପ୍‌କୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଉଭୟ ମୋବାଇଲ୍‌ ଆପ୍‌ ପ୍ରଚଳନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘୫-ଟି’ ଓ ‘ମୋ ସରକାର’ ଉଦ୍ୟମର ଅଂଶବିଶେଷ। ଜଙ୍ଗଲ ଆପ୍‌ ମାଧ୍ୟମରେ ରାଜ୍ୟର ଜନସାଧାରଣ ଜଙ୍ଗଲ ଓ ବନୀକରଣ ସମ୍ବନ୍ଧୀୟ ବ୍ୟାପକ ସୂଚନା ପାଇପାରିବେ। ଏହାକୁ ଅଧିକ ଫଳପ୍ରସୂ କରିବା ପାଇଁ ସୁଚିନ୍ତିତ ମତାମତ ମୋବାଇଲ୍‌ ଆପ୍‌ ଜରିଆରେ ଦେଇପାରିବେ। ସେହିଭଳି ‘ନୋ ଇୟୋର ଫରେଷ୍ଟ ଲ୍ୟାଣ୍ଡ୍‌’ ଆପ୍‌ ଦ୍ୱାରା ରାଜ୍ୟର ସମସ୍ତ ଜଙ୍ଗଲ ଜମି ସମ୍ବନ୍ଧରେ ଠିକ୍‌ ସୂଚନା ଓ ଏହାର ଉନ୍ନତି ସମ୍ବନ୍ଧୀୟ ବିଶଦ ଯୋଜନା ପାଇପାରିବେ। ରାଜ୍ୟର ଯେକୌଣସି ସ୍ଥାନର ଜଙ୍ଗଲ ଜମି ଓ ଜଙ୍ଗଲ ପ୍ରଶାସନ ସମ୍ବନ୍ଧୀୟ ତଥ୍ୟାବଳୀ ଏହି ମୋବାଇଲ୍‌ ଆପ୍‌ ଜରିଆରେ ଉପଲବ୍ଧ ହୋଇପାରିବ। ଏହାଛଡ଼ା ଜିଲା, ତହସିଲ, ବ୍ଲକ୍‌, ଗ୍ରାମ ପଞ୍ଚାୟତ, ଗାଁ, ଖାତା ନମ୍ବର, ରାଜସ୍ବ ଜମି ନମ୍ବର, ଜମି ମାଲିକଙ୍କ ନାମ, କେଉଁ କିସମର ଜମି, କେତେ ବର୍ଗଫୁଟର ଜମି, ସ୍ଥାନୀୟ ପୋଲିସ ଷ୍ଟେଶନର ସମସ୍ତ ତଥ୍ୟ ଏହି ମୋବାଇଲ୍‌ ଆପ୍‌ରେ ରହିବ।
ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଆଇଟି ଓ ଜିଆଇଏସ୍‌ ସେଲ୍‌ ଏବଂ ଓର୍‌ସାକ୍‌ର ବୈଷୟିକ ସହଭାଗିତାରେ ଉଭୟ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଗୁଗଲ୍‌ ଓ ଆପଲ୍‌ ପ୍ଲେଷ୍ଟୋର୍‌ରୁ ଏହି ଦୁଇ ଆପ୍‌କୁ ଡାଉନ୍‌ଲୋଡ୍‌ କରିହେବ। ଜଙ୍ଗଲ ଓ ପରିବେଶ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ଏହାଦ୍ୱାରା ଅଧିକ ସ୍ବଚ୍ଛତା ଓ ପାରଦର୍ଶିତା ଆସିପାରିବ। ଲୋକାର୍ପଣ ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସ୍ବାଗତ ଭାଷଣ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦିପ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଉଭୟ ମୋବାଇଲ୍‌ ଆପ୍‌ ଉପରେ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଖାରବେଳ ଭବନରୁ ଜଙ୍ଗଲ ଓ ପରିବେଶ ବିଭାଗର ଉଚ୍ଚ ପଦାଧିକାରୀ, ବିଭିନ୍ନ ଜିଲାରୁ ବନଖଣ୍ଡ ଅଧିକାରୀ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri