ଷ୍ଟିକର ବଢ଼ାଉଛି ଦ୍ୱନ୍ଦ୍ୱ

ହିନ୍ଦୋଳ, ୨୯।୧(ଡି.ଏନ.ଏ.): ଘର ଗୋଟିଏ। ଲାଗିଛି ଦୁଇ ଷ୍ଟିକର। ଗୋଟିଏ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଏବଂ ଅନ୍ୟଟି ସୂଚାଉଛି ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାକୁ। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଗୁଳୁଗୁଣ୍ଡି ଗ୍ରାମର ଆବାସ ଯୋଜନା ଫଳକରେ ଏଭଳି ତ୍ରୁଟିବିଚ୍ୟୁତି ପଦାକୁ ଆସିଛି। ପ୍ରଶାସନିକସ୍ତରରେ ହୋଇଥିବା ଏଭଳି ଭୁଲ ଯୋଗୁ ଯୋଜନାର କାର୍ଯ୍ୟକାରିତାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ହିନ୍ଦୋଳ ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି। ସ୍ବଚ୍ଛଳ ବର୍ଗ ଗୃହ କାର୍ଯ୍ୟାଦେଶ ହାତେଇ ନେଉଥିବାବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହେଉଥିବା ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟୁଛି। ତେବେ ଗୁଳୁଗୁଣ୍ଡି ଗ୍ରାମର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। କୃପାସିନ୍ଧୁ ପଣ୍ଡା ନାମକ ଜଣେ ହିତାଧିକାରୀଙ୍କ ନବନିର୍ମିତ ଘରେ ଦୁଇଟି ଫଳକ ଲାଗିଛି। ତଦନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୨୦୨୦/୨୧ ଆର୍ଥତ୍କ ବର୍ଷରେ ୧ ଲକ୍ଷ ୨୦ହଜାର ଟଙ୍କା ମଞ୍ଜୁର ହୋଇଥିବା ଏବଂ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ସହାୟତା ବାବଦକୁ ୧୮ହଜାର ୬୩୦ ଟଙ୍କା ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି। ଅନ୍ୟ ଏକ ଫଳକରେ ସମାନ ଆର୍ଥିକ ବର୍ଷରେ ଅର୍ଥାତ୍‌ ୨୦୨୦/୨୧ରେ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନା(ଗ୍ରାମୀଣ)ରେ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି। ଏଥିରେ ମଧ୍ୟ ହିତାଧିକାରୀ ୧ ଲକ୍ଷ ୨୦ ହଜାର ଟଙ୍କା ପାଇଥିବା ଦର୍ଶାଯାଇଛି। ଜଣେ ହିତାଧିକାରୀଙ୍କ ଘରେ ଦୁଇ ଫଳକ ଲାଗିଥିବା ଦେଖି ସାଧାରଣରେ ଭିନ୍ନ ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଜିଆର୍‌ଏସ୍‌ ମିନର୍ଭା ପତି କୁହନ୍ତି, ଦୁଇଟି ଫଳକ ମରାଯିବା ପ୍ରଶାସନିକ ତ୍ରୁଟି। ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ମଞ୍ଜୁର ହୋଇଛି। ତଦନୁଯାୟୀ ଅର୍ଥ ପ୍ରଦାନ କରାଯାଇଛି। ତେବେ ତ୍ରୁଟିପୂର୍ଣ୍ଣ ଭାବେ ବିଜୁ ପକ୍କାଘର ଷ୍ଟିକର ମରାଯାଇଛି। ବିଡିଓ ଦେବଦତ୍ତ ମାହୁନ୍ତ କୁହନ୍ତି, ଏହି ଘଟଣା ତାଙ୍କ ନଜରକୁ ଆସିନାହିଁ। ତ୍ରୁଟିବିଚ୍ୟୁତି କିମ୍ବା କୌଣସି ଅନିୟମିତତା ହୋଇଥିଲେ ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri