Posted inଖେଳ

ପୁଅର ବ୍ୟାଟ୍‌ କିଣିବା ପାଇଁ କରଜ କରିଥିଲେ ମା’, ପୁଅ ଆଜି ଭାରତୀୟ କ୍ରିକେଟ୍‌ ଦଳର ସାଜିଛନ୍ତି ‘ପାଚେରି’

ଭାରତୀୟ କ୍ରିକେଟ ଦଳର ପାଚେରି କୁହାଯାଉଥିବା ଚେତେଶ୍ୱର ପୂଜାରା ଆଜି ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୮ରେ ଜାନୁୟାରୀ ୨୫ ରାଜକୋଟରେ ଜନ୍ମ ହୋଇଥିବା ପୂଜାରା ନିକଟରେ ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ପୂଜାରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପିଲାଦିନରୁ ବହୁ ସଂଘର୍ଷ କରି ପୂଜାରା ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। କେବଳ ପୂଜାରା ନୁହେଁ, ତାଙ୍କ ସଫଳତାରେ ତାଙ୍କ ମା’ଙ୍କର ମଧ୍ୟ ବଡ଼ ହାତ ରହିଛି। ଚେତେଶ୍ୱର ପୂଜାରା ଛୋଟ ଥିବାବେଳେ ତାଙ୍କ ମା’ ରିନା ସ୍ବପ୍ନ ଦେଖିଥିଲେ ଯେ, ତାଙ୍କ ପୁଅ ଦିନେ ଭାରତ ପାଇଁ କ୍ରିକେଟ ଖେଳିବେ। ଚେତେଶ୍ୱରଙ୍କ ପିତା ଅରବିନ୍ଦ ପୂଜାରା ମଧ୍ୟ ଖୁବ କମ ବୟସରେ ତାଙ୍କ ପୁଅର ପ୍ରତିଭାକୁ ଚିହ୍ନିଥିଲେ। ଅରବିନ୍ଦ ପୂଜାରା ନିଜେ ରଣଜୀ ଟ୍ରଫି ଖେଳିଛନ୍ତି। ଚେତେଶ୍ୱର ପୂଜାରାଙ୍କୁ ପ୍ରଥମ ଚମଡ଼ା ବଲ ବ୍ୟାଟ୍‌ ତାଙ୍କ ମା’ଙ୍କ ଦ୍ୱାରା ଉପହାର ସ୍ବରୂପ ଦିଆଯାଇଥିଲା। ପୂଜାରାଙ୍କ ମା’ ୧୫୦୦ ଟଙ୍କା ମୂଲ୍ୟର ଏକ ବ୍ୟାଟ କିଣି ପୁଅକୁ ଦେଇଥିଲେ। ପୂଜାରାଙ୍କ ମା’ ସେହି ବ୍ୟାଟ ପାଇଁ କିସ୍ତିରେ ଟଙ୍କା ଦେଇଥିଲେ। କେବଳ ଏତିକି ନୁହେଁ, ଯେତେବେଳେ ପୂଜାରାଙ୍କୁ ୮ ବର୍ଷ ହୋଇଥିଲା, ସେ ଛୋଟ ଥିବାରୁ ଅନ୍ୟ ବ୍ୟାଟିଂ ପ୍ୟାଡ ତାଙ୍କୁ ଫିଟ ହେଉ ନ ଥିଲା। ଏହା ପରେ ମା’ ହାତରେ ପୁଅ ପାଇଁ ପ୍ୟାଡ ସିଲେଇ କରିଥିଲେ।

କଠିନ ପରିଶ୍ରମ ହେତୁ ଚେତେଶ୍ୱର ପୂଜାରା ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରସିଦ୍ଧ ହୋଇଥିଲେ, କିନ୍ତୁ ତାଙ୍କ ମା ଭାରତ ପାଇଁ ଖେଳୁଥିବା ପୁଅକୁ ଦେଖିପାରି ନ ଥିଲେ। ଚେତେଶ୍ୱର ପୂଜାରାଙ୍କ ଡେବ୍ୟୁ ପୂର୍ବରୁ ତାଙ୍କ ମାଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା। ଚେତେଶ୍ୱର ପୂଜାରା ତାଙ୍କ ମା’ଙ୍କୁ ହରାଇଥିଲେ କିନ୍ତୁ ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ କୌଣସି ସୁଯୋଗ ହାତଛଡା କରି ନଥିଲେ। ସେ ଅକ୍ଟୋବର ୯, ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ପୂଜାରା ଆଜି ଦୁନିଆର ସର୍ବୋତ୍ତମ ଟେଷ୍ଟ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ଚେତେଶ୍ୱର ପୂଜାରା ୮୧ ଟେଷ୍ଟରେ ୬୧୧୧ ରନ ସଂଗ୍ରହ କରିଛନ୍ତି ଏବଂ ତାଙ୍କର ହାରାହାରି ୪୭.୭୪ ରହିଛି। ସେ ୧୮ ଶତକ ଏବଂ ୨୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେ ଗୋଟିଏ ଶତକ ହାସଲ କରିପାରି ନ ଥିଲେ କିନ୍ତୁ ସେ ୯୨୮ ବଲ ସମ୍ମୁଖୀନ ହୋଇ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ରୋକିଥିଲେ। ୩ ଅର୍ଦ୍ଧଶତକ ହାସଲ କରି ସିରିଜରେ ସେ ୨୭୧ ରନ ସଂଗ୍ରହ କରିଥିଲେ ଏବଂ ଟିମ ଇଣ୍ଡିଆ ୨-୧ରେ ସିରିଜ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri